Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Ramu Elephant / ପୁଣି ଫେରିବ ଚନ୍ଦକା ଜଙ୍ଗଲର ରଜା 'ରାମୁ'

Rashmita Mishra
Browse all articles by Rashmita Mishra
·6 months ago·1 min read
ପୁଣି ଫେରିବ ଚନ୍ଦକା ଜଙ୍ଗଲର ରଜା 'ରାମୁ'
Ramu Elephant

Key Points

ପୁଣି ଫେରିବ ଚନ୍ଦକା ଜଙ୍ଗଲର ରଜା ରାମୁ ।
ରାମୁ ହାତୀର ଅସ୍ଥି ପାଇବ ନୂଆ ପରିଚୟ । 
ମିୟୁଜିଅମରେ ରାମୁ କଙ୍କାଳକୁ ଦେଖିବେ ପର୍ଯ୍ୟଟକ । 

ପୁଣି ଫେରିବ ରାମୁ ହାତୀ... ଅସ୍ଥି ପାଇବ ନୂଆ ପରିଚୟ I ୭ ଦିନ ପରେ କେମିକାଲ ଟାଙ୍କିରୁ ବାହାରିଲା ରାମୁ ଖପୁରି,ହାଡ଼ ଓ କଙ୍କାଳ । ତେବେ ରାମୁ ପରି ବିଶାଳକାୟ ଶରୀର ଥିବା ବଡ଼ ଦାନ୍ତ ଥିବା ହାତୀ ଆଉ ଓଡ଼ିଶାରେ ନାହାନ୍ତି , ଯେଉଥିପାଇଁ ସଂଗ୍ରହାଳୟରେ ରାମୁ ହାତୀ କଙ୍କାଳକୁ ପର୍ଯ୍ୟଟକ ମାନଙ୍କ ପାଇଁ କରାଯିବ ପଦର୍ଶନ ।

ସୂଚନାନୁଯାୟୀ ୭ ଦିନ ପରେ କେମିକାଲ ଟାଙ୍କିରୁ ବାହାରିଲା ରାମୁ ହାଡ଼ । ହାଡ଼ ନଷ୍ଟ ନ ହେବା ପାଇଁ ଫରମାଳିନରେ ବୁଡା ଯାଇ ରଖାଯାଇଥିଲା । ହାଡ଼ ଶୁଖିବା ପରେ ରାମୁ ଅସ୍ଥିକୁ କରାଯିବ ମରାମତି । ଏହାପରେ ଅସ୍ଥିକୁ ଯୋଡା ଯାଇ ସମ୍ପୂର୍ଣ୍ଣ ରୂପ ଦିଆଯିବ । ଯାହାକୁ ପର୍ଯ୍ୟଟକ ମାନେ ଦେଖିପାରିବେ ।

ରବିବାର ବନବିଭାଗ, ସେନକ ହେଲପ ଲାଇନ ସହିତ ଡାକ୍ତରୀ ଟିମ୍ ଦ୍ଵାରା ରାମୁ ଖପୁରି ସହିତ କଙ୍କାଳକୁ କେମିକାଲ ଟାଙ୍କିରୁ ବାହାର କରାଯାଇ ଖରାରେ ସୁଖାଗଲା । ଯାହା ପରେ ଆରମ୍ଭ ହେବ ହାଡ଼ ଯୋଡ଼ିବା ପକ୍ରିୟା I ହାଡ଼ ଶୁଖିବା ପରେ ଭାଙ୍ଗି ଯାଇଥିବା କଙ୍କାଳକୁ ମରାମତି କରାଯିବ । ଖୁବ୍ ଶୀଘ୍ର ସମ୍ପୂର୍ଣ୍ଣ ଅସ୍ଥିକୁ ଯୋଡା ଯାଇ ନୂଆ ରୂପ ଦିଆଯିବ ।

ଡିସେମ୍ବର ୧୨ରେ ଚନ୍ଦକା ଜଙ୍ଗଲ ମାଟି ତଳୁ ସମସ୍ତ କଙ୍କାଳକୁ ବାହାର କରାଯାଇ ସ୍ଵତନ୍ତ୍ର କେମିକାଲ ଭିତରେ କରାଯଇଥିଲା ସରଂକ୍ଷଣ । ହେଲେ ଅସ୍ଥି ସଂରକ୍ଷଣରେ ପ୍ରତିବନ୍ଧକ ସାଜିଥିଲା ପଲଙ୍କ ଦନ୍ତା ହାତୀ । ରାମୁ ହାତୀର ଅସ୍ଥି ସଂରକ୍ଷଣ ପାଇଁ ଥିବା ସେଡକୁ ବହୁ ବାର ଭାଙ୍ଗି ଦେଇଥିଲା ବେଳେ ଏବେ ତାକୁ ଜଙ୍ଗଳରୁ ବାହାର କରାଯାଇ ଚନ୍ଦକା ଡିଏଫଓ ଅଫିସ ରେ ରଖାଯାଇ ଆରମ୍ଭ ହୋଇଛି ପକ୍ରିୟା I

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Ramu Elephant | Chandaka Jungle King ‘Ramu’ to Return | Odisha Elephant News | Argus News