Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Odisha Assembly / ଆଦିବାସୀ ପିଲାଙ୍କ ପାଠପଢ଼ା ପାଇଁ ୨ ବର୍ଷରେ କେନ୍ଦ୍ର ଦେଇଛି ୩୫ କୋଟି

Sushanta Sahoo
Browse all articles by Sushanta Sahoo
·9 months ago·1 min read
ଆଦିବାସୀ ପିଲାଙ୍କ ପାଠପଢ଼ା ପାଇଁ ୨ ବର୍ଷରେ କେନ୍ଦ୍ର ଦେଇଛି ୩୫ କୋଟି

Key Points

ସବସିଡିଯୁକ୍ତ ଚାଉଳ କେଜି ପିଛା ୯ ଟଙ୍କା ୩୦ ପଇସାରେ ପ୍ରତି ପିଲା ପିଛା ୧୫ କେଜି ହିସାବରେ ଦିଆଯାଉଛି । ୨୦୨୪-୨୫ରେ ଛଅ ମାସ ପାଇଁ ଚାଉଳ ଯୋଗାଇ ଦେଇଛନ୍ତି ସରକାର ।

ଭୁବନେଶ୍ଵର: ଆଦିବାସୀଙ୍କ ଉନ୍ନତି ହେଉଛି ସରକାରଙ୍କ ଲକ୍ଷ୍ୟ । ସେଥିପାଇଁ ଆଦିବାସୀ ପିଲାଙ୍କ ପାଠପଢ଼ା ଲାଗି ଅର୍ଥ ଖର୍ଚ୍ଚ କରୁଛନ୍ତି କେନ୍ଦ୍ର ସରକାର । ଭୁବନେଶ୍ଵରସ୍ଥିତ KISS ବିଦ୍ୟାଳୟରେ ହଜାର ହଜାର ଆଦିବାସୀ ଓ ହରିଜନ ପିଲା ପାଠ ପଢ଼ୁଥିବା ବେଳେ କେନ୍ଦ୍ର ସରକାର ଅନୁଦାନ ଯୋଗାଇ ଦେଉଛନ୍ତି ।


ଏନେଇ ବିଧାନସଭାରେ ବିଧାୟକ ଦାସରଥୀ ଗମାଙ୍ଗ ଅଣତାରକା ପ୍ରଶ୍ନ କରିଥିବା ବେଳେ ଉତ୍ତର ରଖିଛନ୍ତି ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆବର୍ଗ କଲ୍ଯାଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।


ବିଭାଗୀୟ ମନ୍ତ୍ରୀ ବିଧାନସଭାରେ ଦେଇଥିବା ତଥ୍ୟ ଅନୁସାରେ, 'ଭୁବନେଶ୍ଵର ସ୍ଥିତ KISSରେ ଏବେ ୧୪ ହଜାର ୪୮୨ ଜଣ ଅନୁସୂଚିତ ଜନଜାତି ପିଲା ପାଠ ପଢ଼ୁଛନ୍ତି । ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଦ୍ଵାରା ୧୦ ହଜାର ଛାତ୍ର ଓ ଛାତ୍ରୀଙ୍କୁ ମାସିକ ୧୫୦୦ କୁଇଣ୍ଟାଲ୍ ଚାଉଳ ଯୋଗାଇ ଦିଆଯାଉଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ମନ୍ତ୍ରୀ କହିଛନ୍ତି, 'ସବସିଡିଯୁକ୍ତ ଚାଉଳ କେଜି ପିଛା ୯ ଟଙ୍କା ୩୦ ପଇସାରେ ପ୍ରତି ପିଲା ପିଛା ୧୫ କେଜି ହିସାବରେ ଦିଆଯାଉଛି । ୨୦୨୪-୨୫ରେ ଛଅ ମାସ ପାଇଁ ଚାଉଳ ଯୋଗାଇ ଦେଇଛନ୍ତି ସରକାର ।'


କେବଳ ଚାଉଳ ନୁହେଁ ଅନୁଷ୍ଠାନକୁ କେନ୍ଦ୍ର ସରକାରଙ୍କ ଆଦିବାସୀ ମନ୍ତ୍ରଣାଳୟ ଅନୁଦାନ ଦେଇଛି । ମନ୍ତ୍ରୀ ଦେଇଥିବା ତଥ୍ୟ ଅନୁସାରେ, '୨୦୨୩-୨୪ରେ ୨୫ କୋଟି ୪୧ ଲକ୍ଷ ୮୩ ହଜାର ୯୪୩ ଟଙ୍କା ଦିଆଯାଇଛି । ୨୦୨୪-୨୫ରେ କେନ୍ଦ୍ର ସରକାର ୯ କୋଟି ୩୧ ଲକ୍ଷ ୬୧ ହଜାର ୪୫୦ ଟଙ୍କା ଅର୍ଥ ରାଶି ମଞ୍ଜୁର କରିଛନ୍ତି ।'

Related Topics

Explore more stories

Sponsored
Odisha Assembly | Centre Grants ₹35 Cr for Tribal Kids’ Education in Odisha | Argus News | Argus News