Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଆଜିଠୁ ଆରମ୍ଭ ହେଲା କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ପରୀକ୍ଷା

Odisha

ଆଜିଠୁ ଆରମ୍ଭ ହେଲା କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ପରୀକ୍ଷା

Ritu Das
Browse all articles by Ritu Das
·1 year ago
ଆଜିଠୁ ଆରମ୍ଭ ହେଲା କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ପରୀକ୍ଷା

ଶନିବାରଠାରୁ CBSE ପରୀକ୍ଷା । ଆଜିଠୁ ଆରମ୍ଭ ହେଉଛି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡର ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା । ସକାଳ ସାଢ଼େ ୧୦ଟାରୁ ଏକଜାମ୍ ଆରମ୍ଭ ହେବ । ଦଶମ ପରୀକ୍ଷା ମାର୍ଚ୍ଚ ୧୮ ତାରିଖ ଯାଏ ଏବଂ ଦ୍ୱାଦଶ ପରୀକ୍ଷା ଆସନ୍ତା ଏପ୍ରିଲ ୪ ଯାଏ ଚାଲିବ । ଏଥର ସାରା ଦେଶରେ ୭, ୮୪୨ ଏବଂ ବିଦେଶରେ ୨୬ଟି ପରୀକ୍ଷା କେନ୍ଦ୍ରରେ ପ୍ରାୟ ୪୨ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ପ୍ରଥମ ଦିନରେ ଦଶମ ଇଂରାଜୀ ପରୀକ୍ଷା ରହିଛି ।


ଦଶମ ପରୀକ୍ଷା ସୂଚୀ ଅନୁସାରେ ଆଜି ଇଂରାଜୀ, ୨୦ ତାରିଖରେ ବିଜ୍ଞାନ, ୨୨ରେ ସଂସ୍କୃତ, ୨୫ରେ ସୋସିଆଲ୍‌ ସାଇନ୍ସ, ୨୮ରେ ହିନ୍ଦୀ, ମାର୍ଚ୍ଚ ୧୦ରେ ଗଣିତ, ୧୭ରେ ଓଡ଼ିଆ ଓ ୧୮ ତାରିଖରେ କମ୍ପ୍ୟୁଟର ପରୀକ୍ଷା ରହିଛି । ସେହିପରି ଦ୍ୱାଦଶ ଶ୍ରେଣୀର ଆସନ୍ତାକାଲି ଏଣ୍ଟରପ୍ରାଇଜେସ୍‌ ରହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Central Board of Secondary Education exams started today | Argus News