ଆଜି ଛାଡ଼ଖାଇ, ଆମିଷ ବଜାରରେ ପ୍ରବଳ ଭିଡ

ଅର୍ଗସ ବ୍ୟୁରୋ: ଆଜି ଛାଡ଼ଖାଇ । ମାସକର ଧର୍ମ ମାସ ପରେ ଜମିବ ଆମିଷ ଆସର । ସକାଳୁ ସକାଳୁ ରାଜଧାନୀର ବିଭିନ୍ନ ଆମିଷ ମାର୍କେଟରେ ଲାଗିଛି ଗ୍ରାହକଙ୍କ ଭିଡ଼ । ଗତକାଲି ଶନିବାର ଓ ସଂକ୍ରାନ୍ତି କାରଣରୁ ଆମିଷ ବଜାର ଉପରେ ଏହାର ପ୍ରଭାବ ପଡ଼ିଥିଲା । କାଁ ଭାଁ ଗ୍ରାହକ ବଜାରକୁ ଯାଇ ଆମିଷ କିଣିଥିଲେ । ଆଜି ରବିବାର ହୋଇଥିବାରୁ ଆମିଷ ବଜାରରେ ସକାଳୁ ଭିଡ଼ ଜମିଛି । ଆଉ ଆମିଷ ଦର ବି ହାଇ ରହିଛି । ମଟନ କେଜି 800, ଇଲିସି କେଜି 1800, ନଦୀ ଚିଙ୍ଗୁଡ଼ି 400, ଗୋଲଦା ଚିଙ୍ଗୁଡ଼ି 600, କଙ୍କଡ଼ା କେଜି 200 ରୁ 1600 ପର୍ଯ୍ୟନ୍ତ ରହିଛି । ସେହିପରି ପୋହଳା ମାଛ 250, ରୋହି ମାଛ 200, ଭାକୁର ମାଛ 200 ରହିଛି ।
ରବିବାର ସମସ୍ତେ ଛାଡ଼ଖାଇ ପାଳୁଛନ୍ତି । ଯାହାପାଇଁ ସକାଳୁ ଆମିଷ ବଜାରରେ ଭିଡ଼ ଦେଖିବାକୁ ମିଳିଛି । ଭୁବନେଶ୍ୱର ୟୁନିଟ-୪ ମାର୍କେଟ ଠାରୁ ଆରମ୍ଭ କରି ପ୍ରତ୍ୟେକ ଆମିଷ ହାଟ ବଜାରରେ ଗ୍ରାହକଙ୍କ ଭିଡ଼ ଦେଖିବାକୁ ମିଳିଛି । ଛାଡ଼ଖାଇ ପାଇଁ ଆଜି ବଜାରରେ ମଟନ କିଲୋ ପିଛା ୮୦୦ ଟଙ୍କାରେ ବିକ୍ରି ହେଉଥିବାବେଳେ ଇଲିସି ଦାମ୍ ରହିଛି ୧୮୦୦, ନଈ ଚିଙ୍ଗୁଡ଼ି ୪୦୦, ପମଫ୍ରେଟ୍ ୭୦୦, କଙ୍କଡା ୨୦୦ରୁ ୧୬୦୦ଟଙ୍କା ଥିବାବେଳେ ବାଗଦା ଚିଙ୍ଗୁଡ଼ି ୮୦୦, ପୋହଳା ୨୫୦, ରୋହି ମାଛ ୨୦୦, ଭାକୁର ୨୫୦ ଏବଂ ମିରିକାଳୀ କିଲୋ ପ୍ରତି ୨୪୦ ଟଙ୍କାରେ ବିକ୍ରି କରାଯାଉଛି । ସରିଛି କାର୍ତ୍ତିକ ମାସ । କାର୍ତ୍ତିକ ମାସଯାକ ଆମିଷ ନ ଖାଇ ରହିଥିବା ଲୋକ ଛାଡ଼ଖାଇକୁ ହିଁ ଅପେକ୍ଷା କରି ବସନ୍ତି । ଶନିବାର ସଂକ୍ରାନ୍ତି ହେବା କାରଣରୁ ବେଶୀ ଲୋକ ଆମିଷ ଖାଇ ନ ଥିଲେ । ଛାଡ଼ଖାଇ ପାଇଁ ଆମିଷ ଦର ବଢ଼ିଥିବା ମଧ୍ୟ ଗ୍ରାହକ କହିଛନ୍ତି । ସାଧାରଣ ମୂଲ୍ୟଠାରୁ ପ୍ରତ୍ୟେକ ଆମିଷର ମୂଲ୍ୟ ୫୦ରୁ ୧୦୦ ଟଙ୍କା ବଢ଼େଇଛନ୍ତି ବେପାରୀ ।