Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଛତିଶା ନିଯୋଗ ବୈଠକ, ହୋଇପାରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା

Odisha

ଛତିଶା ନିଯୋଗ ବୈଠକ, ହୋଇପାରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଛତିଶା ନିଯୋଗ ବୈଠକ, ହୋଇପାରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା

ପୁରୀ: ଆଜି ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ ବସିବ। ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଉପ ମୁଖ୍ୟ ପ୍ରଶାସକଙ୍କ ସମେତ ସମସ୍ତ ନିଯୋଗର ସଭାପତି ଓ ସମ୍ପାଦକ ଯୋଗଦେବେ । ଆଜି ଅପରାହ୍ନ ୫ଟାରେ ଅନୁଷ୍ଠିତ ହେବ ବୈଠକ। ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ଅଧକ୍ଷତାରେ ବସିବାକୁ ଥିବା ଏହି ବୈଠକରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହେବ । ଆସନ୍ତା ୧୪ ତାରିଖରେ ଦୋଳପୂର୍ଣ୍ଣିମା ଓ ୧୩ ତାରିଖରେ ମେଣ୍ଢାପୋଡି ନୀତିନିର୍ଘଣ୍ଟ ଅନୁମୋଦନ ପାଇଁ ହେବ ଆଲୋଚନା। ସଭାପତିଙ୍କ ଅନୁମୋଦନ କ୍ରମେ ଅନ୍ୟ ବିଷୟରେ ମଧ୍ୟ ଆଲୋଚନା ହୋଇପାରେ ।


ବୈଠକ ନେଇ ସମସ୍ତ ନିଯୋଗର ସଭାପତି ଓ ସମ୍ପାଦକଙ୍କୁ ଚିଠି କରି ଜଣାଇଛି ଶ୍ରୀମନ୍ଦିର ପ୍ରଶାସନ। ରତ୍ନଭଣ୍ଡାର ମରାମତି ଅଗ୍ରଗତି ଉପରେ ଆଲୋଚନା ହୋଇପାରେ । ନୀତି ତ୍ୱରାନ୍ୱିତ କରି ଏଏସଆଇକୁ ମରାମତି କାମ ପାଇଁ ଅଧିକ ସମୟ ଦେବାକୁ ହୋଇପାରେ ଆଲୋଚନା। ସେଇଭଳି ନାଟମଣ୍ଡପର ନୂତନ ଦର୍ଶନ ବ୍ୟବସ୍ଥା ଉପରେ ମଧ୍ୟ ହୋଇପାରେ ଆଲୋଚନା। ଆଗକୁ ରଥଯାତ୍ରା ପୂର୍ବରୁ ଅକ୍ଷୟ ତୃତୀୟା ନୀତି ରହିଥିବାରୁ ସେନେଇ ମଧ୍ୟ ବୈଠକରେ ଆଲୋଚନା ହୋଇପାରେ। ଜୈବିକ ଚାଉଳ ଅନ୍ନ ରାନ୍ଧିବାକୁ ଯେଉଁ ଯୋଜନା ହେଉଛି ତାହା ଉପରେ ମଧ୍ୟ ଆଲୋଚନା ହେବାନେଇ ଆଶା କରାଯାଇପାରେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
chhatisa nijoga meeting today in puri | Argus News