CM Celebrate Chhath Puja / ଆଜି ପବିତ୍ର ଛଟ୍ ପୂଜାର ଅନ୍ତିମ ଦିବସ, କୁଆଖାଇ ପଠାରେ ଯୋଗଦେଇ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେଲେ ମୁଖ୍ୟମନ୍ତ୍ରୀ
·8 months ago·2 min read

Key Points
ଛଟ୍ ପୂଜା କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ
ସୂର୍ଯ୍ୟ ଦେବତାଙ୍କୁ ଅର୍ଘ୍ୟ ଦେଇ ରାଜ୍ୟବାସୀଙ୍କ ମଙ୍ଗଳ କାମନା କଲେ ମୁଖ୍ୟମନ୍ତ୍ରୀ
ଭାଇଚାରା, ସୌହାର୍ଦ୍ଧ୍ୟ ଓ ସାଂସ୍କୃତିକ ଏକତାର ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ
ପରମ୍ପରା, ସ୍ୱଚ୍ଛତା, ଶୃଙ୍ଖଳାର ଏକ ଅଦ୍ଭୁତ ଉଦାହରଣ ଛଟ୍ ପୂଜା - ମୁଖ୍ୟମନ୍ତ୍ରୀ

ଆଜି ପବିତ୍ର ଛଟ୍ ପୂଜାର ଅନ୍ତିମ ଦିବସ । ଉଦୟ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ ସହ ଉପବାସ ସମାପନ କରିଛନ୍ତି ବ୍ରତଧାରୀ । ୪ଦିନର ଏହି ମହାପର୍ବ ୨୫ଅକ୍ଟୋବରରୁ ଆରମ୍ଭ ହୋଇଥିଲା । ଆଜି ଉଦୟ ସୂର୍ଯ୍ୟଙ୍କୁ ଉଷା ଅର୍ଘ୍ୟ ଅର୍ପଣ କରାଯାଇଛି । ସକାଳ ୬ଟା ୨୭ ପର୍ଯ୍ୟନ୍ତ ଅର୍ଘ୍ୟ ଦେବାର ସମୟ ଥିଲା । ଏହି ଅବସରରେ ଦେଶ ବିଦେଶରେ ଛଟ୍ ପୂଜା ପାଳନ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ବର ମଞ୍ଚେଶ୍ବର ନୂଆ ବାଲିଯାତ୍ରା ପଡ଼ିଆରେ ଆୟୋଜିତ ଛଟ୍ ଉତ୍ସବରେ ଯୋଗ ଦେଇଛନ୍ତି। ଏଠାରେ ସାମୁହିକ ଅର୍ଘ୍ୟ ଅର୍ପଣ କରାଯାଇଛି।
ଏହାସହ ପଢ଼ନ୍ତୁ: ସମୁଦ୍ରରେ ବଳ ଗୋଟାଉଛି 'ମୋନ୍ଥା', ନେଲା ଭୀଷଣ ବାତ୍ୟାର ରୂପ
ଆୟୋଜିତ ଛଟ୍ ପୂଜା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗଦେଇ କହିଥିଲେ ଯେ ଓଡ଼ିଶା ସରକାର “ଭାଇଚାରା, ସୌହାର୍ଦ୍ଦ୍ୟ ଓ ସାଂସ୍କୃତିକ ଏକତା”ର ପରମ୍ପରାକୁ ଶକ୍ତିଶାଳୀ କରିବା ପାଇଁ ପ୍ରତିବଦ୍ଧ ଏବଂ ଓଡ଼ିଶାରେ ଛଟ୍ ପୂଜା ଏହି ସାଂସ୍କୃତିକ ଏକତାର