Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Chhadakhai / ଘୁଞ୍ଚିଗଲା ଛାଡ଼ଖାଇ, ମାଛ ବେଶି ଆସିଲାନି କି ଗ୍ରାହକ ବି ହେଲେନି !

Satyendu Sekhar Mishra
Browse all articles by Satyendu Sekhar Mishra
·8 months ago·2 min read
ଘୁଞ୍ଚିଗଲା ଛାଡ଼ଖାଇ, ମାଛ ବେଶି ଆସିଲାନି କି ଗ୍ରାହକ ବି ହେଲେନି !

Key Points

ଲୋକଙ୍କ ଚାହିଦାକୁ ନଜରରେ ରଖି ବ୍ରଏଲର କୁକୁଡ଼ା, ଖାସିମାଂସ, ମାଛ, ଦେଶୀ କୁକୁଡ଼ା, ଚିଙ୍ଗୁଡ଼ି, କଙ୍କଡ଼ା, ଇଲିସି ବଜାରକୁ ଆସିଛି ।

ସରିଲା ଧର୍ମର ମାସ କାର୍ତ୍ତିକ। ହେଲେ ଗୁରୁବାର ପଡ଼ିଗଲା ଛାଡ଼ଖାଇ । ଗୁରୁବାର ପାଇଁ ଫିକା ପଡ଼ିଲା ଛାଡ଼ଖାଇ। ଶୁକ୍ରବାର ଜମିବ ଛାଡ଼ । ଗୁରୁବାର ଯୋଗୁଁ ଦରରେ କିଛି ଖାସ୍ ପରିବର୍ତ୍ତନ ଦେଖିବା ପାଇଁ ମିଳିନଥିବା ବେଳେ ଶୁକ୍ରବାର ବେପାର ଜମିବ ବୋଲି ବେପାରୀ ଆଶାବାଦୀ । କାର୍ତ୍ତିକ ମାସ ଯାକ ନିରାମିଶ ଖାଦ୍ୟ ଖାଇଥାନ୍ତି ଲୋକେ, ପୂର୍ଣ୍ଣିମା ସରିବା ପରେ ଆମିଷ ଖାଇ ଛାଡ଼ଖାଇ ପାଳନ କରିଥାନ୍ତି । ମାତ୍ର କାର୍ତ୍ତିକ ପୂର୍ଣ୍ଣିମା ପର ଦିନ ଗୁରୁବାର ପଡ଼ିଥିବାରୁ ଫିକା ପଡ଼ିଛି ଛାଡ଼ଖାଇ, ଖାଁ ଖାଁ ରହିଥିଲା ଆମିଷ ବଜାର ।

ଭୁବନେଶ୍ୱର ମାଛ ମାର୍କେଟକୁ ଗୁରୁବାର ମାତ୍ର ୨୦ ପ୍ରତିଶତ ମାଛ ଆସିଥିବା ବେଳେ ଶୁକ୍ରବାର ବଜାରକୁ ଆସିବ ୧ ଟନ ମାଛ ଆସିବ। ଲୋକଙ୍କ ଚାହିଦାକୁ ନଜରରେ ରଖି ବ୍ରଏଲର କୁକୁଡ଼ା, ଖାସିମାଂସ, ମାଛ, ଦେଶୀ କୁକୁଡ଼ା, ଚିଙ୍ଗୁଡ଼ି, କଙ୍କଡ଼ା, ଇଲିସି ବଜାରକୁ ଆସିଛି ।

ତେବେ ଏଣିକି ରାସ୍ତାରେ ନୁହେଁ ହାଟ ପିଣ୍ଡିରେ ବେପାର କରିବେ ଆମିଷ ବେପାରୀ । ଉଛେଦ କରାଯାଇଥିବା ଦୋକାନୀଙ୍କୁ ଥଇଥାନ ନକଲେ ଭୁବନେଶ୍ୱର ୟୁନିଟ ୪ ଆମିଷ ବଜାରରେ ଛାଡ଼ଖାଇରେ ଆମିଷ ମିଳିବନି ବୋଲି ଚେତାବନୀ ପରେ ବିଏମସିର ଚେତା ପଶିଛି । ଛାଡ଼ଖାଇ ଉଚ୍ଛେଦ ୪ ନମ୍ବର ବଜାରକୁ ଛାଡ କରିଛି ବିଏମସି । ବ୍ୟବସାୟୀଙ୍କ ସହ ଆଲୋଚନା ପରେ ପୁଣି ଥରେ ସେହି ସ୍ଥାନରେ ବ୍ୟବସାୟ ପାଇଁ ଅନୁମତି ଦିଆଯାଇଛି । ଗତ ଅକ୍ଟୋବର ୨୯ ରେ ଭୁବନେଶ୍ଵର ମହାନଗର ନିଗମ ପକ୍ଷରୁ ୟୁନିଟ ୪ ଆମିଷ ବଜାରରେ ପ୍ରାୟ ୧୪ ରୁ ୧୬ଟି ଦୋକାନ ଭାଙ୍ଗି ଦିଆଯାଇଥିଲା ।

ଛାଡଖାଇ ଥିବାରୁ ଆଲୋଚନା ପରେ ଅସ୍ଥାୟୀ ଭାବେ ସେହି ସ୍ଥାନରେ ପୁଣି ବ୍ୟବସାୟ ପାଇଁ ଅନୁମତି ଦିଆଯାଇଛି । ସ୍ଥାୟୀ ବ୍ୟବସ୍ଥା ହେବା ପରେ ୨୩ ଜଣ ଦୋକାନୀଙ୍କ ମଧ୍ୟରୁ ବ୍ୟବସାୟୀଙ୍କ ପାଇଁ ଉଦିଷ୍ଟ ବଜାରରୁ ପ୍ରଥମେ ୧୭ ଓ ପରେ ୬ ଜଣଙ୍କୁ ଥଇଥାନର ବ୍ୟବସ୍ଥା କରାଯିବ । ଏହାସହ ସାମ୍ନାରେ ଯେଉଁ ମାଛ ଦୋକାନୀ ରହିଛନ୍ତି ସେମାନଙ୍କୁ ମଧ୍ଯ ପିଣ୍ଡି କରି ସ୍ଥାନାନ୍ତର କରାଯିବ । ବଜାରର ମରାମତି କାମ ସହ ଥଇଥାନ ପାଇଁ ୩ ମାସ ସମୟ ଲାଗିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Chhadakhai | Chhadakhai Flop In Bhubaneswar Non-Veg Market | Argus News