Videos
|
Odisha

ଭିତର ରତ୍ନ ଭଣ୍ଡାରରେ ପ୍ରିଜର୍ଭେଶନ କାମ ପାଇଁ ହେବ କେମିକାଲ ଟ୍ରିଟମେଣ୍ଟ

Rashmita Mishra
Browse all articles by Rashmita Mishra
·1 year ago·1 min read
ଭିତର ରତ୍ନ ଭଣ୍ଡାରରେ ପ୍ରିଜର୍ଭେଶନ କାମ ପାଇଁ ହେବ କେମିକାଲ ଟ୍ରିଟମେଣ୍ଟ

ଅର୍ଗସ ବ୍ୟୁରୋ: ଭିତର ରତ୍ନ ଭଣ୍ଡାରରେ ପ୍ରିଜର୍ଭେଶନ କାମ ପାଇଁ ହେବ କେମିକାଲ ଟ୍ରିଟମେଣ୍ଟ। ଉଭୟ କନଜର୍ଭେସନ ଓ ପ୍ରିଜର୍ଭେଶନ ଉପରେ ଗୁରୁତ୍ଵ ଦିଆଯାଉଛି। ଡି ପ୍ଲାଷ୍ଟରିଂ ପରେ କନଜର୍ଭେସନ ପାଇଁ ପଏଣ୍ଟିଂ କାମ ତ୍ୱରାନ୍ୱିତ ହୋଇଛି । ଏହାପରେ ପଥର ପରିବର୍ତ୍ତନ କାର୍ଯ୍ୟ ହେବ। ଆକଳନଠାରୁ ଅଧିକ ପଥର ପ୍ରଭାବିତ ହୋଇଛି, ତେଣୁ ସେଗୁଡିକ ପରିବର୍ତ୍ତନ କରାଯିବ। ନିୟମିତ ଭାବରେ ଜାରି ରହିଛି ଶ୍ରୀମନ୍ଦିର ରତ୍ନ ଭଣ୍ଡାର ମରାମତି କାର୍ଯ୍ୟ। ସରିଛି ଭିତର ଡି ପ୍ଲାଷ୍ଟରିଂ ବା ଚୂନ ପ୍ଲାଷ୍ଟର ଛଡେଇବା କାର୍ଯ୍ୟ । ପଥର ପରିବର୍ତ୍ତନ ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା। ଆକଳନ ଠାରୁ ଅଧିକ ପଥର ପରିବର୍ତ୍ତନ ହେବ ବୋଲି ପ୍ରତିକ୍ରିୟା ରଖିଛନ୍ତି ଏଏସଆଇ ସୁପରିଟେଣ୍ଡାଣ୍ଟ ଡି ବି ଗଡ଼ନାୟକ। ପ୍ରଥମେ ଭର୍ଟୀକାଲ କ୍ରାକ୍ସ ବା କାନ୍ଥ ମରାମତି କାର୍ଯ୍ୟ ହେବ। ଏହା ପରେ ଚଟାଣରେ ରହିଥିବା ଫାଟ ଓ ମୂଷା ଗାତ ମରାମତି ହେବ। କେମିକାଲ ଟ୍ରିଟମେଣ୍ଟ ବା ପ୍ରିଜର୍ଭେସନ କାମ ପାଇଁ ବୈଜ୍ଞାନିକ ଡ଼ାଃ ପଣ୍ଡା ଆସି ଭଣ୍ଡାର ଘରେ ନିରୀକ୍ଷଣ କରି ସାରିଛନ୍ତି।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
chemical-treatment-will-be-done-for-preservation-work-in-the-internal-gem-store | Argus News