Videos
|
Odisha

Census begins / ଆଜିଠାରୁ ଆରମ୍ଭ ହୋଇଛି ଡିଜିଟାଲ ଜନଗଣନା, ଘର, ଗାଡି, ଜମିବାଡ଼ି ଓ LPG ତଥ୍ୟ ସରକାର ଙ୍କୁ ଦିଆଯିବ

Bikash Mohanty
Browse all articles by Bikash Mohanty
·5 months ago·2 min read
ଆଜିଠାରୁ ଆରମ୍ଭ ହୋଇଛି ଡିଜିଟାଲ ଜନଗଣନା, ଘର, ଗାଡି, ଜମିବାଡ଼ି ଓ  LPG ତଥ୍ୟ ସରକାର ଙ୍କୁ ଦିଆଯିବ
Census

Key Points

ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ଡିଜିଟାଲ ଜନଗଣନା
ସାରା ଦେଶରେ ଏକାସାଙ୍ଗରେ ପ୍ରକ୍ରିୟା ଆରମ୍ଭ
ପ୍ରଥମ ପର୍ଯାୟରେ ରାଜ୍ୟପାଳଙ୍କ ଠାରୁ ଆରମ୍ଭ ହୋଇଛି ସ୍ଵ ଗଣନା
ଲୋକଙ୍କୁ ପଚାରିବେ ୩୩ଟି ପ୍ରଶ୍ନ


ଭୁବନେଶ୍ଵର ୦୧/୦୪ : ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ଡିଜିଟାଲ ଜନଗଣନା।  ସାରା ଦେଶରେ ଏକାସାଙ୍ଗରେ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି। ରାଜ୍ୟର ପ୍ରଥମ ନାଗରିକ ରାଜ୍ୟପାଳଙ୍କ ବାସଭବନରୁ ଏହି ପ୍ରକ୍ରିୟାର ଶୁଭାରମ୍ଭ ହୋଇଛି। ପ୍ରଥମ ୧୫ ଦିନ ସ୍ବଗଣନା ହେବ। ଏପ୍ରିଲ ୧୬ ତାରିଖଠାରୁ ମେ ୧୫ ତାରିଖ ଯାଏ ଜନଗଣନାକାରୀ ଘରକୁ ଘର ବୁଲି ତଥ୍ୟ ସଂଗ୍ରହ କରିବେ ବୋଲି ସରକାର ସୂଚନା ଦେଇଛନ୍ତି।

ଆଜି ଠାରୁ ପ୍ରଥମେ ସ୍ବଗଣନା ବା ସେଲ୍ଫ ଏନୁମରେସନ ଆରମ୍ଭ ହୋଇଛି।  se.census.gov.in ପୋର୍ଟାଲକୁ ଯାଇ ବା ଏହାର ମୋବାଇଲ ଆପ୍ ରେ ନିଜେ ନିଜର ତଥ୍ୟ ଦେଇପାରିବେ। ପ୍ରତି ନାଗରିକ ୩୩ଟି ପ୍ରଶ୍ନର ଉତ୍ତର ଦେବେ। ଆସନ୍ତା ୧୬ ତାରିଖରୁ ମେ ୧୫ ତାରିଖ ଯାଏ ଜିଲ୍ଲାରେ ଘରକୁ ଘର ବୁଲି ଜନଗଣନା କରାଯିବ। ଅଧିକାରୀମାନେ ବି ଲୋକଙ୍କୁ ସେହି ସମାନ ୩୩ଟି ପ୍ରଶ୍ନ ପଚାରିବେ ।

ଭବନ ନଂ, ଘର ନଂ, ଘର ଚଟାଣ ଓ କାନ୍ଥରେ ବ୍ୟବହୃତ ସାମଗ୍ରୀ, ଘର ଅବସ୍ଥା, ପରିବାର କ୍ରମାଙ୍କ, ପରିବାରର ମୁଖ୍ୟ ଓ ସଦସ୍ୟଙ୍କ ନାମ ଓ ଲିଙ୍ଗ, ଅନୁ ଅନୁସୁଚିତ ଜାତି ଓ ଜନଜାତିଙ୍କ ତଥ୍ୟ, ଘର ମାଲିକାନା ସ୍ଥିତି, ଘର କୋଠରୀ ସଂଖ୍ୟା, ପରିବାରରେ ବିବାହିତ ଦମ୍ପତ୍ତିଙ୍କ ସଂଖ୍ୟା, ପାନୀୟ ଜଳର ମୁଖ୍ୟ ଉତ୍ସ, ଆଲୋକର ମୁଖ୍ୟ ଉତ୍ସ, ଶୌଚାଳୟ, ଶୌଚାଳୟର ପ୍ରକାର, ଅପରିଷ୍କାର ଜଳ ନିଷ୍କାସନ, ଗାଧୁଆ । ଘର, ରୋଷେଇ ଘର, ଏଲ୍ ପିଜି ସଂଯୋଗ, ଖାଦ୍ୟ ରାନ୍ଧିବାକୁ ମୁଖ୍ୟ ଇନ୍ଧନ, ରେଡିଓ, ସ୍ଫୁଟର, ଟିଭି, ଇଣ୍ଟରନେଟ ସୁବିଧା, ଲାପଟପ, ମୋବାଇଲ ଫୋନ୍, ସାଇକେଲ, ସ୍କୁଟ ମୋଟର ସାଇକେଲ, କାର, ଜିପ ଜିପ, ଭ୍ୟାନ୍, ମୁଖ୍ୟ ଶସ୍ୟ ଓ ମୋବାଇଲ ନଂ ଭଳି ଏକାଧିକ ପ୍ରଶ୍ନର ଉତ୍ତର ଦେବାକୁ ହେବ। 

