Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ସ୍ୱର୍ଣ୍ଣିମ ଅଧ୍ୟାୟର ସାକ୍ଷୀ ହେଲା କୋରାପୁଟର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
ସ୍ୱର୍ଣ୍ଣିମ ଅଧ୍ୟାୟର ସାକ୍ଷୀ ହେଲା କୋରାପୁଟର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ

Key Points

କୋରାପୁଟ ଗସ୍ତରେ ଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ପ୍ରଥମେ ହାଲ୍‌- Hindustan Aeronautics Limited ଗସ୍ତ କରିଥିଲେ ।


ଏକ ସ୍ୱର୍ଣ୍ଣିମ ଅଧ୍ୟାୟର ସାକ୍ଷୀ ହେଲା କୋରାପୁଟର ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଶ୍ୱବିଦ୍ୟାଳୟର ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ କରି ଭବିଷ୍ୟତର ଏକ ନୂଆ ଆଲୋକ ପ୍ରଜ୍ଜ୍ୱଳନ କରିଛନ୍ତି । ନୂତନ ଏକାଡେମିକ ଭବନ, ଅତ୍ୟାଧୁନିକ ସ୍ୱାସ୍ଥ୍ୟ କେନ୍ଦ୍ର, କୁଳପତି ନିବାସ ଏବଂ ଅଧିକାରୀ ଓ କର୍ମଚାରୀଙ୍କ ଆବାସ ଉଦଘାଟନ କରି ଶିକ୍ଷା କ୍ଷେତ୍ରରେ ଏକ ନୂଆ ଯୁଗର ଆରମ୍ଭ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ।


ଏହି ଶୁଭ ଅବସରରେ ଓଡ଼ିଶାର ୬ଟି ପ୍ରମୁଖ କେନ୍ଦ୍ରୀୟ ଶିକ୍ଷା ଅନୁଷ୍ଠାନ - ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ଆଇଆଇଟି ଭୁବନେଶ୍ୱର, ଆଇଆଇଏମ ସମ୍ବଲପୁର, ଏନଆଇଟି ରାଉରକେଲା, ଆଇଆଇଏସଇଆର ବ୍ରହ୍ମପୁର ଏବଂ ଜାତୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟ, ପୁରୀ - ମଧ୍ୟରେ MoU ସ୍ୱାକ୍ଷରିତ ହୋଇଛି ।


ଏହି ଐତିହାସିକ ପଦକ୍ଷେପ ଜାତୀୟ ଶିକ୍ଷା ନୀତି ୨୦୨୦ର ସ୍ୱପ୍ନକୁ ସାକାର କରି ଓଡ଼ିଶା ତଥା ସାରା ଭାରତରେ ଶିକ୍ଷା ଓ ସାମାଜିକ-ଆର୍ଥିକ ବିକାଶରେ ଏକ ନୂଆ ଦିଗ ଦେବ । ସେପଟେ ଏହା କେବଳ ଏକ ବିଶ୍ୱବିଦ୍ୟାଳୟ ନୁହେଁ ବରଂ ଆମ ଯୁବପୀଢ଼ିର ସ୍ୱପ୍ନ ଓ ଆକାଂକ୍ଷାର ଏକ ନୂଆ ଉଡ଼ାଣ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ତେବେ ଆଜି କୋରାପୁଟ ଗସ୍ତରେ ଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରଥମେ ହାଲ୍‌- Hindustan Aeronautics Limited ଗସ୍ତ କରିଥିଲେ । ପରେ କୋରାପୁଟରେ ବାହୁଡ଼ା ଯାତ୍ରାରେ ସାମିଲ ହୋଇଥିଲେ କେନ୍ଦ୍ରମନ୍ତ୍ରୀ । ରଥାରୂଢ ମହାପ୍ରଭୁଙ୍କ ଦର୍ଶନ କରିବା ସହ ଶ୍ରଦ୍ଧାଳୁଙ୍କ ସହ ରଥ ଟାଣିଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ । ରଥଯାତ୍ରା ଓ ବାହୁଡ଼ା ଯାତ୍ରା ଓଡ଼ିଆ ସଂସ୍କୃତିର ଅନନ୍ୟ ପର୍ବ । ଚତୁର୍ଦ୍ଧାମୂରତି ନବଦିନାତ୍ମକ ଯାତ୍ରା ସାରି ଜନ୍ମବେଦିରୁ ରତ୍ନବେଦିକୁ ବାହୁଡ଼ିବାର ଅନନ୍ୟ ପରମ୍ପରାର ପ୍ରତୀକ ହେଉଛି ବାହୁଡ଼ା ଯାତ୍ରା । ଏହା ପୂର୍ବରୁ ସେମିଳିଗୁଡ଼ା ସ୍ଥିତ ଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିଥିଲେ କେନ୍ଦ୍ରମନ୍ତ୍ରୀ । ସକାଳୁ କୋରାପୁଟରେ ପହଞ୍ଚିବା ପରେ କେନ୍ଦ୍ରମନ୍ତ୍ରୀ ଦାମନଯୋଡି ସ୍ଥିତ ମା' କଣ୍ଟାବାଉଁଶୁଣିଙ୍କ ଦର୍ଶନ କରିଥିଲେ ।


Sponsored
Central University of Koraput witnesses a golden chapter | Argus News