|
logo
Live

Argus News - ରାସ୍ତାରେ ଗାଡ଼ି ରଖିଲେ, ମୋବାଇଲ ହେଉଛି ଗାଏବ !

Odisha

ରାସ୍ତାରେ ଗାଡ଼ି ରଖିଲେ, ମୋବାଇଲ ହେଉଛି ଗାଏବ !

Sarbeswar Mohapatra
Browse all articles by Sarbeswar Mohapatra
·1 year ago·1 min read
ରାସ୍ତାରେ ଗାଡ଼ି ରଖିଲେ, ମୋବାଇଲ ହେଉଛି ଗାଏବ  !

ଅର୍ଗସ ବ୍ୟୁରୋ: ରାଜଧାନୀ ରାଜରାସ୍ତାରେ ଗାଡ଼ି ରଖୁଛନ୍ତି କି ? ଗାଡିରେ ମୋବାଇଲ ସହ ଅନ୍ୟ କିଛି ସାମଗ୍ରୀ ରହିଛି କି ? ସାବଧାନ ରୁହନ୍ତୁ...କାରଣ ଟିକିଏ ଅସାବଧାନ ହେଲେ କଥା ସରିଲା । ଆଖି ପିଛୁଳାକେ ସବୁ କିଛି ପଳାଇବ । ସିସିଟିଭିର ଏକ ଭିଡିଓ ଦେଖିବା ପରେ ଆପଣ ବୁଝିପାରୁଥିବେ ରାଜଧାନୀରେ କେମିତି ମାତିଛନ୍ତି ଲୁଟେରା ? ରାସ୍ତାରେ ଛିଡା ହୋଇଥିବା ଏକ ସ୍କୁଟିରୁ ମୋବାଇଲ ଚୋରି କରି ହଳଦିଆ ସାର୍ଟ ପିନ୍ଧିଥିବା ଯୁବକ ଜଣକ ଅନ୍ୟ ଜଣଙ୍କୁ ଦେଇଦେଲେ । ସେ ବ୍ୟକ୍ତି ଜଣକ ବି ମୋବାଇଲକୁ ନିଜ ମୋବାଇଲ ପରି ପକେଟ୍‌ରେ ପୂରାଇ ପଳାଇଗଲେ । 

ଦୋକାନ ଆଗରୁ ମୋବାଇଲ୍ ଲୁଟ୍ ହେଲା, ହେଲେ ଚୋରକୁ ଧରାଇଦେଲା ସିସିଟିଭି । ଭୁବନେଶ୍ୱର କଳ୍ପନା ବଡ଼ଗଡ ଟ୍ରାଫିକ ଛକ ନିକଟରେ ସକାଳ ପ୍ରାୟ ୯.୩୦ ମିନିଟରେ ଦୁଇ ଜଣ ମୋବାଇଲ୍ ଲୁଟେରା ଅତି ଚତୁରତାର ସହ ସ୍ଥାନୀୟ ଏକ ଗାଡ଼ି ପାର୍ଟ୍ସ ଦୋକାନ ଆଗରେ ଥିବା ସ୍କୁଟିରୁ ମୋବାଇଲ ଫୋନ୍ ଚୋରି କରିନେଇଥିଲେ । ଚୋରି କରିବା ପରେ ଜଣେ ଅନ୍ୟ ଜଣେ ସହଯୋଗୀଙ୍କୁ ରାସ୍ତା ଉପରେ ଦେଇ ଖସିଯାଇଥିଲେ । କିନ୍ତୁ ପୁରା ଘଟଣା ଉପରେ ନଜର ରଖିଥିଲା ସିସିଟିଭି । ସିସିଟିଭିରୁ ଚୋରଙ୍କୁ ଚିହ୍ନଟ କରି ସ୍ଥାନୀୟ ଲୋକେ ବଡଗଡ ପୋଲିସର ଜିମା ଦେଇଛନ୍ତି । ପ୍ରାଥମିକ ସୂଚନାରୁ ଜଣାପଡିଛି କି, ଶ୍ରମିକ ଶ୍ରେଣୀର କିଛି ଦୁର୍ବୃତ୍ତ ଏମିତି ଘଟଣା ରଚିଛନ୍ତି । 

ଇଏ କେବଳ ଗୋଟିଏ ଘଟଣା ନୁହେଁ । ପୂର୍ବରୁ ବି ଅନେକ ସମୟରେ ରାଜଧାନୀର ଛାତି ଉପରେ ଏମିତି ଛିନତାଇ ଓ ଚୋରିର ଘଟଣା ସାମ୍ନାକୁ ଆସିଛି । ପୋଲିସର କଡା ପ୍ରହରା ସତ୍ତ୍ଵେ କେମିତି ଲୁଟେରାମାନେ ଏମିତି ସାହସ କରୁଛନ୍ତି ତାହାକୁ ନେଇ ପ୍ରଶ୍ନ ଉଙ୍କି ମାରୁଥିବା ବେଳେ ପୋଲିସର ଏନେଇ କୌଣସି ପ୍ରତିକ୍ରିୟା ଆମର ହସ୍ତଗତ ହୋଇପାରିନି । 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ରାସ୍ତାରେ ଗାଡ଼ି ରଖିଲେ, ମୋବାଇଲ ହେଉଛି ଗାଏବ ! | Argus News