SI Scam / କେତେବେଳେ କାହା ଘରେ ବି ପଶିପାରେ CBI !

Key Points
SI କେଳେଙ୍କାରୀର ସିବିଆଇ ତଦନ୍ତ କରିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଛାନିଆ ବଡ଼ ବଡ଼ିଆ । ସେପଟେ ସିବିଆଇ ଆସିବା ପୂର୍ବରୁ ଶଙ୍କରର ସହଯୋଗୀ ସାଗରକୁ କ୍ରାଇମବ୍ରାଞ୍ଚ ଉଠାଇନେଇଛି । ଦୀଘା ସହ ବାଲେଶ୍ୱର ମଡ୍ୟୁଲ ସମ୍ଭାଳୁଥିଲା ସାଗର । ଆଉ ସାଗର ମାଧ୍ୟମରେ ହିଁ ଏଜେଣ୍ଟଙ୍କ ସହ ଲିଙ୍କରେ ଆସୁଥିଲା ଶଙ୍କର ।
ଏସଆଇ ନିଯୁକ୍ତି ସ୍କାମରେ ସଂଗଠିତ ଅପରାଧର ସାଙ୍ଘାତିକ ସୁରାକ । ସିବିଆଇ ତଦନ୍ତ ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ କ୍ରାଇମବ୍ରାଞ୍ଚର ତଦନ୍ତ ଅଧିକାରୀଙ୍କ ସହ ଆଲୋଚନା କରିଛି ସିବିଆଇ ଟିମ । ଏପଟେ ବୁଧବାର ଶଙ୍କରର ସହଯୋଗୀ ସାଗର ଗୌଡକୁ ଉଠାଇ ନେଇଛି କ୍ରାଇମବ୍ରାଞ୍ଚ । ଏମକେସିଜି ମେଡିକାଲ କ୍ୟାମ୍ପସରେ ଥିବା କ୍ବାର୍ଟର ନମ୍ବର F1 ରେ ରହୁଥିଲା ସାଗର। ଦୀଘା ସହ ବାଲେଶ୍ୱର ମଡ୍ୟୁଲ ସମ୍ଭାଳୁଥିଲା ସାଗର । ସାଗର ଜରିଆରେ ହିଁ ଏଜେଣ୍ଟଙ୍କ ସହ ଲିଙ୍କରେ ଆସୁଥିଲା ଶଙ୍କର ।
ଏସଆଇ ନିଯୁକ୍ତି କେଳେଙ୍କାରୀରେ ସାମନାକୁ ଆସିଛି ଓଡିଶା ସମେତ ବିହାର, ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶ ଲିଙ୍କ । ଚର୍ଚ୍ଚା ହେଉଛି ଯେକୌଣସି ବି ମୁହୂର୍ତ୍ତରେ ପ୍ରଭାବଶାଳୀ ଓ ବଡବଡ଼ିଆଙ୍କ ଘର, ଅଫିସ ସମେତ କୋଚିଂ ସେଣ୍ଟର ମାନଙ୍କରେ ହୋଇପାରେ ଚଢ଼ାଉ । ଏହାରି ଭିତରେ ଅଭିଯୁକ୍ତଙ୍କ ପଲ୍ଲୀଗ୍ରାଫ ଟେଷ୍ଟ ପାଇଁ କୋର୍ଟରେ କ୍ରାଇମବ୍ରାଞ୍ଚ ଆବେଦନ କରିଥିଲେ ବି ଏହାର ଶୁଣାଣି ହୋଇନାହିଁ। ଓଡ଼ିଶା ଭିତରେ ଚାଲିଥିବା ଏହି ରାକେଟର ଅନେକ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରି ସାରିଛି । ରାଜ୍ୟ ବାହାରେ ଏହି ରାକେଟର ଆଉ କିଏ ଅଛନ୍ତି ଓ ଏମାନଙ୍କ ପଛରେ ରାଜ୍ୟର କେଉଁ ନେତା ଅଫିସର ଅଛନ୍ତି ତାର ଖୋଳତାଡ଼ କରିବ ସିବିଆଇ ।
ପୋଲିସ ଏସଆଇ ନିଯୁକ୍ତି ପରୀକ୍ଷା ଦାୟିତ୍ବ ଥିଲା ଓପିଆରବିର । ତେବେ ଲୋକବଳ ସମସ୍ୟା ଦେଖାଇ ଓପିଆରବି ପରୀକ୍ଷା ପରିଚଳାନା ଦାୟିତ୍ବ ଦେଇଥିଲା ଆଇଟିଆଇ ଲିମିଟେଟକୁ । ପରେ ଆଇଟିଆଇ ଏହାକୁ ସିଲିକନ ଟେକଲାବକୁ ଦେଲା । ସିଲିକନ ଦେଇଥିଲା ଶଙ୍କର ପୁଷ୍ଟିର ମାଲିକାନାରେ ଥିବା ପଞ୍ଚସଫଟକୁ ।
📱 Get Argus News App
✨Related Topics
Explore more stories