ଉଦାହରଣ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସହ ତାଙ୍କ ଧର୍ମପତ୍ନୀ ଡଃ ପ୍ରିୟଙ୍କା ମାର୍ଣ୍ଡି ମଧ୍ୟ ଯୋଗ ଦେଇଥିଲେ ଏବଂ ସମସ୍ତ ପୂଜାର ବିଧି ପାଳନ କରି ସୂର୍ଯ୍ୟ ଦେବତାଙ୍କୁ ଅର୍ଘ୍ୟ ପ୍ରଦାନ କରି ରାଜ୍ୟବାସୀଙ୍କ ମଙ୍ଗଳା କାମନା କରିଥିଲେ।
ମୁଖ୍ୟମନ୍ତ୍ରୀ ଆଉ ମଧ୍ୟ କହିଥିଲେ ଯେ, "ଛଟ୍ ପର୍ବ ଆମକୁ ଶିଖାଏ ଯେ, ଜୀବନର ସତ୍ୟ ଆଧାର ହେଉଛି ପ୍ରକୃତି, ଜଳ, ବାୟୁ ଓ ସୂର୍ଯ୍ୟର ଶକ୍ତି। " ଏହି ପର୍ବ ମାଧ୍ୟମରେ ଆମେ ପ୍ରକୃତି ଓ ପରିବେଶ ପ୍ରତି ଆପଣଙ୍କ ଋଣସ୍ୱୀକାର ବ୍ୟକ୍ତ କରୁଛୁ । ଏଣୁ ଆମେ ପ୍ରକୃତି ସହିତ ପ୍ରେରଣା ପାଉ।
ଓଡ଼ିଶା ବିକାଶର ନୂତନ ମାର୍ଗରେ ଆଗକୁ ବଢ଼ୁ, ଆମ ଚାଷୀ, ଶ୍ରମିକ, ଯୁବ ଓ ମାତୃଶକ୍ତି ସଶକ୍ତ ହୁଅନ୍ତୁ, ଏବଂ ପ୍ରତ୍ୟେକ ଘରେ ଖୁସିର ଆଲୋକ ବିକିରଣ ହେଉ ବୋଲି ମୁଖ୍ୟମନ୍ତ୍ରୀ ପରିଶେଷରେ କହିଥିଲେ।
ଏହାସହ ପଢ଼ନ୍ତୁ: ପ୍ରବଳ ବର୍ଷା ଓ ବଜ୍ରପାତ ନେଇ ୩ ଘଣ୍ଟା ସତର୍କତା, ୯ ଜିଲ୍ଲା ପାଇଁ ଆଲର୍ଟ ଜାରି
ଉକ୍ତ କାର୍ଯ୍ୟକ୍ରମରେ ବିଶ୍ୱାସ ଫାଉଣ୍ଡେସନର ସଭାପତି ଶ୍ରୀ ରାଜକୁମାର, ଉପ ସଭାପତି, ଶ୍ରୀ ଅଜୟ ବାହାଦୂର ସିଂହ, ସାଧାରଣ ସଚିବ, ଶ୍ରୀ ଅଶୋକ ଭଗତ୍, ବିହାର ଉନ୍ନୟନ ପରିଷଦର ସଂଯୋଜକ, ଶ୍ରୀ ଆନନ୍ଦ ମୋହନ ପ୍ରମୁଖ ଉପସ୍ଥିତ ଥିଲେ।
ସେହିପରି ମଞ୍ଚେଶ୍ୱର କୁଆଖାଇ ଘାଟରେ ଛଟ ପୂଜା ପାଳନର କରିଛନ୍ତି ବିହାର ସମ୍ପ୍ରଦାୟର ଲୋକ। ଏପଟେ ପବିତ୍ର ଛଟ ପୂଜା ଲାଗି ଉଭୟ ମହାନଦୀ ଓ କାଠଯୋଡ଼ିରେ ବ୍ରତଧାରୀମାନେ ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ପ୍ରଦାନ କରିଛନ୍ତି । ଏହା ସହ ବ୍ରତ ସମାପନ କରିଛନ୍ତି। ସେହିପରି ବିହାର, ଉତ୍ତରପ୍ରଦେଶ, ରାଜସ୍ଥାନ, ମଧ୍ୟପ୍ରଦେଶ, ଦିଲ୍ଲୀ ଏବଂ ମୁମ୍ବାଇରେ ଶହ ଶହ ଶ୍ରଦ୍ଧାଳୁ ଛଟ୍ ପୂଜାରେ ସାମିଲ ହୋଇଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories