Videos
|
Odisha

ରାଜ୍ୟର ଷ୍ଟାର୍ଟଅପ କ୍ଷେତ୍ରରେ ଲମ୍ବା ଲମ୍ଫ ପାଇଁ ଯୁବପିଢ଼ିଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ଆହ୍ଵାନ

Sushanta Sahoo
Browse all articles by Sushanta Sahoo
·1 year ago·2 min read
ରାଜ୍ୟର ଷ୍ଟାର୍ଟଅପ କ୍ଷେତ୍ରରେ ଲମ୍ବା ଲମ୍ଫ ପାଇଁ ଯୁବପିଢ଼ିଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ଆହ୍ଵାନ

ଭୁବନେଶ୍ଵର: ଉତ୍କର୍ଷ ଓଡ଼ିଶା ସମ୍ମିଳନୀରେ ଆଜି ଏକ ବଡ଼ କାର୍ଯ୍ୟକ୍ରମ ଥିଲା ଷ୍ଟାର୍ଟ ଅପ୍ ଓଡ଼ିଶା ସେସନ୍ । ଏଥିରେ ରାଜ୍ୟର ଯୁବପିଢ଼ିଙ୍କୁ ବଡ଼ ଆହ୍ଵାନ ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ । ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଓଡ଼ିଶା ହୋଇ ପାରିବ ଷ୍ଟାର୍ଟ ଅପ୍ ଆଧାରିତ ଅର୍ଥନୈତିକ ରାଜ୍ୟ । ଷ୍ଟାର୍ଟ ଅପ୍ କ୍ଷେତ୍ରରେ ଓଡ଼ିଶାର ଯୁବପିଢ଼ିକୁ ଲମ୍ବା ଲମ୍ଫ ପ୍ରଦାନ କରିବାକୁ ହେବ । ନୂଆ ଉଦ୍ୟମୀଙ୍କୁ ନେଇ ନୂଆ ଇକୋ ସିଷ୍ଟମ ଓ ନୂଆ ପୁଞ୍ଜି ନିବେଶକାରୀ ସୃଷ୍ଟି କରିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି ଧର୍ମେନ୍ଦ୍ର । 


ଯୁବ ଉଦ୍ୟୋଗୀ ଓ ଛାତ୍ରଛାତ୍ରୀଙ୍କୁ ରାଜ୍ୟରେ ଷ୍ଟାର୍ଟଅପ ନେଇ ଥିବା ସମ୍ଭାବନା ବିଷୟରେ ବୁଝାଇଲେ ଧର୍ମେନ୍ଦ୍ର । ଉତ୍କର୍ଷ ଓଡ଼ିଶା ସମ୍ମିଳନୀରେ ଆୟୋଜିତ ହୋଇଥିବା ଷ୍ଟାର୍ଟ ଅଫ ଓଡିଶା ସେସନରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ, ଉତ୍କର୍ଷ ଓଡ଼ିଶା କେବଳ ଗୋଟେ କାର୍ଯ୍ୟକ୍ରମ ନୁହେଁ ପୂର୍ବଦୋୟର ଗର୍ବ ଓ ଗୌରବ । ଆମେ ଓଡ଼ିଆ ଲୋକମାନେ ପୂର୍ବଦୋୟ କୁ ସଫଳ କରିବା ଲାଗି ପ୍ରତିଦିନ କାର୍ଯ୍ୟ କରିବାକୁ ହେବ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଜଗନ୍ନାଥଙ୍କ କୃପାରୁ ବାଣିଜ୍ୟ ଶିଳ୍ପ କ୍ଷେତ୍ରରେ ରାଜ୍ୟର ଲମ୍ବା ଇତିହାସ ରହିଛି । ଆହୁରି କହିଥିଲେ ଓଡ଼ିଆ ଲୋକଙ୍କ ପାଇଁ ଦୁଇଟି ଟାର୍ଗେଟ ୨୦୩୬ ଓ ୨୦୪୭ । ବର୍ତ୍ତମାନର ପିଢ଼ିଙ୍କ ସୌଭାଗ୍ୟ ଦୁଇଟି ଶତବାର୍ଷିକୀ ପୂରଣ କରିବାର ସୁଯୋଗ ପାଇବେ । ଉତ୍କର୍ଷ ଓଡ଼ିଶା ସମ୍ମିଳନୀରେ ୫ ଲକ୍ଷ କୋଟିର ପୁଞ୍ଜି ନିବେଶ ପାଇଁ ଆଲୋଚନା ଏମଓୟୁ ସ୍ଵାକ୍ଷର ହୋଇଛି । ଷ୍ଟାର୍ଟଅପ୍ ଓଡ଼ିଶାରେ ବି ଆଜି ଅନେକ ଗୁଡ଼ିଏ ଏମଓୟୁ ସ୍ଵାକ୍ଷର ହୋଇଛି । ଯାହା ଆମ ପାଇଁ ବେଶ ଉତ୍ସାହ ଜନକ ।


ସେହିପରି ଧର୍ମେନ୍ଦ୍ର କହିଥିଲେ, ଆମ ପାଇଁ ପ୍ରାଥମିକ ଚ୍ୟାଲେଞ୍ଜ ହେଉଛି ରାଜ୍ୟର ସମସ୍ତ ସମ୍ଭାବନାକୁ ଓଡ଼ିଶାରେ ହିଁ ବାନ୍ଧି ରଖିବାର ଉପାୟ ବାହାର କରିବାକୁ ପଡ଼ିବ । ତାହା ହିଁ ସରକାରଙ୍କ ପ୍ରତିଶ୍ରୁତିବଦ୍ଧତା ଓ ରଣନୀତି । ଯେବେ ଯୁବପିଢ଼ି ପ୍ରତିପୋଷଣ ଅନୁକୂଳ ସହରରେ କିମ୍ବା ଛୋଟ ସହରରେ ଭଲ ପାଠ ପଢ଼ି ନିଜ ଭାଗ୍ୟ ଓ ସମାଜର ନିର୍ମାଣ ପାଇଁ କାମ କରିବେ ତେବେ ଯାଇ ନୂଆ ସମ୍ଭାବନା ସୃଷ୍ଟି ହୋଇ ପାରିବ । ବିଶ୍ଵବିଦ୍ୟାଳୟରେ ପାଠ ପଢ଼ା ଯଦି ଗବେଷଣା ଆଡ଼କୁ ଯାଏ ତେବେ ସୃଜନଶୀଳ ଇକୋ ସିଷ୍ଟମ ସୃଷ୍ଟି ହୋଇପାରିବ ।


ରାଜ୍ୟ ଏମଏସଏମଇ ମନ୍ତ୍ରୀ ମଧ୍ୟ ଓଡ଼ିଶାର ସମ୍ଭାବନା ନେଇ ଯୁବ ଉଦ୍ୟୋଗୀ ମାନଙ୍କୁ ବୁଝାଇ ଥିଲେ । ଦେଶରେ ଷ୍ଟାର୍ଟଅପ ବେଶ ଆଗକୁ ବଢି ଚାଲିଥିବା ବେଳେ ରାଜ୍ୟରେ ପୂର୍ବ ସରକାରର ଆନ୍ତରିକତା ଅଭାବରୁ ଆଗକୁ ବଢି ପାରିନାହିଁ । ଯେଉଁଥି ପାଇଁ ଅନେକ ଷ୍ଟାର୍ଟଅପ ଆରମ୍ଭ ହୋଇ ବନ୍ଦ ହୋଇ ଯାଇଛି । ତେଣୁ ପୁଣିଥରେ ଷ୍ଟାର୍ଟଅପ କ୍ଷେତ୍ରକୁ ଆଗେଇ ନେବା ନୂଆ ସରକାରଙ୍କ ପାଇଁ ବଡ଼ ଆହ୍ଵାନ ହୋଇଛି ।