Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ମନ୍ଦିର ଯାଉଥିବାବେଳେ ମହିଳାଙ୍କୁ ଉଠାଇନେଥିଲେ ଦୂର୍ବୃତ୍ତ

Smruti Parija
Browse all articles by Smruti Parija
·2 years ago
ମନ୍ଦିର ଯାଉଥିବାବେଳେ ମହିଳାଙ୍କୁ ଉଠାଇନେଥିଲେ ଦୂର୍ବୃତ୍ତ

ଭୁବନେଶ୍ୱର:  ଚନ୍ଦକା ଆପାର୍ଟମେଣ୍ଟରୁ ମହିଳାଙ୍କୁ ଅପହରଣ ଘଟଣା । ଅପହୃତା ମହିଳାଙ୍କୁ ଉଦ୍ଧାର କଲା ଚନ୍ଦକା ଥାନା ପୋଲିସ ।  ଆଜି ଭୋରରୁ ମହିଳାଙ୍କୁ ଉଦ୍ଧାର କରିଛି ପୋଲିସ । ମନ୍ଦିର ଯାଉଥିବାବେଳେ ମହିଳାଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଥିଲା । ଅପହରଣକାରୀମାନେ 1 କୋଟି ଟଙ୍କା ମୁଣ୍ଡ ଜାମିନ ରଖିଥିଲେ ।

ଗତକାଲି ଭୁବନେଶ୍ୱରର ଚନ୍ଦକା ଥାନା ଅଞ୍ଚଳରେ  ଏକ ପ୍ରତିଷ୍ଠିତ ଆପାର୍ଟମେଣ୍ଟରୁ ମହିଳାଙ୍କୁ ଅପହରଣ କରାଯାଇଥିଲା । ଏପରିକି ଅପହରଣକାରୀ କୋଟିଏ ଟଙ୍କା ମାଗିଥିଲେ । ଅପହୃତ ମହିଳାଙ୍କ ପରିବାର ଲୋକେ ଏନେଇ ଥାନାରେ ଅଭିଯୋଗ କରିବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନଭିନ୍ ଆରମ୍ଭ କରିଥିଲା । ଆଜି ସକାଳୁ ମହିଳାଙ୍କୁ ଉଦ୍ଧାର କରିଛି ପୋଲିସ । 

ଆପାର୍ଟମେଣ୍ଟରୁ ମହିଳାଙ୍କୁ ଅପହରଣ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored