Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

୧୦ ଗୁରୁତ୍ବପୂର୍ଣ୍ଣ ଖବର ଉପରେ ନଜର ପକାନ୍ତୁ

Ritu Das
Browse all articles by Ritu Das
·1 year ago·2 min read
୧୦ ଗୁରୁତ୍ବପୂର୍ଣ୍ଣ ଖବର ଉପରେ ନଜର ପକାନ୍ତୁ

୧- ଭୁବନେଶ୍ବର ରାମ ମନ୍ଦିର ସାମ୍ନାରୁ ଦୁଇ ବର୍ଷର ଶିଶୁ ପୁତ୍ର ଅପହରଣ ଘଟଣା … ଦିବ୍ୟାଙ୍ଗ ମହିଳାଙ୍କ ପାଇଁ ଦିନ ରାତି ଏକ କରି ବାଲେଶ୍ବରରୁ ଶିଶୁପୁତ୍ରକୁ ଠାବ କଲା ପୋଲିସ … ଶନିବାର ବିଳମ୍ବିତ ରାତିରେ ମା କୋଳରୁ ଶିଶୁକୁ ଅପହରଣ କରିଥିଲା ଦୁର୍ବୃତ୍ତ... ସିସିଟିଭି ଫୁଟେଜ ଆଧାରରେ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା ପୋଲିସ ... ଦୋଷୀ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କଲେ ଦିବ୍ୟାଙ୍ଗ ମହିଳା ...
୨-ଭଦ୍ରକ ତିହିଡି ହାଟୁଆରୀରେ ଅଘଟଣ ...ପାଟୁଆ ଯାତ୍ରା ବେଳେ ବିଦ୍ୟୁତ୍ ଆଘାତରେ ୮ରୁ ଅଧିକ ଗୁରୁତର ହୋଇଥିଲା ବେଳେ ୨ ଜଣଙ୍କ ଗଲା ଜୀବନ....୧୧ କେଭି ବିଦ୍ୟୁତ ତାରରେ ଲାଗିଥିଲା ଡିଜେ ଗାଡ଼ି...ଗୁରୁତର ମାନେ ଭଦ୍ରକ ମେଡିକାଲରେ ଭର୍ତ୍ତି ହୋଇଥିଲା ବେଳେ ୨ ଜଣ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର... ସମସ୍ତେ ପାଟୁଆ ଶୋଭାଯାତ୍ରାରେ ଥିଲେ ସାମିଲ...
୩- ଦୀର୍ଘ ୯ ବର୍ଷ ପରେ ମୋଷ୍ଟ ୱାଣ୍ଟେଡ ମଉଜ ମିଶ୍ର ଗିରଫ... ମଉଜକୁ ଗିରଫ କଲା ବ୍ରହ୍ମପୁର ପୁଲିସ... ହତ୍ୟା ଓ ବହୁ ଚର୍ଚ୍ଚିତ ଗୋଷାଣୀନୂଆଗାଁ ଶାନ୍ତି ମିଶ୍ର ହତ୍ୟା ଘଟଣାରେ ଯାଇଥିଲା ଜେଲ୍...୨୦୧୬ରୁ ପୁଲିସର ମୋଷ୍ଟ୍ ୱାଣ୍ଟେଡ ତାଲିକାରେ ଥିଲା ମଉଜ...
୪- ଆଜିଠାରୁ ଆଗାମୀ ଦୁଇ ମାସ ପର୍ଯ୍ୟନ୍ତ ମାଛଧରା ବନ୍ଦ...ଅଲିଭ୍ ରିଡ୍‌ଲେ କଇଁଛଙ୍କ ଗୁରୁତ୍ୱପୂର୍ଣ୍ଣ ଅଣ୍ଡାଦାନ ଋତୁରେ ସାମୁଦ୍ରିକ ଜୀବନକୁ ସୁରକ୍ଷା ଦେବା ପାଇଁ ନିଷେଧାଜ୍ଞା ଜାରି ... ଜୁନ୍ ୧୫ ପର୍ଯ୍ୟନ୍ତ ସମୁଦ୍ର ଭିତରକୁ ନଯିବାକୁ କଡ଼ା ନିର୍ଦ୍ଦେଶ...ଉଲ୍ଲଂଘନକାରୀଙ୍କ ବିରୁଦ୍ଧରେ ଗ୍ରହଣ କରାଯିବ କ‌ଠୋର କାର୍ଯ୍ୟାନୁଷ୍ଠାନ...
୫- ଆସନ୍ତା ଏପ୍ରିଲ ୧୯ରେ ଚେନାବ ବ୍ରିଜର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ...୨୭୨ କିମି ବିଶିଷ୍ଟ ଉଦ୍ଦମପୁର-ଶ୍ରୀନଗର -ବାରାମୁଳା ଚେନାବ ରେଳ ଲାଇନରେ ଗଡ଼ିବ ରେଳ...ବିଶ୍ୱର ସବୁଠୁ ଉଚ୍ଚା ରେଳ ବ୍ରିଜ ଭାବେ ପରିଗଣିତ ଚେନାବ ବ୍ରିଜ...କାଶ୍ମୀରରୁ ଦିଲ୍ଲୀକୁ ସିଧାସଳଖ ଯାତାୟାତ ହେବ ସମ୍ଭବ...


