ପିଏମ ଉଷା ଯୋଜନାରେ 400 କୋଟିର ଅନୁଦାନ

Key Points
ବଦଳିବ ଶିକ୍ଷାନୁଷ୍ଠାନର ଚିତ୍ର । ଭିତ୍ତିଭୂମି, ଦକ୍ଷତା ବିକାଶ, ଗବେଷଣା କ୍ଷେତ୍ରରେ ସହାୟକ ହେବ `ପିଏମ୍ ଉଷା' ।
ଭୁବନେଶ୍ୱର: ବଦଳିବ ଶିକ୍ଷାନୁଷ୍ଠାନର ଚିତ୍ର । ଭିତ୍ତିଭୂମି, ଦକ୍ଷତା ବିକାଶ, ଗବେଷଣା କ୍ଷେତ୍ରରେ ସହାୟକ ହେବ `ପିଏମ୍ ଉଷା' । ରେଭେନ୍ସା ସମେତ 4 ବିଶ୍ବ ବିଦ୍ୟାଳୟକୁ ପିଏମ ଉଷା ଯୋଜନାରେ 400 କୋଟିର ଅନୁଦାନ ଦେଲେ କେନ୍ଦ୍ର ସରକାର । ରେଭେନସା ୟୁନିଭରସିଟି ସହ ବାରିପଦାର ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ୟୁନିଭରସିଟି, ସମ୍ବଲପୁର ୟୁନିଭରସିଟି ଓ ବ୍ରହ୍ମପୁର ୟୁନିଭରସିଟିକୁ ପିଏମ ଉଷାରେ ଆସିଛି 100 କୋଟି ଲେଖାଁଏ ଅର୍ଥ । ପିଏମ ଉଷାରେ ଏହି ଅର୍ଥ ଆସିବା ପରେ ଉଭୟ ଛାତ୍ର ଛାତ୍ରୀ ଓ ପ୍ରଫେସରଙ୍କ ଭିତରେ ଉତ୍ସାହ ଭରିଯାଇଛି। ରେଭନସା ବିଶ୍ବବିଦ୍ୟାଳୟକୁ ଆସିଥିବା 100 କୋଟିରେ ଭିତ୍ତିଭୂମି ବିକାଶ ସହ ଗବେଷଣା ପାଇଁ ଉପକଣ ଆସିବ ବୋଲି କହିଛନ୍ତି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ।
ଏପଟେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ୫୯ ତମ ପ୍ରତିଷ୍ଠା ଦିବସ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମନ୍ତ୍ରୀ ବିଭୁତି ଭୁଷଣ ଜେନା ଯୋଗ ଦେଇ ପିଏମ ଉଷା ଯୋଜନାରେ ବ୍ରହ୍ମପୁର ବିଶ୍ଵବଦ୍ୟାଳୟକୁ କେନ୍ଦ୍ର ସରକାର ୧୦୦ କୋଟି ଟଙ୍କାର ଅନୁଦାନ ଦେଇଛନ୍ତି ବୋଲି ଘୋଷଣା କରିବା ପରେ ଛାତ୍ରଛାତ୍ରୀ ଏବଂ ବୁଦ୍ଧିଜୀବି ମହଲରେ ଖୁସିର ବାତାବରଣ ଖେଳିଯାଇଛି । ବିଶ୍ଵବିଦ୍ୟାଳୟର ଉନ୍ନତିରେ ଏହା ବେଶ ସହାୟକ ହେବ ବୋଲି କହିଛନ୍ତି ଛାତ୍ରଛାତ୍ରୀ ।
📱 Get Argus News App
✨କୋରାପୁଟର ବିକ୍ରମଦେବ ୟୁନିଭରସିଟି ସମେତ 5ଟି ବିଶ୍ବବିଦ୍ୟାଳୟକୁ ଆସିଛି 20 କୋଟି ଲେଖାଁଏ ଟଙ୍କା । ମୋଟ୍ 39ଟି ଶିକ୍ଷାନୁଷ୍ଠାନକୁ ପିଏମ ଉଷାରେ ଆସିଛି 670 କୋଟି ଟଙ୍କା । ପୂର୍ବରୁ ଏ ଅନୁଦାନ ଶିକ୍ଷାନୁଷ୍ଠାନ ପାଇଁ ମଞ୍ଜୁର ହୋଇଥିଲା । ହେଲେ ପୂର୍ବ ସରକାର ସମୟରେ ମଞ୍ଜୁର ଅର୍ଥକୁ ଆଣୁ ନଥିଲେ ରାଜ୍ୟ ସରକାର ।
ସୁଦୃଢ ହେବ ଶିକ୍ଷାଭିତ୍ତି ଭୂମି । ସୁଦୃଢ ହେବ ଦେଶର ଭବିଷ୍ୟତ । ଆସିଥିବା ଅର୍ଥରେ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟର ସ୍ମାର୍ଟ କ୍ଲାସରୁମ୍, ଲାବ୍ରୋଟୋରୀ, କମ୍ପ୍ୟୁଟର୍ ଲାବ୍ରୋଟୋରୀ, ଏକାଡେମିକ୍ ବିଲଡିଂ, ଲାଇବ୍ରେରୀ, ଇ-ଲାଇବ୍ରେରୀ ଆଦିର ନିର୍ମାଣ କରାଯିବ । ଏହାସହ ବିଶ୍ବବିଦ୍ୟାଳୟ ମାନଙ୍କରେ ଉଚ୍ଚକୋଟିର ଗବେଷଣା ନିମନ୍ତେ ଆବଶ୍ୟକୀୟ ଭିତ୍ତିଭୂମି ଯୋଗାଇ ଦିଆଯିବ । ଯାହାକୁ ବିଭିନ୍ନ ମହଲରେ ଖୁବ ପ୍ରଶଂସା କରାଯାଉଛି ।