Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Maa Manikeswari / ଯନ୍ତ୍ର ମନ୍ତ୍ର ଓ ତନ୍ତ୍ର ସାଧନାର କେନ୍ଦ୍ର ମା' ମାଣିକେଶ୍ୱରୀଙ୍କ ପୀଠ

Satyendu Sekhar Mishra
Browse all articles by Satyendu Sekhar Mishra
·9 months ago·2 min read
ଯନ୍ତ୍ର ମନ୍ତ୍ର ଓ ତନ୍ତ୍ର ସାଧନାର କେନ୍ଦ୍ର ମା' ମାଣିକେଶ୍ୱରୀଙ୍କ ପୀଠ

Key Points

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା ମାଣିକେଶ୍ବରୀଙ୍କ ଛତର ଯାତ୍ରା ଅବସରରେ ସୋସିଆଲ ମିଡିଆ ଏକ୍ସରେ ଶୁଭକାମନା ଜଣାଇଛନ୍ତି ।

କଳାହାଣ୍ଡିର ଆରାଧ୍ୟ ଦେବୀ ମାଣିକଗଡ଼ର ରାଣୀ ମାଁ ମାଣିକେଶ୍ୱରୀ। ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ଆଜି ଶାନ୍ତି ଶୃଙ୍ଖଳାର ସହ ସମାପନ ହୋଇଛି। ଛତର ରୂପରେ ରାଜରାସ୍ତାରେ ଲକ୍ଷାଧିକ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ମାଁ ମାଣିକେଶ୍ୱରୀ।

ମାନସିକଧାରୀଙ୍କ ଆଶା ଓ ବିଶ୍ବାସର ପ୍ରତୀକ ମାଁ ମାଣିକେଶ୍ବରୀ। ଯନ୍ତ୍ର ମନ୍ତ୍ର ଓ ତନ୍ତ୍ର ସାଧନାର କେନ୍ଦ୍ର । ମାଁଙ୍କ ଠାରେ ଯିଏ ଯାହା ମାନସିକ କରେ ତାହା ବର୍ଷକ ଭିତରେ ପୂରଣ ହୋଇଯାଏ। ଏହି ବିଶ୍ୱାସରେ ଲକ୍ଷଲକ୍ଷ ଭକ୍ତ ଆସିଥାନ୍ତି ଛତର ଯାତ୍ରାକୁ । ଲକ୍ଷଲକ୍ଷ ଭକ୍ତଙ୍କ ସମାଗମ ହୁଏ । ମାନସିକଧାରୀମାନେ ପାରା, ବତକ, କୁକୁଡ଼ା, ଛେଳି ମେଣ୍ଢା ମାଁ ମାଣିକେଶ୍ବରୀଙ୍କୁ ବଳି ଦେଇ ଭୋଗ ଲଗାଉଛନ୍ତି । ମଧ୍ୟ ରାତ୍ରିରେ ମାଁଙ୍କ ଗୁପ୍ତ ପୂଜା ପରେ ବଡି ଭୋରରୁ ମାଁ ମାଣିକେଶ୍ୱରୀ ଜେନାଖାଲ ଯାଇଥିଲେ। ଘଣ୍ଟ ଦୁଲୁଦୁଲି, ବାଦ୍ୟ, ଶୁଦ୍ଧାଳୁଙ୍କ ଗହଣରେ ଜେନାଖାଲରୁ ପୁଣି ୩ କିଲୋମିଟର ବିଜୟ ଶୋଭାଯାତ୍ରାରେ ଯାଇ ମାଣିକେଶ୍ୱରୀ ମନ୍ଦିରରେ ପ୍ରବେଶ କରିଥିଲେ।

ମାଁଙ୍କ ଛତର ଯାତ୍ରାରେ ଭକ୍ତ ଅନେକ ରଙ୍ଗ ଓ ବେଶରେ ସଜେଇ ହେଉଛନ୍ତି। କିଏ ଘଣ୍ଟ ବଜାଉଛନ୍ତି ତ ଆଉ କିଏ ମୃଦଙ୍ଗ। ଢୋଲ ନାଶାନ ମହୁରୀ ସହ ଘୁମୁରା ମାଁ ପାଟଣେଶ୍ବରୀଙ୍କୁ ବେଶ ପସନ୍ଦ। ଛତର ଯାତ୍ରା ପାଇଁ ଭବାନୀପାଟଣା ସହରରେ ୧୩ ପ୍ଲାଟୁନ ପୋଲିସ ଫୋର୍ସ ମୃତୟନ କରାଯାଇଥିଲା। ପୁରା ଶାନ୍ତିଶୃଙ୍ଖଳାର ସହ ସମାପନ ହୋଇଛି ମାଁ ମାଣିକେଶ୍ୱରୀଙ୍କ ଛତର ଯାତ୍ରା।

ସେପଟେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା ମାଣିକେଶ୍ବରୀଙ୍କ ଛତର ଯାତ୍ରା ଅବସରରେ ସୋସିଆଲ ମିଡିଆ ଏକ୍ସରେ ଶୁଭକାମନା ଜଣାଇଛନ୍ତି । ସେ ଲେଖିଛନ୍ତି, ଏହି ଯାତ୍ରା ଆସ୍ଥା ଓ ବିଶ୍ୱାସର ଅନନ୍ୟ ପର୍ବ । ମାଙ୍କ ପାଖରେ ଜଗତର କଲ୍ୟାଣ କାମନା କରୁଛି ।

ଗଡଜାତ ସମୟରୁ ଭବାଣୀପାଟଣା ରାଜଉଆସ ପାଖରେ ମାଣିକେଶ୍ବରୀ ମନ୍ଦିରରେ ପୂଜା ପାଇ ଆସୁଛନ୍ତି। ଭବାଣୀପାଟଣାଙ୍କୁ ସ୍ୱପ୍ନାଦେଶ ପରେ ମାଣିକଗଡ଼ର ରାଣୀ ମାଣିକେଶ୍ୱରୀ ଭବାଣୀପାଟଣା ଆସିଥିଲେ। ସେବେଠାରୁ ଭବାଣୀପାଟଣା ରାଜା ରାଜଉଆସ ପାଖରେ ମାଣିକେଶ୍ୱରୀଙ୍କ ମନ୍ଦିର ପ୍ରତିଷ୍ଠା କରିବା ସହ ପୂଜା କରି ଆସୁଥିଲେ। ରାଜା ଯାହା ଚାହୁଥିଲେ ମାଁ ମାଣିକେଶ୍ୱରୀ ପୂର୍ଣ୍ଣ କରୁଥିଲେ ବୋଲି ଇତିହାସରେ ଲିପିବଦ୍ଧ ଅଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Maa Manikeswari | Chhatar Jatra Of Maa Manikeswari Witnesses Mass Animal Sacrifice In Bhawanipatna | Argus News