CENSUS / ଆସନ୍ତା ଏପ୍ରିଲ 16ରୁ ଆରମ୍ଭ ହେଉଛି ଜନଗଣନା,ଜନଗଣନାରେ ୩୩ ପ୍ରଶ୍ନ ପଚାରିବେ ଅଧିକାରୀ
·2 months ago·2 min read

Key Points
ଆସନ୍ତା ଏପ୍ରିଲ 16ରୁ ଜନଗଣନା
ପ୍ରଥମ ପର୍ଯ୍ୟାୟରେ ଘର ଏବଂ ଆସବାବ ପତ୍ର ଗଣନା କରାଯିବ
୩୩ ପ୍ରଶ୍ନ ପଚାରିବେ ଜନଗଣନା ଅଧିକାରୀ

ଆସନ୍ତା ଏପ୍ରିଲ 16ରୁ ଆରମ୍ଭ ହେଉଛି ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଜନଗଣନା । ପ୍ରଥମ ପର୍ଯ୍ୟାୟରେ ଘର ଏବଂ ଆସବାବ ପତ୍ର ଗଣନା କରାଯିବ । ଏହି ସମୟରେ ଗଣନା ଅଧିକାରୀ ମାନେ ଆପଣଙ୍କ ଘରକୁ ଗଲେ ଆପଣଙ୍କୁ ସେମାନଙ୍କୁ 33ଟି ପ୍ରଶ୍ନର ଉତ୍ତର ଦେବାକୁ ପଡିବ ।
ଘର ପରିବାର ଏବଂ ଗାଡି ସମ୍ପର୍କରେ ତଥ୍ୟ ଦେବାକୁ ହେବ । ଘରର ମୁଖିଆଙ୍କ ନାଁ ଏବଂ ଲିଙ୍ଗ ଏବଂ ଜାତି କଣ, ଘର ବା ବିଲଡିଂ ନମ୍ବର, ଆପଣଙ୍କ ଘରର କାନ୍ଥ, ଛାତ ଏବଂ ଚଟାଣ କେଉଁସାମଗ୍ରୀରେ ତିଆରି, ଘରର ବ୍ୟବହାର ଏବଂ କଣ୍ଡିସନ ବାବଦରେ ପଚାରିବେ । ପରିବାରରେ କେତେ ଜଣ ଅଛନ୍ତି, ଘରେ କେତୋଟି ରୁମ ବ୍ୟବହାର କରୁଛନ୍ତି, ପରିବାରରେ କେତେ ଜଣ ବିବାହିତ ଦମ୍ପତି ଅଛନ୍ତି, ପିଇବା ପାଣି ଏବଂ ବିଜୁଳି କେଉଁଠୁ ଆସୁଛି ତାର ଉତ୍ସ କଣ, ପାଇଖାନା ଏବଂ ଗାଧୁଆ ଘର ବ୍ୟବହାର, ମଇଳା ପାଣି ନିଷ୍କାସନ, କେଉଁଥିରେ ରୋଷେଇ କରୁଛନ୍ତି LPG କନେକ୍ସନ ହେଇଛି ନା ନାହିଁ, ଆପଣଙ୍କ ଘରେ କେତୋଟି ଟିଭି, ରେଡ଼ିଓ, ଲାପଟପ କିମ୍ବା କମ୍ପୁଟର, ମୋବାଇଲ କିମ୍ବା ଟେଲିଫୋନ, ଇଣ୍ଟରନେଟ ଅଛି ନାହିଁ। ସେହିପରି ଆପଣଙ୍କ ଘରେ କେତୋଟି ସାଇକେଲ, ସ୍କୁଟର, ବାଇକ, କାର, ଜିପ ରହିଛି । ଆପଣ କେଉଁ ମୁଖ୍ୟ ଶସ୍ୟ ଖାଉଛନ୍ତି ଅର୍ଥାତ ଭାତ, ରୁଟି ନା ଅନ୍ୟ କିଛି। ଏହା ସହ ମୋବାଇଲ ନମ୍ବର ମଧ୍ୟ ଦେବାକୁ ପଡିବ।
