Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - କରତ ଶବ୍ଦରେ ଚଳଚଞ୍ଚଳ ରଥଖଳା

Odisha

କରତ ଶବ୍ଦରେ ଚଳଚଞ୍ଚଳ ରଥଖଳା

Smruti Parija
Browse all articles by Smruti Parija
·1 year ago·1 min read
କରତ ଶବ୍ଦରେ ଚଳଚଞ୍ଚଳ ରଥଖଳା

ବଡଦାଣ୍ଡରେ ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ । ପଞ୍ଚମ ଦିବସରେ ଚଳଚଞ୍ଚଳ ରଥଖଳା । ଭୋଇ,କମାର,ବିଶ୍ଵକର୍ମାଙ୍କୁ ମିଶାଇ ପ୍ରାୟ ୭୦ ସେବକଙ୍କୁ ନେଇ ଚାଲିଛି ରଥ ନିର୍ମାଣ କାମ । ପ୍ରାୟ ୪୦ ଗୋଟି ତୁମ୍ବର କାର୍ଯ୍ୟ ଶେଷ ।ଆଜି ସୂତାବାଡିଆ ସରିଛି । ଆସନ୍ତାକାଲି ବିନ୍ଧ ଅନୁକୂଳ ହେବ ।ସେହିପରି କମାର ଶାଳରେ ଚାଲିଛି କଣ୍ଟା ନିର୍ମାଣ ।ଆବଶ୍ୟକ ୬/୭ ଇଞ୍ଚିଆ ଅର କଣ୍ଟା ପ୍ରସ୍ତୁତ ସହ ବାକି ଚକ ଗୁଡ଼ିକର ଅର କଣ୍ଟା ନିର୍ମାଣ ପାଇଁ ଜି.ଆଇ ଲୁହା ରଡ଼ ମାପ ପ୍ରକାରେ କଟିଂ କରିଛନ୍ତି ଓଝା ମହାରଣା ସେବକ ।


ଅକ୍ଷୟତୃତୀୟାଠୁ ଆରମ୍ଭ ହୋଇଛି ରଥକାର୍ଯ୍ୟ । କରତ ଶବ୍ଦରେ ଚଳଚଞ୍ଚଳ ହୋଇଛି ରଥଖଳା । ଭୋଇ ସେବକମାନେ ଆବଶ୍ୟକ ରଥ କାଠକୁ ଆଣି ଖଳାରେ ଯୋଗାଇ ଦେଉଛନ୍ତି । ପ୍ରବଳ ଗ୍ରୀଷ୍ମ ପ୍ରବାହ ସତ୍ତ୍ୱେ ପ୍ରସ୍ତୁତ ହୋଇଥିବା ୧୧ ବଖରା ଚାଳି ରେ ଜାରି ରହିଛି ରଥ ନିର୍ମାଣ କାର୍ଯ୍ୟ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
chariot-construction-work-underway-in-full-swing-at-rathakhala | Argus News