ପ୍ରକାଶ ପାଇଲା CBSE ଦ୍ୱାଦଶ ରେଜଲ୍ଟ
·2 years ago

ଅର୍ଗସ ବ୍ୟୁରୋ: ପ୍ରକାଶ ପାଇଲା ସିବିଏସଏଇ ଦ୍ୱାଦଶ ରେଜଲ୍ଟ । ପରୀକ୍ଷା ଫଳ ଜାଣିବାକୁ ଚାହୁଁଥିବା ଛାତ୍ରଛାତ୍ରୀ CBSE ୱେବସାଇଟ୍ରେ ରେଜଲ୍ଟ ଜାଣିପାରିବେ । cbse.nic.inରେ ରେଜଲ୍ଟ ଉପଲବ୍ଧ ।
ଚଳିତବର୍ଷ ସିବିଏସଇ ଦ୍ୱାଦଶରେ ମୋଟ ପାସ୍ ହାର 87.98 ପ୍ରତିଶତ । ଛାତ୍ରୀଙ୍କ ପାସ୍ ହାର 91.52 ପ୍ରତିଶତ ଥିବାବେଳେ ଛାତ୍ରଙ୍କ ପାସ୍ ହାର 85.12 ପ୍ରତିଶତ । ଚଳିତ ଥର ଦ୍ୱାଦଶରେ 24 ହଜାର ପରୀକ୍ଷାର୍ଥୀ 98 ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି । ସେହିପରି 1 ଲକ୍ଷ 16 ହଜାର ପରୀକ୍ଷାର୍ଥୀ 90 ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି ।
ଚଳିତ ବର୍ଷ 16 ଲକ୍ଷ 22 ହଜାର 224 ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ 14 ଲକ୍ଷ 26 ହଜାର 420 ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ଗତ ବର୍ଷ ଅପେକ୍ଷା ଚଳିତ ଥର 0.65 ପ୍ରତିଶତ ବୃଦ୍ଧି ପାଇଛି ପାସ୍ ହାର ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: