Videos
|
Odisha

ସିସିଟିଭି ନଜରରେ CBSE ସ୍କୁଲ , କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ଜାରି କଲା ଚିଠି

Swoyang prajna Mishra
Browse all articles by Swoyang prajna Mishra
·1 year ago
ସିସିଟିଭି ନଜରରେ CBSE ସ୍କୁଲ , କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ଜାରି କଲା ଚିଠି

Key Points

ସିଟିଭି ନଜରରେ ରହିବ CBSE ସ୍କୁଲ
ସ୍କୁଲରେ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦେବାକୁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ଜାରି କଲା ଚିଠି
ସ୍କୁଲର ପ୍ରବେଶ ଓ ପ୍ରସ୍ଥାନ ଗେଟ ସହ କରିଡରରେ ସିସିଟିଭି ଲଗାଇବାକୁ ନିର୍ଦ୍ଦେଶ

ସ୍କୁଲରେ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦେବାକୁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ଜାରି କଲା ଚିଠି। ସମସ୍ତ ସ୍କୁଲ ମୁଖ୍ୟ ଏବଂ ମ୍ୟାନେଜରସ ମାନଙ୍କୁ ଲେଖିଲ ଚିଠି। ସ୍କୁଲର ପ୍ରବେଶ ଓ ପ୍ରସ୍ଥାନ ଗେଟ ସହ କରିଡରରେ ସିସିଟିଭି ଲଗାଇବାକୁ ନିର୍ଦ୍ଦେଶ। ଅଡିଓ ଭିଜୁଆଲ ସହ ସିସିଟିଭି ଲାଗିବ।


ଏହା ସହ ଶିଡି ପାହାଚ, କ୍ଲାସରୁମ, ଲାଇବ୍ରେରୀ, କ୍ୟାଣ୍ଟିନ, ଷ୍ଟୋର ରୁମ, ଖେଳ ପଡିଆ ମଧ୍ୟ ସିସିଟିଭି ନଜରରେ ରହିବ। କେବଳ ଶୌଚାଳୟକୁ ଛାଡି ଦେଇ ସ୍କୁଲର ଅନ୍ୟ ସମସ୍ତ ସ୍ଥାନରେ ସିସିଟିଭି ଲଗାଯାଇବାକୁ ନିର୍ଦ୍ଦେଶ ରହିଛି। ଅତି କମରେ ୧୫ ଦିନର ଭିଜୁଆଲ ଷ୍ଟୋର କରିପାରିବାର କ୍ଷମତା ଥିବା ସିସିଟିଭି ଲଗାଯିବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
CBSE school under CCTV surveillance, Central Board of Secondary Education issues letter | Argus News