ଚମ୍ପୁଆ ଦୁର୍ଘଟଣା: ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ସହାୟତା

ଚମ୍ପୁଆ ଥାନା, ସାନନଈ ଗାଁର ଐବନ ପ୍ରଧାନ, ସ୍ତ୍ରୀ ମଥାମଣି ପ୍ରଧାନ ଓ ପୁଅ ମଙ୍ଗଲ ପ୍ରଧାନ ଏକ ବାଇକ୍ ଯୋଗେ ଦୋଳିତା ଛକ ନିକଟରେ ଥିବା ନିଜ ଜ୍ୱାଇଁ ସୁବ୍ରତ କୁମାର ଯାଦବଙ୍କ ଘରକୁ ଯାଉଥିଲେ । ମାତ୍ର ଏହା ପୂର୍ବରୁ ଜ୍ୱାଇଁଙ୍କ ଘର ସାମ୍ନାରେ ହିଁ ଏହି ଭୟଙ୍କର ଦୁର୍ଘଟଣା ଘଟିଥିଲା । ରିମୁଳି ପଟୁ ଆସୁଥିବା ଏକ ଟ୍ରକ୍ ସେମାନଙ୍କୁ ଜୋରଦାର ଧକ୍କା ଦେଇଥିଲା। ସେହିଠାରେ ହିଁ ଶ୍ୱଶୁର ଐବନ ପ୍ରଧାନ ମୃତ୍ୟୁ ବରଣ କରିଥିବାବେଳେ ସଙ୍କଟା ପନ୍ନ ଅବସ୍ଥାରେ ଉଭୟ ଶାଶୁ ମଥାମଣି ପ୍ରଧାନ ଓ ଶାଳକ ମଙ୍ଗଲ ପ୍ରଧାନଙ୍କୁ ଚମ୍ପୁଆ ମେଡିକାଲକୁ ନିଆଯାଇଥିଲା, ମାତ୍ର ସେଠାରେ ମଥାମଣି ପ୍ରଧାନଙ୍କ ମୃତ୍ୟୁ ଘଟିଥିଲା ।
ସେପଟେ ମଙ୍ଗଲଙ୍କୁ କେନ୍ଦୁଝର ସ୍ଥାନାନ୍ତର କରାଯାଇଥିବା ବେଳେ, ବାଟରେ ତାଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା । ଏକା ସାଙ୍ଗରେ ୩ ଜଣଙ୍କ ମୃତ୍ୟୁ ପରେ ଏହି ପରିବାର ପୁରାପୁରି ନିଶ୍ଚିହ୍ନ ହୋଇଯାଇଛି । ଅନ୍ୟ ପଟେ ଦୁର୍ଘଟଣା ଘଟାଇଥିବା ଟ୍ରକ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହେଇଯାଇଛି । ମୃତକଙ୍କ ପରିବାରକୁ କ୍ଷତିପୂରଣ ଏବଂ ହମ୍ପସ୍ ନିର୍ମାଣ ପାଇଁ ଦାବି କରାଯାଇଛି । ଚମ୍ପୁଆ ତହସିଲଦାର ଓ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝା ସୁଝା କରିଛନ୍ତି ।
ଟ୍ରକ୍ ଧକ୍କାରେ ଚାଲିଗଲା ବାପା, ମା ଓ ପୁଅର ଜୀବନ। କେନ୍ଦୁଝର ଚମ୍ପୁଆ ଥାନା NH ୨୦ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା। `X'ରେ ପୋଷ୍ଟ କରି ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ। ମୃତକଙ୍କ ପରିବାରବର୍ଗଙ୍କ ପାଇଁ ୪ ଲକ୍ଷ ଟଙ୍କାର । ସହାୟତା ଘୋଷଣା।