ସେଲ୍‌ଫ ଏନୁ ମରେସନ ବା ପୋର୍ଟାଲରେ ସ୍ୱଗଣନା ବାଧ୍ୟତାମୂଳକ ନୁହେଁ। କିନ୍ତୁ ଯେଉଁମାନେ ଏହାକୁ କରି ନିଜ ତଥ୍ୟ ଦେଇଥିବେ ସେମାନଙ୍କୁ ଆଉ ଜନଗଣନାରେ ସାମିଲ ହେବାକୁ ପଡ଼ିବନି। କେବଳ ଜନଗଣନା କରୁଥିବା ଅଧିକାରୀଙ୍କୁ ନିଜର ରେଫରେନ୍ସ ରଫରେନ୍ସ ନମ୍ବର ଦେବାକୁ ହେବ। ଜନଗଣନା କରୁଥିବା ଅଧିକାରୀଙ୍କୁ ଠିକ୍ ଓ ନିର୍ଭୁଲ ତଥ୍ୟ ଦେବାକୁ ରାଜ୍ୟ ଜନଗଣନା ନିର୍ଦ୍ଦେଶକ ଅନୁରୋଧ କରିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସବୁଠୁ ବଡ଼ କଥା ହେଉଛି ଜନଗଣ ପ୍ରକ୍ରିୟାରେ ଏସ୍ଇଆରକୁ ଭିତରେ ସାମିଲ କରାଯିବନି। ଭୋଟର ତାଲିକା ସଂଶୋଧନ ନେଇ ହେବାକୁ ଥିବା ଏସ୍‌ଆଇଆରକୁ ଏବେ ପାଇଁ ସ୍ଥଗିତ ରଖାଯାଇଛି। ବିଭିନ୍ନ ରାଜ୍ୟରେ ନିର୍ବାଚନ ଥିବାରୁ ଏହା କିଛି ଦିନ ପାଇଁ ସ୍ଥଗିତ ରହିଛି।

୨୦୧୧ରେ ଶେଷ ଥର ପାଇଁ ଦେଶରେ ଜନଗଣନା ହୋଇଥିଲା । ଦୀର୍ଘ ୧୫ ବର୍ଷ ପରେ ଜନଗଣନା ହେବାକୁ ଯାଉଛି। ଏଥର ପ୍ରଥମଥ ପାଇଁ ଡିଜିଟାଲ ଭିଭିକ ଜନଗଣନା ହେବ ଜନଗଣନାରେ ଜନସଂଖ୍ୟା ତଥ୍ୟ ସହିତ, ସହିତ, ଗୃହ ଓ ସାମାଜିକ ତଥା ଅର୍ଥନୈତିକ ମାପଦଣ୍ଡ ଉପରେ ବିସ୍ତୃତ ଓ ବ୍ୟାପକ ତଥ୍ୟ ସଂଗ୍ରହ ହେବ।

ଜନଗଣନା ପ୍ରକ୍ରିୟାରେ ରାଜ୍ୟରେ ର ୧ ଲକ୍ଷ ୨୦ ହଜାରରୁ ଅଧିକ ଶିକ୍ଷକ ଓ କର୍ମଚାରୀ ସାମିଲ ହେବେ। ତେବେ ଜନଗଣନାର ତଥ୍ୟ ଆର୍‌ଟିଆଇ ବା ସୂଚନା ଅଧିକାର ଆଇନର ପରିସରରେ ଆସିବନି ବୋଲି ଜନଗଣନା ନିର୍ଦ୍ଦେଶକ ସ୍ପଷ୍ଟ କରିଛନ୍ତି। ଜନଗଣନା ସମୟରେ ନାଗରିକ ଦେଉଥିବା ପ୍ରତିଟି ତଥ୍ୟ ଗୋପନୀୟ ରହିବ।