Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ରାଜଧାନୀରେ ଦିନକୁ ଦିନ ବଦଳୁଛି ନିଶା ସେବନର ଟ୍ରେଣ୍ଡ

Rashmita Mishra
Browse all articles by Rashmita Mishra
·10 months ago·1 min read
ରାଜଧାନୀରେ ଦିନକୁ ଦିନ ବଦଳୁଛି ନିଶା ସେବନର ଟ୍ରେଣ୍ଡ

Key Points

ବିଦେଶୀ ଗଞ୍ଜେଇର ହବ୍ ପାଲଟୁଛି ଭୁବନେଶ୍ବର । ରାଜଧାନୀରେ ବଦଳୁଛି ନିଶାର ଟ୍ରେଣ୍ଡ, ବଢୁଛି ଚାହିଦା। ମାସକରେ ବିମାନବନ୍ଦରରୁ ୩ ଥର ଧରାହେଲାଣି ମାରିଜୁଆନା

ବାୟା କରୁଛି ବିଦେଶୀ ନିଶା। ମତୁଆଲା କରୁଛି ମାରିଜୁଆନା। ମାସକରେ ୩ ଥର ରାକେଟକୁ ବଷ୍ଟ କଲାଣି କଷ୍ଟମ ବିଭାଗ। ଗତକାଲି ୪ କୋଟିର ବିଦେଶୀ ଗଞ୍ଜେଇ ସହ ଧରାପଡ଼ିଥିବା ପ୍ରେମୀ ଯୁଗଳ ରେସଲର ବୋଲି ଜଣାପଡିଛି। ଗିରଫ ଅଭିଯୁକ୍ତ ହେଉଛନ୍ତି ପଞ୍ଜାବ ଅଞ୍ଚଳର କରନ ଏବଂ ଆରତୀ ଶର୍ମା। କଷ୍ଟମ ବିଭାଗକୁ ଚକମା ଦେବା ପାଇଁ ଲଗେଜର ପ୍ଲାଷ୍ଟିକରେ ପେଷ୍ଟ କରି ଆଣିଥିଲେ ମାରିଜୁଆନା।


ଏକ ମାସ ମଧ୍ୟରେ ଭୁବନେଶ୍ୱର ବିମାନ ବନ୍ଦରରୁ ୩ଥର ଜବତ ହେଲାଣି ମାରିଜୁଆନା। ଜୁଲାଇ ୨୯ରେ ଭୁବନେଶ୍ୱର ଏୟାରପୋର୍ଟରୁ ୩୦ କୋଟି ଟଙ୍କାର ମାରିଜୁଆନା ଜବତ ହୋଇଥିଲା। ଏହି ଘଟଣାରେ ଆଗ୍ରାର ୩ ଜଣଙ୍କୁ ଗିରଫ କରିଥିଲା କଷ୍ଟମ ବିଭାଗ। ଅଗଷ୍ଟ 2ରେ ରୋହିତ ନାମକ ଜଣେ ଥାଇଲାଣ୍ଡରୁ ମାରୁଜୁଆନା ନେଇ ଆସିଥିଲେ। ଭୁବନେଶ୍ୱର ବିମାନ ବନ୍ଦରରୁ ଗିରଫ କରିଥିଲା କଷ୍ଟମ ବିଭାଗ। ଯାଞ୍ଚ ବେଳେ ବ୍ୟାଗରୁ ୮ କୋଟି ଟଙ୍କାର ମାରିଜୁଆନା ଜବତ କରାଯାଇଥିଲା। ଗତକାଲି ୨ ଜଣ ପଞ୍ଜାବର ପ୍ରେମୀ ଯୁଗଳ ୪ କୋଟି ଟଙ୍କାର ମାରିଜୁଆନା ନେଇ ଆସୁଥିବା ବେଳେ ଭୁବନେଶ୍ୱର ବିମାନ ବନ୍ଦରରେ ମାଡି ବସିଥିଲା କଷ୍ଟମ ବିଭାଗ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ତେବେ ଏଠି ପ୍ରଶ୍ନ ଉଠୁଛି ବ୍ୟାଙ୍କକରୁ ଭୁବନେଶ୍ୱରକୁ କେମିତି ଆସୁଛି ଦାମୀ ନିଶା? ଓଡିଶା ସହ କଣ ରହିଛି ଲିଙ୍କ? ଭୁବନେଶ୍ୱରକୁ କାହିଁକି ବାଛୁଛନ୍ତି ନିଶା ମାଫିଆ? କେତେ ଟଙ୍କାର ମାରିଜୁଆନା ଡିଲ ହୋଇଥାନ୍ତା ସେନେଇ ତନାଘନା ତଦନ୍ତ କରୁଛି କଷ୍ଟମ ବିଭାଗ।

Sponsored
Changing Trends of Substance Abuse in Bhubaneswar | Argus News | Argus News