Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମହଣ ମହଣ ସୁନାରେ ସୁସଜ୍ଜିତ ମହାବାହୁ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ମହଣ ମହଣ ସୁନାରେ ସୁସଜ୍ଜିତ ମହାବାହୁ

Key Points

ସୁନାବେଶରେ କାଳିଆ ସୁନା
ମହଣ ମହଣ ସୁନାରେ ସୁସଜ୍ଜିତ ମହାବାହୁ
ଝଟକୁଛନ୍ତି ବ୍ରହ୍ମାଣ୍ଡପତି

ସିଂହଦ୍ବାର ସମ୍ମୁଖରେ ସ୍ବର୍ଣ୍ଣିମ ଆଭା ଦେଖି ବିଭୋର ଭକ୍ତ । ରଥରେ ବିରାଜମାନ ସ୍ବର୍ଣ୍ଣ ଅଳଙ୍କାର ବିମଣ୍ଡିତ ବଡ଼ଠାକୁର ଶ୍ରୀବଳଭଦ୍ର, ଜଗଜ୍ଜନନୀ ଦେବୀ ସୁଭଦ୍ରା, ଜଗତକର୍ତ୍ତା ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ଚକ୍ରରାଜ ଶ୍ରୀସୁଦର୍ଶନ । ଶୋଭା ପାଉଛି ଶ୍ରୀପୟର ଓ ଶ୍ରୀଭୁଜ ସାଙ୍ଗକୁ ଦିଅଁଙ୍କର ସ୍ବତନ୍ତ୍ର ଆୟୁଧ । ମସ୍ତକରେ ସୁବର୍ଣ୍ଣ କିରୀଟ, ଅଣ୍ଟାରେ ସୁନାପଟି ଓଡ଼ିଆଣୀ, କର୍ଣ୍ଣରେ କୁଣ୍ଡଳ, ଆଖିପତା ଉପରେ ଚନ୍ଦ୍ରସୂର୍ଯ୍ୟ, ବେକରେ ଘାଗଡ଼ା ଓ କଦମ୍ବ ମାଳି । ଏମିତିଏମିତି ୧୩୮ ପ୍ରକାରର ରତ୍ନଖଚିତ ଅଳଙ୍କାର । ଅଖିଳ ବ୍ରହ୍ମାଣ୍ଡର ରାଜାଧିରାଜଙ୍କର ଅପୂର୍ବ ସ୍ବର୍ଣ୍ଣ ଶୃଙ୍ଗାର ଦେଖି ଚକିତ, ପୁଲକିତ, ପୁଣି କେତେବେଳେ ଆଧ୍ୟାତ୍ମିକ ଭାବନାରେ ଗଦଗଦ ଲକ୍ଷାଧିକ ଶ୍ରଦ୍ଧାଳୁ ।

ଆଜି ମଧ୍ୟାହ୍ନ ଧୂପ ଓ ମଇଲମ ପରେ ପାଖାପାଖି ଅପରାହ୍ନ ସାଢ଼େ ୪ଟା ୪୫ ବେଳେ ଆରମ୍ଭ ହୋଇଥିଲା ସୁନାବେଶ ପାଇଁ ପ୍ରସ୍ତୁତି । ସିଂହଦ୍ବାର ଦେଇ ସେବାୟତମାନେ ରଥକୁ ଗୋଟିଏ ପରେ ଗୋଟିଏ ଦୁର୍ମୂଲ୍ୟ ଅଳଙ୍କାର ବୋହିନେବା ବେଳେ ଝଲସି ଉଠିଥିଲା ଅଗଣିତ ଶ୍ରଦ୍ଧାଳୁଙ୍କ ଆଖି । ରଥାରୂଢ଼ ଚତୁର୍ଦ୍ଧା ବିଗ୍ରହଙ୍କ ବସ୍ତ୍ର ଭୂଷଣ ଓ ପୁଷ୍ପ ଭୂଷଣ ପରେ ଶ୍ରୀଅଙ୍ଗରେ ଲାଗି ହୋଇଥିଲା ମହଣ ମହଣ ସୁନା । ପ୍ରତିବର୍ଷ ଶ୍ରୀମନ୍ଦିର ରତ୍ନବେଦୀରେ ଚତୁର୍ଦ୍ଧାମୂରତିଙ୍କର ଚାରି ଥର ସୁନାବେଶ ହେଉଥିବା କେବଳ ରଥ ଉପରେ ଏହି ଥରଟେ ମାତ୍ର ଦର୍ଶନ ଦିଅନ୍ତି ଏହି ଅନନ୍ୟ ବେଶରେ ।

ସୁନାବେଶ ଦର୍ଶନ ପାଇଁ ପୁରୀରେ ଭକ୍ତଙ୍କର ପ୍ରବଳ ଭିଡ ହୋଇଛି। ଏହାକୁ ନଜରରେ ରଖି ତିନିରଥର ସୁରକ୍ଷା ସହ ଭକ୍ତଙ୍କ ସୁରକ୍ଷା ଓ ଶୃଙ୍ଖଳିତ ଦର୍ଶନ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି। ଏଥିସହ ପୁରୀକୁ ଆସୁଥିବା ଗାଡି଼ଗୁଡ଼ିକ ପାଇଁ ସ୍ବତନ୍ତ୍ର ଟ୍ରାଫିକ୍ ରୁଟ୍ ଓ ପାର୍କିଂ ସ୍ଥାନ ନିରୂପଣ କରାଯାଇଛି। ଯେପରି ଦର୍ଶନ ବେଳେ କୌଣସି ଅପ୍ରିତିକର ପରିସ୍ଥିତି ନହୁଏ ସେଥିପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ପୋଲିସ ଓ ଶ୍ରୀମନ୍ଦିର ପ୍ରଶାସନ। ଆସନ୍ତାକାଲି ଅଧରପଣା ନୀତି ଥିବା ବେଳେ ଓ ଜୁଲାଇ ୮ରେ ନୀଳାଦ୍ରି ବିଜେରେ ନୀଳକନ୍ଦରକୁ ଲେଉଟିବେ ନୀଳାଦ୍ରିପତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
celebrated-with-grandeur-on-the-day-after-bahuda-yatra-the-return-car-festival-suna-besha-transforms-the-deities-of-lord-jagannath-lord-balabhadra-and-devi-subh | Argus News