Videos
|
Odisha

ଶ୍ରୀମନ୍ଦିରରେ ଅକ୍ଷୟ ତୃତୀୟାର ଦିନକ ପୂର୍ବରୁ ଆରମ୍ଭ ହୁଏ ଚନ୍ଦନଯାତ୍ରା ନୀତିକାନ୍ତି...

Smruti Parija
Browse all articles by Smruti Parija
·1 year ago·2 min read
ଶ୍ରୀମନ୍ଦିରରେ ଅକ୍ଷୟ ତୃତୀୟାର ଦିନକ ପୂର୍ବରୁ ଆରମ୍ଭ ହୁଏ ଚନ୍ଦନଯାତ୍ରା ନୀତିକାନ୍ତି...

ମହାପ୍ରଭୁଙ୍କୁ ବି ଗରମ ହୁଏ... ଏ ମଣିଷ ଯେମିତି ଗରମରୁ ରକ୍ଷା ପାଇବା ପାଇଁ ଫ୍ୟାନ ଠୁ ଏସିର ବ୍ୟବସ୍ଥା କରୁଛି । ସେଇମିତି ଆମ ମହାପ୍ରଭୁ ମଧ୍ୟ ତାତିରୁ ତ୍ରାହି ପାଇବା ପାଇଁ ଉପାୟ ଆପଣାନ୍ତି । ବିଶାଳ ପୋଖରୀ , ନୀଳ ଜଳରାଶି, ପୂବେଇ ପବନ ଆଉ ଶାତଳ ସମୀରର କୋମଳ ସ୍ପର୍ଷ ପାଇବା ପାଇଁ ଭାଇ-ଭଉଣୀଙ୍କୁ ସାଙ୍ଗରେ ଧରି ନୌକା ବିହାର କରିବାକୁ ବାହାରି ପଡନ୍ତି ଆମ ଠାକୁରେ । ଆଉ ସେବାୟତମାନେ ମହାପ୍ରଭୁଙ୍କୁ ସତେଜ କରିବାରେ ଲାଗିପଡନ୍ତି । ସେଥିପାଇଁ ନୌକା ବିହାର କରନ୍ତି ମହାପ୍ରଭୁ । ଯାହାକୁ କୁହାଯାଏ ଚନ୍ଦନ ଯାତ୍ରା । ବୈଶାଖ ଶୁକ୍ଳ ତୃତୀୟା ବା ଅକ୍ଷୟ ତୃତୀୟା ଠାରୁ ଜ୍ୟେଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ ଅର୍ଥାତ୍ ସ୍ନାନପୂର୍ଣ୍ଣିମା ପୂର୍ବ ଦିନ ପର୍ଯ୍ୟନ୍ତ ମୋଟ ୪୨ ଦିନ ଧରି ଚନ୍ଦନ ଯାତ୍ରା ଅନୁଷ୍ଠିତ ହୋଇଥାଏ । ୨୧ ଦିନ ବ୍ୟାପୀ ବାହାର ଚନ୍ଦନ ଯାତ୍ରା ସରିବା ପରେ ପରବର୍ତ୍ତୀ ୨୧ ଦିନ ଜ୍ୟୋଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଭିତର ଚନ୍ଦନଯାତ୍ରା ରୂପେ ପାଳିତ ହୋଇଥାଏ ।



ମହାପ୍ରଭୁଙ୍କ ଚନ୍ଦନଲାଗି ଜନିତ ନୀତିକାନ୍ତିର ଅୟମାରମ୍ଭ ହୁଏ ଅକ୍ଷୟ ତୃତୀୟାର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ବୈଶାଖ ଶୁକ୍ଳ ଦ୍ଵିତୀୟା ତିଥିରେ । ଏହି ତିଥିରେ ତିନିବାଡରେ ସନ୍ଧ୍ୟା ଧୂପ ପୂଜା ବଢିବା ପରେ ବିଧି ମୁତାବକ ପ୍ରତିଦିନ ପରି ରାତ୍ର ଚନ୍ଦନଲାଗି ହେବା ପରେ ଭୋଗମଣ୍ଡପ ଘର ଧୋ ପଖାଳ ହୋଇ ସୁନ୍ଦର ଚାନ୍ଦୁଆ ବନ୍ଧା ଯାଇଥାଏ । ତା’ ପରେ ପାଳିଆ ମେକାପ ସେବାୟତ ତିନୋଟି ରୂପା ପିଙ୍ଗଣ ଓ ପରଖରେ କର୍ପୁର ମିଶା ସୁବାସିତ ଚନ୍ଦନ ରଖି ସେଠାକୁ ଯାଇଥାନ୍ତି । ଏହି ଚନ୍ଦନ ରାଘବଦାସ ମଠ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଏ । କାଠର ଭଦ୍ରାସନ ଉପରେ ଚନ୍ଦନ ପିଙ୍ଗଣ ଗୁଡିକ ରଖାଯାଏ । ତା' ପରେ ଜନୈକ ପୂଜାପଣ୍ଡା ସାମନ୍ତ ଆସି ସେହି ଚନ୍ଦନକୁ ଚେମେଡୀ , ପତନୀ ଓ ଫୁଲଚନ୍ଦନ ଦେଇ ସଂସ୍କାର କରାଇ ଅଧିବାସ କରନ୍ତି । ତା ପରେ ତଢ଼ଉକରଣ ସେବାୟତ ଆସି ଚତୁର୍ଦ୍ଦିଗକୁ ଉନ୍ମୁକ୍ତ ଥିବା ଭୋଗମଣ୍ଡପର ସମସ୍ତ ଦ୍ୱାରକୁ ବନ୍ଦ କରି ମୁଦ ଦିଅନ୍ତି । ଏପଟେ ରତ୍ନସିଂହାସନରେ ଚାଲୁ ରହିଥିବା ମହାପ୍ରଭୁଙ୍କ ଦୈନନ୍ଦିନ ନୀତିକାନ୍ତି ବଢ଼ି ରାତ୍ର ପହୁଡ଼ ହୁଏ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ପରବର୍ତ୍ତୀ ନୀତିକାନ୍ତି ବିଷୟରେ ଜାଣିବା ଆଗାମୀ ଅଧ୍ୟାୟରେ...

chandan-yatra-rituals-in-puri-temple | Argus News