କେନ୍ଦ୍ର ସରକାର ଗୁରୁବାର ଜନଗଣନା ୨୦୨୭ ସଂକ୍ରାନ୍ତ ନୂଆ ବିଜ୍ଞପ୍ତି ଜାରି କରିଛନ୍ତି। , ଦୁଇଟି ପର୍ଯ୍ୟାୟରେ ଜନଗଣନା କରାଯିବ। ପ୍ରଥମ ପର୍ଯ୍ୟାୟ ଚଳିତବର୍ଷ ଏପ୍ରିଲ ୧ରୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ଚାଲିବ। ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ୩୦ ଦିନ ମଧ୍ୟରେ ଏହି କାର୍ଯ୍ୟ ଶେଷ କରିବେ।
ଦ୍ୱିତୀୟ ପର୍ଯ୍ୟାୟ ୨୦୨୭ ଫେବ୍ରୁଆରୀରୁ ଆରମ୍ଭ ହେବ। ଏଥିରେ ଜନସଂଖ୍ୟା ଗଣନା ଆରମ୍ଭ କରାଯିବ । ସରକାର ଆହୁରି କହିଛନ୍ତି, ଘରଗୁଡ଼ିକର ତାଲିକା କା ଆରମ୍ଭହେବାର ୧୫ ଦିନ ପୂର୍ବରୁ ଲୋକଙ୍କୁ ନିଜ ଆଡୁ ସୂଚନା ପ୍ରଦାନ ନ (ସେଲ୍ଫ ଏନ୍ୟୁମରେସନ) ର ବିକଳ୍ପ ବି ଦିଆଯିବ।
ଉଲ୍ଲେଖଥାଉ କି ୨୦୨୧ରେ ଜନଗଣନା ହେବାର ଥିଲା । କିନ୍ତୁ କରୋନା ମହାମାରୀ କାରଣରୁ ଏହାକୁ ସ୍ଥଗିତ ରଖାଯାଇଥିଲା । ଏବେ ଏହା ୨୦୨୭ରେ ପୂରା ହେବ । ସରକାର ସ୍ପଷ୍ଟ କରିଛନ୍ତି ଯେ ଏଥର ଜନଗଣନା ସମ୍ପୂର୍ଣ ଭାବେ ଡିଜିଟାଲ ଉପାୟରେ ହେବ। ପ୍ରାୟ ୩୦ ଲକ୍ଷ କର୍ମଚାରୀ ମୋବାଇଲ ଆପ୍ ଜରିଆରେ ତଥ୍ୟ ସଂଗ୍ରହ କରିବେ। ମୋବାଇଲ ଆପ୍, ପୋର୍ଟାଲ ଏବଂ ରିଅଲ୍ ଟାଇମ୍ ଡାଟା ଟ୍ରାନ୍ସଫର ଦ୍ବାରା ଜନଗଣନା ଯଥାସମ୍ଭବ ପେପରଲେସ୍ ହେବ। ଏହି ଆପ୍ ଉଭୟ ଆଣ୍ଡ୍ରଏଡ୍ ଏବଂ ଆଇଓଏସ୍ରେ କାମ କରିବ। ଜାତି ସହ ଜଡ଼ିତ ତଥ୍ୟ ବି ଡିଜିଟାଲ ଉପାୟରେ ହାସଲ କରାଯିବ। ସ୍ବାଧୀନତା ପରେ ପ୍ରଥମ ଥର ପାଇଁ ଜନଗଣନାରେ ଜାତି ଗଣନାକୁ ସାମିଲ କରାଯିବ। ଏହା ପୂର୍ବରୁ ଇଂରେଜ ଅମଳରେ ୧୯୩୧ ପର୍ଯ୍ୟନ୍ତ ଜାତି ଆଧାରିତ ଜନଗଣନା ହୋଇଥିଲା।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories