Cbse Exam / କାଲିଠାରୁ ସିବିଏସଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା । ନିର୍ଦ୍ଧାରିତ ସମୟରେ ପରୀକ୍ଷା କେନ୍ଦ୍ରକୁ ଆସିବା ପାଇଁ ଡେଡଲାଇନ ସ୍ଥିର କଲା ସିବିଏସଇ
·4 months ago·2 min read

Key Points
ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଯାଉଛି ସିବିଏସସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା
କେନ୍ଦ୍ରକୁ ଆସିବା ପାଇଁ ଡେଡଲାଇନ ସ୍ଥିର କଲା ସିବିଏସଇ
ସକାଳ ସାଢେ ୧୦ଟାରେ ପରୀକ୍ଷା ଆରମ୍ଭ ହେବ
ହେଲେ ୧୦ ଟା ସୁଦ୍ଧା ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ ନିର୍ଦ୍ଦେଶ

ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଯାଉଛି ସିବିଏସସଇ ଦ୍ୱାଦଶ ଓ ଦଶମ ଶ୍ରେଣୀ ପରୀକ୍ଷା । ନିର୍ଦ୍ଧାରିତ ସମୟରେ ପରୀକ୍ଷା କେନ୍ଦ୍ରକୁ ଆସିବା ପାଇଁ ଡେଡଲାଇନ ସ୍ଥିର କଲା ସିବିଏସଇ । ପରୀକ୍ଷା ସକାଳ ସାଢେ ୧୦ଟାରେ ଆରମ୍ଭ ହେବ । ହେଲେ ୧୦ ଟା ସୁଦ୍ଧା ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ ଛାତ୍ରଛାତ୍ରୀଙ୍କୁ ନିର୍ଦ୍ଦେଶ ଜାରି କରିଛି ସିବିଏସଇ। ପୁରା ଦେଶରେ ଏବଂ ବାହାରେ ୪୬ ଲକ୍ଷ ପିଲା ଚଳିତ ଥର ପରୀକ୍ଷା ଦେଉଛନ୍ତି। ପରୀକ୍ଷା ସେଣ୍ଟର ରେ ସକାଳ ୧୦ ସୁଦ୍ଧା ପହଞ୍ଚିବାକୁ ସଚେତନ କରାଯାଇଛି। ଘରୁ ନିଜ ପରୀକ୍ଷା ସେଣ୍ଟରର ରୁଟ ଚାର୍ଟ ପୂର୍ବରୁ ପ୍ରସ୍ତୁତ କରିନେବା ଉଚିତ ବୋଲି ଦର୍ଶାଯାଇଛି। ସେପଟେ ପରୀକ୍ଷା ପୂର୍ବରୁ ଥରେ ନିଜ ସେଣ୍ଟର ଦୂରତା ବିଷୟରେ ଅବଗତ ହୋଇଯିବାକୁ ନିର୍ଦେଶ ଦେଇଛି ସିବିଏସଇ
ରାତି ପାହିଲେ ଆରମ୍ଭ ହେବ ପରୀକ୍ଷା ରୁତୁ ସିବିଏସଇ, ସିଏଚଏସସି ଓ ବିଏସସି ପରୀକ୍ଷାର୍ଥୀଙ୍କ ପାଇଁ ଆରମ୍ଭ ହୋଇଛି କାଉଣ୍ଟ ଡାଉନ। ବୋର୍ଡ଼ ପରୀକ୍ଷା ପାଇଁ ପିଲାଙ୍କ ଛାତି ଧଡ଼ ଧଡ଼। ସେପଟେ ପରୀକ୍ଷାର୍ଥୀଙ୍କୁ ମାନସିକ ଚାପରୁ ଦୁରେଇ ରହିବାକୁ ପରାମର୍ଶ ଦେଲେ ମନସ୍ତତ୍ତ୍ଵବିତ। ଚଳିତ ଥର ସମସ୍ତବୋର୍ଡ଼ ପକ୍ଷରୁ ପରୀକ୍ଷା ବ୍ୟବସ୍ଥା ଓ ପରିଚାଳନା ପାଇଁ ନିଆଯାଇଛି ଅନେକ ନୂଆ ନିଷ୍ପତ୍ତି।
ପରୀକ୍ଷା ପାଇଁ ଆରମ୍ଭ ହେଲା କାଉଣ୍ଟ ଡାଉନ.ଗୋଟିଏ ସପ୍ତାହରେ ଆରମ୍ଭ ହେଉଛି ସିବିଏସଇ, ସିଏଚଏସସି ଓ ବିଏସସିର ବୋର୍ଡ଼ ପରୀକ୍ଷା. ରାତି ପାହିଲେ ପରୀକ୍ଷା ଦେବେ ସିବିଏସଇର ଉଭୟ ଦଶମ ଓ ଦ୍ଵାଦଶ ପରୀକ୍ଷାର୍ଥୀ. ଦେଶ ଏବଂ ଦେଶ ବାହାରେ ୪୬ ଲକ୍ଷ ପିଲାଙ୍କ କାଲି ହେବ ଭବିଷ୍ୟତର ପରୀକ୍ଷା. ସେହିପରି ୧୮ ତାରିଖରେ ଆରମ୍ଭ ହୋଇଯିବ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା। ରାଜ୍ୟରେ ୪ ଲକ୍ଷ୍ ୧୬ ହଜାର ୨୩ ପିଲା ଦେବେ ପରୀକ୍ଷା। ୫ ଲକ୍ଷ ୬୧ ହଜାର ୯୭୯ ମାଟ୍ରିକ୍ ପରୀକ୍ଷାର୍ଥୀ ୧୯ ତାରିଖରୁ ନିଜକୁ ପରୀକ୍ଷା ରୁତୁ ରେ ସାମିଲ କରିବେ. ପିଲାଙ୍କ ପାଇଁ ଏବେ ଘଡି ସନ୍ଧି ମୁହୂର୍ତ୍ତ. ବର୍ଷ ବର୍ଷର ପରିଶ୍ରମର ମୂଲ୍ୟ ବନ୍ଧା ହେବ ମାତ୍ର ୩ ଘଁଟାରେ. ସାଧାରଣତଃ ପରୀକ୍ଷା ହଲ ଯିବା ପୂର୍ବରୁ ସାମାନ୍ୟ ଟେନସନରେ ରୁହନ୍ତି ପରୀକ୍ଷାର୍ଥୀ. କିଏ କହୁଛି ପ୍ରଶ୍ନ କିଭଲି ଆସିବ ତାକୁ ନେଇ ଚିନ୍ତା ତ ଆଉ କାହାର ପରୀକ୍ଷା ଫଳାଫଳ କିଭଲି ହେବ ପରିବାର ଲୋକ କଣ କହିବେ ତାକୁ ନେଇ ଟେନସନ୍. ପରୀକ୍ଷାର ଗୋଟିଏ ଦିନ ପୂର୍ବରୁ ପିଲାଙ୍କୁ ରିଲାକ୍ସ କରିବାକୁ ଆଜି ମନସ୍ତତ୍ତ୍ବବିତ଼ ମାନେ ଦେଇଛନ୍ତି ପରାମର୍ଶ. ରମାଦେବୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପିଲାଙ୍କୁ ଚାପମୁକ୍ତ ପାଇଁ ଦିଆଯାଇଛି ଟିପସ. ବୋର୍ଡ଼ ପରୀକ୍ଷା ଜୀବନର ଶେଷ ନୂହେଁ, ନୂଆ କିଛି ପାଇଁ ଏହା ମାଧ୍ୟମ ବୋଲି ପରୀକ୍ଷାର୍ଥୀ ଭାବିବା ଆବଶ୍ୟକ ବୋଲି କହିଛନ୍ତି ମନସ୍ତତ୍ତ୍ୱବିତ ଡଃ ଅନୀଲ କବି ଶତପଥୀ।
ସଠିକ ଭାବେ ପରୀକ୍ଷା ପରିଚାଳନା ଓ ତୃଟି ଶୂନ୍ୟ ମୂଲ୍ୟାଙ୍କନ ପାଇଁ ବିଭିନ୍ନ ବୋର୍ଡ଼ ଚଳିତ ଥର ନେଇଛି ନୂଆ ନିଷ୍ପତ୍ତି. ପ୍ରଥମ ଥର ପାଇଁ ସିବିଏସଇ ଯୁକ୍ତ ୨ ବା ଦ୍ଵାଦଶ ପରୀକ୍ଷା ମୂଲ୍ୟାୟନ ପାଇଁ ଅନ ଲାଇନ ମାଧ୍ୟମକୁ ଚୟନ କରିଛି. ଦଶମ ପରୀକ୍ଷାରେ ୨ ଥର ବୋର୍ଡ଼ ପରୀକ୍ଷା କରେଇବାକୁ ନିଷ୍ପତ୍ତି ନେଇଛି. ସେହିଭଲି CHSE ରେ ପ୍ରଶ୍ନପତ୍ର ଲିକ୍ ରୋକିବାକୁ Ai କ୍ୟାମେରା ର ବ୍ୟବହାର କରାଯାଇଛି. ପ୍ରଶ୍ନପତ୍ର ପଠାଯାଉଥିବା ଗାଡିରେ Gps ବ୍ୟବହାର କରାଯାଇଛି. ପୂର୍ବ ବର୍ଷ ଭଲି ମାଧ୍ୟମିକ ଶିକ୍ଷା ବୋର୍ଡ ପୁଣି ଚଳିତ ଥର ପ୍ରଶ୍ନପତ୍ର ରେ ଲଗାଇଛି Qr code ସହ watermark ବ୍ୟବସ୍ଥା ରଖିଛି ବୋଲି କହିଛନ୍ତି ରମାଦେବୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପିକା ପ୍ରତୀକ୍ଷା।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories