Videos
|
Odisha

ଦୋକାନୀକୁ ଗୁଳିମାଡ଼ ସମୟର ସିସିଟିଭି ଫୁଟେଜ୍ ଭାଇରାଲ, ତଦନ୍ତ ଜାରି

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଦୋକାନୀକୁ ଗୁଳିମାଡ଼ ସମୟର ସିସିଟିଭି ଫୁଟେଜ୍ ଭାଇରାଲ, ତଦନ୍ତ ଜାରି

Key Points

ଦୋକାନୀକୁ ଗୁଳିମାଡ଼ ସମୟର ସିସିଟିଭି ଫୁଟେଜ୍

ଦୁର୍ବୃତ୍ତ ଆସି ଦୋକାନୀକୁ ଟଙ୍କା ମାଗିଥିଲା

ସାମ୍ନାକୁ ଆସିଲା ରାଉରକେଲାରେ ଦୋକାନୀକୁ ଗୁଳିମାଡ଼ ସମୟର ସିସିଟିଭି ଫୁଟେଜ୍ । ଦୋକାନକୁ ଆସି ପ୍ରଥମେ ଦୁର୍ବୃତ୍ତ ଜଣଙ୍କ ବନ୍ଧୁକ ଦେକାଇ ଭୟଭୀତ କରାଇଥିଲା । ଟଙ୍କା ଦେବାକୁ ଅମଙ୍ଗ ହେବାରୁ ଦୋକାନୀ ଶଙ୍କର ସାହୁଙ୍କୁ ଗୁଳିମାଡ଼ କରୁଥିବା ଭିଡିଓରେ ଦେଖାଯାଇଛି । ଗୁଳିମାଡ଼ରେ ଦୋକାନୀ ଶଙ୍କରଙ୍କ ସହ ଜଣେ ଗ୍ରାହକଙ୍କୁ ଗୁଳି ବାଜିଛି ।.ଗତ ୧୬ ତାରିଖ ସନ୍ଧ୍ୟାରେ ଘଟିଥିଲା ଘଟଣା । ଦୁର୍ବୃତ୍ତ ଆସି ଦୋକାନୀକୁ ଟଙ୍କା ମାଗିଥିଲା । ଟଙ୍କା ଦେବାକୁ ମନା କରିବାରୁ ଗୁଳିମାଡ଼ କରି ଫେରାର ହୋଇଯାଇଥିଲେ ।


ସିସିଟିଭି ଫୁଟେଜରେ ଦୋକାନୀକୁ ତିନି ରାଉଣ୍ଡ ଗୁଳିମାଡ଼ କରିଥିବା ଦେଖାଯାଇଛି । ଦୋକାନୀ ଜଣଙ୍କର ଛାତି ତଳେ ଗୁଳି ବାଜିଥିଲାବେଳେ ସେ ଏବେ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି । ଅନ୍ୟ ଜଣେ ଗ୍ରାହକଙ୍କ ଗୋଡ଼ରେ ମଧ୍ୟ ବାଜିଥିଲା ଗୁଳି । ପୋଲିସ୍ ସିସିଟିଭି ଫୁଟେଜ୍ ଆଧାରରେ ଘଟଣାର ତଦନ୍ତ ଚଳାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
cctv-footage-of-shopkeeper-being-shot-goes-viral-investigation-underway | Argus News