Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ପାଣ୍ଡିଆନଙ୍କୁ ସଣ୍ଢୁଆଶି ଆକ୍ରମଣ

Odisha

ପାଣ୍ଡିଆନଙ୍କୁ ସଣ୍ଢୁଆଶି ଆକ୍ରମଣ

Sarbeswar Mohapatra
Browse all articles by Sarbeswar Mohapatra
·2 years ago·2 min read
ପାଣ୍ଡିଆନଙ୍କୁ ସଣ୍ଢୁଆଶି ଆକ୍ରମଣ

Key Points

  • ପାଣ୍ଡିଆନଙ୍କୁ ସଣ୍ଢୁଆଶି ଆକ୍ରମଣ
  • ଧରାପଡିଯାଉଛି ପାଣ୍ଡିଆନଙ୍କ ଚାଲାକି
  • ନବୀନଙ୍କ ରିମୋର୍ଟ ପାଣ୍ଡିଆନଙ୍କ ହାତରେ ?

ଅର୍ଗସ ବ୍ୟୁରୋ : ନବୀନ ମୁଖ୍ୟମନ୍ତ୍ରୀ । ଶାସନର ମୁଖ୍ୟ...ହେଲେ ସରକାର ସେ ଚଳାଉନାହାନ୍ତି ବରଂ ଚଳାଉଛନ୍ତି ବିଜେଡି ନେତା ପାଣ୍ଡିଆନ । ଏ କଥା ଆମେ ନୁହେଁ ସମସ୍ତେ ଜାଣନ୍ତି...କିନ୍ତୁ ଓଡ଼ିଶାରେ ଏତେ ପୁରୁଖା ନେତା ଥାଉ ଥାଉ କାହିଁକି ଜଣେ ଅଣଓଡ଼ିଆ ଆସି ଏଇଠି ଦାଦାଗିରି କରୁଛନ୍ତି ତାହାକୁ ନେଇ ଉଠିଲାଣି ପ୍ରଶ୍ନ । ଖାଲି ପ୍ରଶ୍ନ ଉଠୁଛି ତାହା ନୁହେଁ ବରଂ ଉତ୍ତର ମାଗିଲେନି ବିରୋଧୀ ନେତା ଓ ଜନତା ।

କେନ୍ଦ୍ରୀୟ ନେତା ଖୋଲିଦେଲେ ନବୀନ ସରକାରର ଗୁମର । ଲଗାତାର ୨୪ ବର୍ଷର ଶାସନ , ୨୪ ବର୍ଷର ମୁଖ୍ୟମନ୍ତ୍ରୀ । ହେଲେ ବି ରାଜ୍ୟର ଯେଉଁ ପରି ଭାବରେ ବିକାଶ ହେବା କଥା ତାହା ହୋଇନାହିଁ । ଖାଲି ଏତିକି ନୁହେଁ ବରଂ ଭୋଟ୍‌ ନେବା ପରେ ଓଡ଼ିଶାବାସୀଙ୍କୁ ଧୋକା ଦେଇଛନ୍ତି ନବୀନ ବାବୁ । ବିଜେଡିରେ ପୁରୁଣା ଓ ଅଭିଜ୍ଞ ନେତା ଥିବା ପରେ ବି ଜଣେ ଅଣଓଡ଼ିଆ ପୂର୍ବତନ ଅଫିସରଙ୍କୁ ଶାସନକଳର ସର୍ବସ୍ଵ ଦେଇଛନ୍ତି । ଆଉ ସେହି ବାବୁ ଜଣକ କେମିତି ରାଜ କରିବାକୁ ଚକ୍ରାନ୍ତ କରୁଛନ୍ତି ତାହା ଆପଣ ବି ଜାଣନ୍ତି । କିନ୍ତୁ ଏ ସରକାର ବଦଳିବା ଦରକାର ଯେଉଁ ନାରା ଦିଆଯାଇଛି ତାହାକୁ ନେଇ ଏବେ ପରିବର୍ତ୍ତନର ହାୱା ବୋହିଲାଣି ।

କଥା ହେଲା, ମୁଖ୍ୟମନ୍ତ୍ରୀ ନିଜର ନିର୍ବାଚନ ପ୍ରଚାର ଆରମ୍ଭ ହିଞ୍ଜିଳିରୁ କରିଥିଲେ । ଆଉ କହିଥିଲେ, ହିଞ୍ଜିଳି ମଡେଲରେ ପୁରା ରାଜ୍ୟର ବିକାଶ ହେଉଛି । କିନ୍ତୁ ଜାଣିରଖନ୍ତୁ ହିଞ୍ଜିଳି ମଡେଲ୍‌ରେ ମାନେ କଣ ? ତଥ୍ୟ କହୁଛି, ଗଂଜାମ ଜିଲ୍ଲାରେ ମୋଟ୍‌ ୨୨ ବ୍ଲକ୍‌ ରହିଛି । ଯେଉଁଥିରେ ୬୬୨ ମଦ ଦୋକାନ ରହିଛି । ଗାଣିତିକ ତଥ୍ୟରେ ବିଶ୍ଳେଷଣ କଲେ, ବ୍ଲକ୍‌ ପିଛା ୩୦ ମଦ ଦୋକାନ ଖୋଲିଛି । ବ୍ଲକ୍‌ରେ ସ୍କୁଲ କି ପ୍ରାଥମିକ ଶିକ୍ଷା କେନ୍ଦ୍ର ଥାଉ କି ନଥାଉ ହିଞ୍ଜିଳି ମଡେଲର ଅର୍ଥ ହେଉଛି ବ୍ଲକ୍ ପିଛା ୩୦ ମଦ ଦୋକାନ । ବ୍ଲକ୍‌ ପିଛା ଲକ୍ଷେ ଲୋକ ଦାଦନ । ହେଲେ ବି ଏହାପରେ ନବୀନ କହୁଛନ୍ତି ବିକାଶ ହେବ ହିଞ୍ଜିଳି ମଡେଲ୍‌ରେ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଦର୍ଶକବନ୍ଧୁ ଗୋଟିଏ ପଟେ ନବୀନ ବାବୁ ପାଣ୍ଡିଆନଙ୍କୁ ପଛ ଦ୍ଵାର ବାଟେ ଶାସନ କ୍ଷମତା ଦେବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ ଏହାକୁ ସହଜରେ ଗ୍ରହଣ କରୁନାହାନ୍ତି ଓଡ଼ିଶାବାସୀ । ସେଇଥି ଲାଗି ତ ଧର୍ମେନ୍ଦ୍ର ବି କହିଥିଲେ, ଆଠମଲ୍ଲିକକୁ ମୁଁ ହିଞ୍ଜିଳି ହେବାକୁ ଦେବିନି । ଅର୍ଥାତ୍‌ ହିଞ୍ଜିଳି ପରି ଦାଦନଗ୍ରସ୍ତ ହେବନି ଆଠମଲ୍ଲିକ ମୋଟ୍‌ ଉପରେ, ନବୀନ ବାବୁ ଖଣିଜ ସଂପଦ ସହ ଦାଦନ ନେଇ ଯାଉଛନ୍ତି ତାମିଲନାଡୁ । ହେଲେ ସେଇଠୁ ଆଣୁଛନ୍ତି ତାମିଲ ଠିକାଦାର । ଯେଉଁମାନେ ଓଡ଼ିଆଙ୍କୁ ଦେଖାଉଛନ୍ତି ନାଲିଆଖି । ତେବେ ସମୟ ହେଲାଣି, ଲୋକେ ବୁଝିଲେଣି । ଏଥର ପାଣ୍ଡିଆନଙ୍କର ଆଉ ରକ୍ଷା ନାହିଁ ।
 

Sponsored
VK Pandian | Argus News