Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

୩୫ଟି ଔଷଧର ବିକ୍ରି ଓ ଉତ୍ପାଦନ ଉପରେ ବ୍ୟାନ୍ ଲଗାଇଲା କେନ୍ଦ୍ର

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
 ୩୫ଟି ଔଷଧର ବିକ୍ରି ଓ ଉତ୍ପାଦନ ଉପରେ ବ୍ୟାନ୍ ଲଗାଇଲା କେନ୍ଦ୍ର

୩୫ଟି ଫିକ୍ସଡ-ଡୋଜ୍ ଔଷଧର ଉତ୍ପାଦନ, ବିକ୍ରୟ ଓ ବିତରଣ ବ୍ୟାନ୍ । ନିଷେଧାଦେଶ ଜାରି କଲେ କେନ୍ଦ୍ର ସରକାର । ବ୍ୟାନ ହୋଇଥିବା ଔଷଧ ଗୁଡ଼ିକର ଅନୁମୋଦନ ପୂର୍ବରୁ ସମୀକ୍ଷା କରାଯିବା ସହିତ ଏହାର ଉତ୍ପାଦନ, ବିକ୍ରୟ ଓ ବିତରଣ ବନ୍ଦ କରିବାକୁ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ଭେଷଜ ନିୟନ୍ତ୍ରକଙ୍କୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଜାରି କରିଛନ୍ତି । କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ ବା ସିଡିଏସସିଓ ପକ୍ଷରୁ ପେନକିଲର, ପୁଷ୍ଟିକର ସପ୍ଲିମେଣ୍ଟ ସହ ଆଣ୍ଟି-ଡାଇବେଟିସ୍ ଚିକିତ୍ସା ପାଇଁ ବ୍ୟବହାର ହେଉଥିବା ୩୫ଟି ଫିକ୍ସଡ୍ ଡୋଜ ମିଶ୍ରଣ ଔଷଧ ଉପରେ ନିଷେଧାଦେଶ ଜାରି କରିଛନ୍ତି ।


ଡ୍ରଗ୍ସ ଆଣ୍ଡ କସମେଟିକ୍ସ ଆକ୍ଟ ୧୯୪୦ ନିୟମର କଡ଼ାକଡ଼ି ଅନୁପାଳନ ନିଶ୍ଚିତ କରିବାକୁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଭେଷଜ ନିୟନ୍ତ୍ରକଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏପ୍ରିଲ ୧୧ରେ ଭାରତର ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଡକ୍ଟର ରାଜୀବ ରଘୁବଂଶୀ ଏଫଡିସି ଔଷଧର ବିକ୍ରୟ ପାଇଁ ଉତ୍ପାଦନ ଲାଇସେନ୍ସ ପ୍ରଦାନ ସମ୍ପର୍କରେ ଆପତ୍ତି ପ୍ରକାଶ କରିଛନ୍ତି । ଏଫଡିସି ଔଷଧଗୁଡ଼ିକ ହେଉଛି ଯେଉଁଗୁଡ଼ିକରେ ଏକ ସ୍ଥିର ଅନୁପାତରେ ଦୁଇ କିମ୍ବା ତତୋଧିକ ସକ୍ରିୟ ଔଷଧ ଉପାଦାନର ମିଶ୍ରଣ ଥାଏ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Center bans sale and production of 35 medicines | Argus News