୬- ସାରା ଭାରତ ଦେଖିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଶାଳ ହୃଦୟକୁ। ହରିଆଣାର ଯମୁନା ନଗରରେ ପିଏମ ମୋଦି ରାମପାଲ କଶ୍ୟପ ନାମକ ଜଣେ ବ୍ୟକ୍ତିଙ୍କୁ ଜୋତା ପିନ୍ଧାଇ ସମ୍ମାନିତ କରିଛନ୍ତି। ଜଣେ ସାଧାରଣ ଲୋକଙ୍କୁ ଜୋତା ପିନ୍ଧାଇ ଦେଇ ପୁଣି ନିଜ ବଡପଣର ପରିଚୟ ଦେଇଛନ୍ତି ମୋଦି
୭- ବ୍ଲୁ ଅରିଜିନ୍ ସ୍ପେସ କ୍ରାଫ୍ଟରେ ମହାକାଶ ଭ୍ରମଣ କଲେ ୬ ମହିଳା … ୧୦୦କିମି ଉପରକୁ ଯାଇ ପୃଥିବୀର ଦୃଶ୍ୟକୁ ଉପଭୋଗ କଲେ… ମାତ୍ର ୧୦ମିନିଟ୍ ପରେ ପ୍ରତ୍ୟାବର୍ତ୍ତନ .. ପୃଥିବୀ ସ୍ପର୍ଶ ପରେ ଅଭିଭୂତ ହୋଇ ମାଟି ଚୁମ୍ବନ କଲେ ପପ୍ ଷ୍ଟାର କେଟି ପେରି …
୮- ଭୂମିକମ୍ପ ଝଟକାରେ ଥରିଲା ଆମେରିକା। ଭୟରେ ଘରୁ ବାହାରକୁ ପଳାଇ ଆସିଲେ ଲୋକେ। ଆମେରିକାର ଦକ୍ଷିଣ କାଲିଫର୍ଣ୍ଣିଆରେ ୫.୨ ତୀବ୍ରତାର ଭୂମିକମ୍ପ ଝଟକା ଅନୂଭୂତ
୯- ଆସନ୍ତା ୧୯ ଯାଏଁ କାଳବୈଶାଖୀ ବର୍ଷା ...ଆଜି ୨୪ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ଆଶଙ୍କା...୪୦ରୁ ୫୦କିମି ବେଗରେ ବୋହିପାରେ ପବନ ...ସତର୍କ ରହିବାକୁ ପାଣିପାଗ ବିଭାଗର ଚେତାବନୀ...
୧୦- ଲକ୍ଷ୍ନୌ ସୁପର ଜାଏଣ୍ଟସକୁ ୫ ଓ୍ବିକେଟରେ ପରାସ୍ତ କଲା ଚେନ୍ନାଇ ସୁପରକିଙ୍ଗସ ... ୧୬୭ ରନର ଲକ୍ଷ୍ୟକୁ ୧୯.୩ ଓଭରରେ ହାସଲ କଲା ଧୋନୀ ବାହିନୀ...ଲଗାତାର ପରାଜୟର ଧାରାକୁ ଭାଙ୍ଗିଲା ଚେନ୍ନାଇ ...ଧୋନୀଙ୍କ ବ୍ୟାଟିଂ ଦେଖି ଖୁସି ହେଲେ ପ୍ରଶଂସକ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
check-out-10-important-news-stories | Argus News