Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ପ୍ରକାଶ ପାଇଲା CBSE ଦ୍ଵାଦଶ ରେଜଲ୍ଟ: ଏହି ୱେବ୍‌ସାଇଟ୍‌ରେ ପରୀକ୍ଷା ଫଳ ଉପଲବ୍ଧ

Odisha

CBSE Result / ପ୍ରକାଶ ପାଇଲା CBSE ଦ୍ଵାଦଶ ରେଜଲ୍ଟ: ଏହି ୱେବ୍‌ସାଇଟ୍‌ରେ ପରୀକ୍ଷା ଫଳ ଉପଲବ୍ଧ

Rashmita Mishra
Browse all articles by Rashmita Mishra
·55 mins ago·2 min read
ପ୍ରକାଶ ପାଇଲା CBSE ଦ୍ଵାଦଶ ରେଜଲ୍ଟ: ଏହି ୱେବ୍‌ସାଇଟ୍‌ରେ ପରୀକ୍ଷା ଫଳ ଉପଲବ୍ଧ
CBSE Result

Key Points

ପ୍ରକାଶ ପାଇଲା CBSE ଦ୍ଵାଦଶ ରେଜଲ୍ଟ
ୱେବ୍‌ସାଇଟ୍‌ରେ ଉପଲବ୍ଧ ପରୀକ୍ଷା ଫଳ
cbse.gov. in,results.cbse.nic.inରେ ରେଜଲ୍ଟ 

ପ୍ରକାଶ ପାଇଲା CBSE ଦ୍ଵାଦଶ ରେଜଲ୍ଟ । ୱେବ୍‌ସାଇଟ୍‌ରେ ଉପଲବ୍ଧ ରେଜଲ୍ଟ । cbse.gov. in, results.cbse.nic.in, ୱେବସାଇଟ ସହ umang ଓ digi locker ରେ ପରୀକ୍ଷାର୍ଥୀ ନିଜ ଫଳାଫଳ ସମ୍ପର୍କରେ ଜାଣିପାରିବେ । ୧୮ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ରେଜଲ୍ଟ ଅପେକ୍ଷାରେ ଥିଲେ  ।

ସାରାଦେଶରେ ପାସ୍‌ ହାର ୮୫.୨୦ ପ୍ରତିଶତ । ଏଥର ବି ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ୍‌ହାର ଅଧିକ । CBSE ଦ୍ବାଦଶରେ ୮୨.୧୩% ଛାତ୍ର ଓ ୮୮.୮୬% ଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି ।

ଥିରୁଅନନ୍ତପୁରମ୍ ଜୋନରେ ସର୍ବାଧିକ ୯୫.୬୨ ପ୍ରତିଶତ ପାସ ହାର ରେକର୍ଡ କରାଯାଇଛି । ଗତବର୍ଷ ଅପେକ୍ଷା କମିଲା ପାସ୍‌ ହାର । ମୋଟ ପାସ୍‌ ହାର ୩.୧୯ ପ୍ରତିଶତ ହ୍ରାସ ପାଇଛି । ଚଳିତ ବର୍ଷ ୧୭ଲକ୍ଷ ୬୮ ହଜାର ୯୬୮ଜଣ ଛାତ୍ରଛାତ୍ରୀ ସିବିଏସଇ ଦ୍ଵାଦଶ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୧୫ ଲକ୍ଷ ୭ ହଜାର ୧୦୯ଜଣ ପାସ୍ କରିଛନ୍ତି । cbse.gov. in, results.cbse.nic.in, ୱେବସାଇଟ ସହ umang ଓ digi locker ରେ ପରୀକ୍ଷାର୍ଥୀ ନିଜ ଫଳାଫଳ ସମ୍ପର୍କରେ ଜାଣିପାରିବେ ।

ସୂଚନା ଥାଉ କି, ଗତ ଫେବୃଆରୀ ୧୮ ତାରିଖଠାରୁ ଆରମ୍ଭ ହୋଇଥିଲା CBSE ଦଶମ ଓ ଦ୍ଵାଦଶ ପରୀକ୍ଷା । ପରୀକ୍ଷା ଦେଇଥିଲେ ଦେଶର ୪୫ ଲକ୍ଷରୁ ଅଧିକ ପିଲା । ମାର୍ଚ୍ଚ ୧୦ ଯାଏ ଚାଲିଥିଲା ପରୀକ୍ଷା । ଏହାପରେ ଦଶମର ପ୍ରଥମ ପର୍ଯ୍ୟାୟ ଓ ଦ୍ଵିତୀୟ ବୋର୍ଡ ମେ ୧୫ରୁ ଆରମ୍ଭ ହୋଇଥିଲା । ଗତ ଏପ୍ରିଲ ୧୫ ତାରିଖରେ ସିବିଏସଇ ଦଶମ ପରୀକ୍ଷା ଫଳ ପ୍ରକାଶ ପାଇଥିଲା । ପୁଅଙ୍କୁ ଟପିଥିଲେ ଝିଅ । ଓଡ଼ିଶାର ଦୁଇ ମେଧାବୀ ଛାତ୍ରୀ ଟିନା ରଥ ଏବଂ ଆଲିଶା ବିଶ୍ୱାଳ ୫୦୦ରୁ ୫୦୦ ନମ୍ବର ରଖି ଟପ୍ପର ହୋଇଥିଲେ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
CBSE Result | CBSE Class 12 Result 2026 Declared, Check Scores Online | Argus News