Videos
|
Odisha

ବାହାର ଚନ୍ଦନ ଯାତ୍ରାରେ ଲୀଳା କରୁଛନ୍ତି ବିଶ୍ଵନିୟନ୍ତା

Smruti Parija
Browse all articles by Smruti Parija
·2 years ago·1 min read
ବାହାର ଚନ୍ଦନ ଯାତ୍ରାରେ ଲୀଳା କରୁଛନ୍ତି ବିଶ୍ଵନିୟନ୍ତା

ଅର୍ଗସ ବ୍ୟୁରୋ:  ଚନ୍ଦନଯାତ୍ରା ଶ୍ରୀମନ୍ଦିରରେ ସବୁଠୁ ଅଧିକ ଦିନ ଧରି ପାଳିତ ହେଉଥିବା ଏକ ପର୍ବ । ଶ୍ରୀମନ୍ଦିରରେ ପାଳିତ ଦ୍ଵାଦଶ ଯାତ୍ରା ମଧ୍ୟରୁ ଏହା ଅନ୍ୟତମ । ଅକ୍ଷୟ ତୃତୀୟା ଠାରୁ ଜ୍ୟେଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ମୋଟ ୪୨ ଦିନ ଧରି ଅନୁଷ୍ଠିତ ହୋଇଥାଏ  ଚନ୍ଦନ ଯାତ୍ରା । ଅକ୍ଷୟ ତୃତୀୟା ଠାରୁ ଜ୍ୟେଷ୍ଠ କୃଷ୍ଣ ଅଷ୍ଟମୀ ପର୍ଯ୍ୟନ୍ତ ୨୧ଦିନ ନରେନ୍ଦ୍ର ପୁଷ୍କରଣୀରେ ବାହାର ଚନ୍ଦନଯାତ୍ରା ରୂପେ ଓ ପରବର୍ତ୍ତୀ ୨୧ ଦିନ  ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଭିତର ଚନ୍ଦନ ରୂପେ ପାଳିତ ହୋଇଥାଏ ।
 

ଚାପ ଖେଳୁଛନ୍ତି ମହାବାହୁ
ବାହାର ଚନ୍ଦନ ଯାତ୍ରାରେ ଲୀଳା କରୁଛନ୍ତି ବିଶ୍ଵନିୟନ୍ତା
ନରେନ୍ଦ୍ର ପୁଷ୍କରିଣୀରେ ଜଳକ୍ରୀଡା କରୁଛନ୍ତି ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା 
ନରେନ୍ଦ୍ର ପୁଷ୍କରିଣୀରେ ନନ୍ଦା ଓ ଭଦ୍ରା ଡଙ୍ଗାରେ ଜଳକ୍ରିଡ଼ା କରିଛନ୍ତି ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା
ଜଳକ୍ରୀଡା କରୁଛନ୍ତି ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ରାମକୃଷ୍ଣ, ମଦନମୋହନ, ଶ୍ରୀଦେବୀ, ଭୂଦେବୀ ଓ ପଞ୍ଚମହାଦେବ
ଜଳକ୍ରୀଡା କରୁଛନ୍ତି ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା 
ଜାରି ରହିଛି ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ
ପ୍ରଚଣ୍ଡ ରୌଦ୍ରତାପ ସତ୍ତ୍ୱେ ରଥଚାଳିରେ ଜାରି ରହିଛି ନିର୍ମାଣ କାର୍ଯ୍ୟ
୪୨ ଟି ତୁମ୍ବ କାଠ ପାଇଁ ଫାଶୀ କାଠ ଯୋଗାଇ ଦିଆଯାଇଥିବାବେଳେ ୧୧ ଟି ତୁମ୍ବର ଗୋଲେଇ କାର୍ଯ୍ୟ ଶେଷ ହୋଇଛି 
କରତୀ ସେବକ ମାନେ ୨୦ ଟି ତୁମ୍ୱ ଗଡ ଚିରଟ କରି ରଥ ଚାଳିକୁ ଯୋଗାଉଛନ୍ତି

ଫଟୋ ସୌଜନ୍ୟ;@SJTA_Puri

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
chandan-jatra-of-lord-jagannath | Argus News