Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବାରିପଦାରେ ସୋମବାର ଶେଷ ହୋଇଛି ବାହୁଡା ରଥଟଣା

Banajyotshna Ray
Browse all articles by Banajyotshna Ray
·1 year ago·2 min read
ବାରିପଦାରେ ସୋମବାର ଶେଷ ହୋଇଛି ବାହୁଡା ରଥଟଣା

Key Points

ନବଦିନାତ୍ମକ ଯାତ୍ରା ସାରି ମନ୍ଦିରକୁ ବାହୁଡିଲେ ଚତୁର୍ଦ୍ଧା ମୁରତି । ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ପରିିଚିତ ବାରିପଦାର ସୋମବାର ଶେଷ ହୋଇଛି ବାହୁଡା ରଥଟଣା।

ନବଦିନାତ୍ମକ ଯାତ୍ରା ସାରି ମନ୍ଦିରକୁ ବାହୁଡିଲେ ଚତୁର୍ଦ୍ଧା ମୁରତି । ଦ୍ବିତୀୟ ଶ୍ରୀକ୍ଷେତ୍ର ଭାବେ ପରିିଚିତ ବାରିପଦାର ସୋମବାର ଶେଷ ହୋଇଛି ବାହୁଡା ରଥଟଣା। ହଜାର ହଜାର ଭକ୍ତଙ୍କ ଗହଣରେ ଘଣ୍ଟଘଣ୍ଟା, ମୃଦଙ୍ଗ, ଝାଞ୍ଜ ବାଦ୍ୟସହ ହରିବୋଲ ଧ୍ବନିରେ ପ୍ରକମ୍ପିତ ହୋଇଥିଲା ରଥଦାଣ୍ଡ। ମହିଳାଭକ୍ତଙ୍କ ଶଙ୍ଖନାଦ ଓ ହୁଳହୁଳି ଶବ୍ଦରେ ସୃଷ୍ଟି ହୋଇଥିଲା ଭକ୍ତିମୟ ପରିବେଶ । ଝିପିଝିପି ବର୍ଷାରେ ଭିଜି ତିନି ରଥ ଟାଣି ନେଇଥିଲେ ଭକ୍ତ ଗଣ। ରବିବାର ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ମନ୍ଦିର ସମ୍ମୁଖରେ ପହଞ୍ଚି ସାରିଥିବା ବେଳେ ଅଧାରେ ଅଟକି ଥିବା ମା ସୂଭଦ୍ରାଙ୍କ ଦର୍ପଦଳନ ରଥକୁ ଆଜି ମହିଳା ଭକ୍ତମାନେ ଟାଣି ଆଣିଥିଲେ । ପରେ ପରେ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥକୁ ଟାଣିବାର ଆନନ୍ଦ ନେଇଥିଲେ ଶ୍ରଦ୍ଧାଳୁ । 

ବାରିପଦାରେ ବାହୁଡା ଯାତ୍ରା କେବଳ ଏକ ଧାର୍ମିକ ଉତ୍ସବ ନୁହେଁ । ଜଗନ୍ନାଥ ସଂସ୍କୃତିକୁ ଭଲ ପାଉଥିବା ହଜାର ହଜାର ଭକ୍ତଙ୍କ ପାଇଁ ଆସ୍ଥା ଅଭିବ୍ୟକ୍ତିର ମାଧ୍ୟମ । ବାରିପଦା ରଥଯାତ୍ରାର ବିଶେଷତ୍ବ ହେଉଛି କେବଳ ମହିଳାମାନେ ମା ସୁଭଦ୍ରାଙ୍କ ଦର୍ପଦଳନ ରଥକୁ ଟାଣିଥାନ୍ତି। ୫୦ ବର୍ଷ ଧରି ଚାଲିଆସୁଛି ଏହି ପରମ୍ପରା । ଏଠାରେ ପୁରୀ ରଥଯାତ୍ରାର ଦିନକ ପରେ ଆରମ୍ଭ ହୋଇଥାଏ ରଥଟଣା ଯାହା ଦୁଇଦିନ ଧରି ଚାଲିଥାଏ। ସେହିପରି ଏଠାରେ ରଥଯାତ୍ରାରେ ବଳଭଦ୍ରଙ୍କ ତାଳଧ୍ଵଜ ରଥ ପ୍ରଥମେ ଟଣାଯାଉଥିବା ବେଳେ ବାହୁଡା ଯାତ୍ରାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ପ୍ରଥମେ ଟଣା ହୁଏ ।


ବାରିପଦାର ଏହି ସାମୁହିକ ଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ ସମାପନ ପାଇଁ ପୋଲିସ ଓ ପ୍ରଶାସନ ପକ୍ଷରୁ ବି କରାଯାଇଥିଲା ସମସ୍ତ ବ୍ୟବସ୍ଥା। ଏବର୍ଷ ମହା ଉତ୍ସାହର ସହ ବାରିପଦା ରଥଯାତ୍ରା ସମାପନ ହୋଇଥିବା ବେଳେ ପୁଣି ରଥାଋଢ ଚତୁର୍ଦ୍ଧାମୂରତ୍ତିଙ୍କ ଦର୍ଶନପାଇଁ ଅପେକ୍ଷା କରିବାକୁ ପଡ଼ିବ ଆସନ୍ତା ବର୍ଷକୁ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
chaturdha-murti-returns-to-temple-after-completing-bahuda-yatra | Argus News