୨୧ ତାରିଖ ସନ୍ଧ୍ୟାରେ ଦୀଘାରେ ଜଗନ୍ନାଥ ଧାମ ଲେଖାକୁ ନେଇ ଆସିପାରେ ବଡ଼ ନିଷ୍ପତ୍ତି

Key Points
ନୀଳିଦ୍ରିବିଜେ ପର୍ଯ୍ୟନ୍ତ ନୀତିନିର୍ଘଣ୍ଟ କରାଯିବ
ଶୃଙ୍ଖଳାକୁ ନେଇ ହେବ ଆଲୋଚନା
ଉଠିବ ଦୀଘା ପ୍ରସଙ୍ଗ
ଆସନ୍ତା ୨୧ ତାରିଖରେ ଅନୁଷ୍ଠିତ ହେବ ଶ୍ରୀମନ୍ଦିର ଛତିଶାନିଯୋଗ ବୈଠକ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ଅଧ୍ୟକ୍ଷତାରେ ନୀଳାଦ୍ରି ଭକ୍ତ ନିବାସରେ ଅନୁଷ୍ଠିତ ହେବ ବୈଠକ।ଏଥିରେ ରାଜେନ୍ଦ୍ରଭିଷେକ ଠାରୁ ନୀଳିଦ୍ରିବିଜେ ପର୍ଯ୍ୟନ୍ତ ନୀତିକାନ୍ତି ନେଇ ନୀତିନିର୍ଘଣ୍ଟ କରାଯିବ । କୌଣସି ନୀତିରେ ଯେପରି ବିଳମ୍ବ ନହେବ ସେଥିପ୍ରତି ଅଧିକ ଗୁରୁତ୍ୱ ଦିଆଯିବା ସହ ସମସ୍ତ ନିଯୋଗର ସେବକଙ୍କ ସହଯୋଗ ଲୋଡାଯିବ। ୨୧ ତାରିଖ ସଂଧ୍ୟ୍ୟା ୫ଟାରେ ନୀଳାଦ୍ରି ଭକ୍ତ ନିବାସରେ ଛତିଶାନିଯୋଗ ବୈଠକ ଅନୁଷ୍ଠିତ ହେବ।
ସ୍ନାନପୂର୍ଣ୍ଣିମାରେ ଜଳଲାଗି ସହ ହାତୀବେଶକୁ କିପରି ଶୃଙ୍ଖଳିତ କରାଯିବ ସେନେଇ ବୈଠକରେ ଆଲୋଚନା ହେବ। ସେହିପରି ଅନବସର ନୀତି, ଶ୍ରୀଗୁଣ୍ତିଚା ଯାତ୍ରା ସହିତ ଅନ୍ୟାନ୍ୟ ଦିଗକୁ ନଜରରେ ରଖି ନିଷ୍ପତ୍ତି ନିଆଯିବ । ରଥଯାତ୍ରା ସମୟରେ ଭକ୍ତମାନେ କିପରି ଶୃଙ୍ଖଳିତ ଭାବେ ଓ ସୁବିଧାରେ ଦର୍ଶନ କରିବେ ସେନେଇ ମଧ୍ୟ ବୈଠକରେ ଆଲୋଚନା କରାଯିବା ନେଇ ସୂଚନା ରହିଛି ।
📱 Get Argus News App
✨ଅନ୍ୟପଟେ ପଶ୍ଚିମବଙ୍ଗ ଦୀଘାରେ ଜଗନ୍ନାଥ ଧାମ୍ ଲେଖା ହଟିବା ପ୍ରସଙ୍ଗରେ ମଧ୍ୟ ଆଲୋଚନା ହୋଇପାରେ। ତେବେ ଏହି ବୈଠକରେ ଛତିଶାନିଯୋଗ ମହାନାୟକ, ସମସ୍ତ ନିଯୋଗର ସେବକ ପ୍ରତିନିଧି,ଜିଲ୍ଲାପାଳ, ଏସପିଙ୍କ ସମେତ ସମସ୍ତ ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହିବେ ।