Rice / ଓଡିଶାରୁ ୬ ଲକ୍ଷ ମେଟ୍ରିକ ଟନ ଚାଉଳ ଉଠାଇବ କେନ୍ଦ୍ର

Key Points
ଓଡିଶାରୁ ୬ ଲକ୍ଷ ମେଟ୍ରିକ ଟନ ଚାଉଳ ଉଠାଇବ କେନ୍ଦ୍ର
କେନ୍ଦ୍ର ମନ୍ତ୍ରୀ ଯୋଗାଣ ମନ୍ତ୍ରୀଙ୍କୁ ଭେଟି ଚାଉଳ ଉଠାଇବାକୁ ଅନୁରୋଧ କରିଥିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଅରୁଆ, ଉଷୁନା ବିବାଦରେ ଫୁଲଷ୍ଟପ୍ । ଓଡ଼ିଶାରୁ ୬ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ଉଠାଇବ କେନ୍ଦ୍ର । ୫ ଲକ୍ଷ ମେଟ୍ରିକ୍ ଟନ୍ ଉଷୁନା ଓ ୧ ଲକ୍ଷ ମେଟ୍ରିକ୍ ଟନ୍ ନିଆଯିବ ଅରୁଆ ଚାଉଳ । ଅଧିକ ଚାଉଳ ଉଠାଣ ପାଇଁ କେନ୍ଦ୍ର ଯୋଗାଣ ମନ୍ତ୍ରୀଙ୍କୁ ଭେଟି ଅନୁରୋଧ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ରାଜ୍ୟର ସବୁ ବଳକା ଚାଉଳ ନେବେ କେନ୍ଦ୍ର ସରକାର । ରାଜ୍ୟରେ ଏବେ ୭ ଲକ୍ଷ ମେଟ୍ରିକ ଟନ ଚାଉଳ ବିଭିନ୍ନ ଗୋଦାମରେ ପଡ଼ି ରହିଥିବା ବେଳେ ଏଥିରୁ ୬ ଲକ୍ଷ ମେଟ୍ରିକ ଟନ FCI ନେବ, ବଡ଼ କଥା ହେଉଛି FCI ଉଠାଇବାକୁ ଥିବା ଚାଉଳ ମଧ୍ୟରୁ ୫ ଲକ୍ଷ ମେଟ୍ରିକ ଟନ ହେଉଛି ଉଷୁନା ଚାଉଳ । ଗୋଟିଏ ମେଟ୍ରିକ ଟନ ଅରୁଆ ଆସନ୍ତା ଏପ୍ରିଲ ଭିତରେ ସମସ୍ତ ଚାଉଳ ଉଠାଇବା ପ୍ରକ୍ରିୟା ଶେଷ ହେବ । ତେବେ ବଳକା ଥିବା ୧ ଲକ୍ଷ ମେଟ୍ରିକ ଟନ ଚାଉଳ ନିଲାମ କରିବେ ସରକାର ।
ଦୀର୍ଘ ଦିନରୁ ରାଜ୍ୟରେ ଲାଗି ରହିଥିଲା ଉଷୁନା ଅରୁଆ ବିବାଦ ଗତ ଡିସେମ୍ବରରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରୀଙ୍କୁ ଭେଟିଥିଲେ ଓଡ଼ିଶା ବିଜେପିର ପ୍ରତିନିଧି ଦଳ । ଉଷୁନା ଚାଉଳ ଉଠାଣ ପରିମାଣ ୨୦ରୁ ୨୫ ଲକ୍ଷ ମେଟ୍ରିକ ଟନ୍ ବୃଦ୍ଧି କରିବା ପାଇଁ ଅନୁରୋଧ କରିଥିଲେ ଧର୍ମେନ୍ଦ୍ର । ଏବେ କେନ୍ଦ୍ର ଅଧିକ ଚାଉଳ ନେଲେ ଗୋଦାମରେ ଚାଉଳ ନଷ୍ଟ ହେବନି । ଏହା ପ୍ରତ୍ୟକ୍ଷ ଓ ପରୋକ୍ଷରେ ଚାଷୀଙ୍କୁ ଫାଇଦା ଦେବ ।
ପୂର୍ବରୁ ଓଡ଼ିଶାର ଧାନ ସଂଗ୍ରହ ପରିମାଣକୁ ୫୦ ଲକ୍ଷ ମେଟ୍ରିକ ଟନରୁ ୫୮ ଲକ୍ଷ ମେଟ୍ରିକ ଟନ ବୃଦ୍ଧି କରିଥିଲେ କେନ୍ଦ୍ର ସରକାର । ଏବେ ବଳକା ଉଷୁନା ଚାଉଳର ଶୀଘ୍ର ଉଠାଣ ଦ୍ୱାରା ଚାଷୀମାନେ ବିଶେଷ ଲାଭବାନ ହେବେ ଏବଂ ଜାତୀୟ ଖାଦ୍ୟ ନିରାପତ୍ତା ବ୍ୟବସ୍ଥା ଆହୁରି ମଜବୁତ୍ ହେବ ।
📱 Get Argus News App
✨Related Topics
Explore more stories