|
logo
Live
Argus News App
GET APP

Argus News - ଛତିଶଗଡ ଦଲାଲଙ୍କ ଟାର୍ଗେଟରେ ଓଡ଼ିଆ ଚାଷୀ 

Odisha

ଛତିଶଗଡ ଦଲାଲଙ୍କ ଟାର୍ଗେଟରେ ଓଡ଼ିଆ ଚାଷୀ 

Manini Pattanayak
Browse all articles by Manini Pattanayak
·2 years ago·2 min read
ଛତିଶଗଡ ଦଲାଲଙ୍କ ଟାର୍ଗେଟରେ ଓଡ଼ିଆ ଚାଷୀ 

 ଭୁବନେଶ୍ୱର:  ଚାଷୀ ଏଇଠି କାନ୍ଦୁଛନ୍ତି, ସରକାର ଫୁଟବଲ ପଛରେ ବାୟା ହେଉଛନ୍ତି । ଏଇଠି କି ଶାସନ ଚାଲିଛି ? ଫୁଟବଲ ଥାଉ ଚାଷୀ ଦୁଃଖ ଆଗେ ବୁଝ । ଫୁଟବଲ ଖେଳ ପାଇଁ ପଡିଆ ସଜାଡୁଛ, ଖର୍ଚ୍ଚ କରୁଛ ପୁଳାପୁଳା ଟଙ୍କା । କିନ୍ତୁ ଯିଏ ପେଟକୁ ଦାନା ଯୋଗାଉଛି ତାକୁ କ'ଣ ପାଇଁ ହତାଦାର କରାଯାଉଛି ?  ବିଲରେ ହାଡଭଙ୍ଗା ପରିଶ୍ରମ କରି  ସୁନାର ଫସଲ ଫଳାଉଛି ଚାଷୀ । କିନ୍ତୁ ଅମଳ ଫସଲକୁ ସାଇତି ରଖିବାକୁ ତା' ପାଖରେ ଜାଗା ନାହିଁ । ହେଲେ ଏପଟେ ଫୁଟବଲ ପଡିଆ ପାଇଁ ରାଜ୍ୟ ସରକାର ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା । ଆଉ ହନ୍ତସନ୍ତ ହେଉଛନ୍ତି ଚାଷୀ । ଏତିକିବେଳେ ବାତ୍ୟା ଆସୁଥିବା କଥା ଶୁଣି ଚିନ୍ତା ବଢିଛି ଚାଷୀଙ୍କର ।  କେଉଁଠି ରଖିବେ ଖରିଫ ଧାାନ । କାରଣ କିଛିଦିନ ତଳେ ଅଦିନିଆ ବର୍ଷାରେ  ନଷ୍ଟ ହୋଇଥିଲା ଧାନ।  ପୁଣି ଆଗକୁ ବାତ୍ୟାର ଭୟ ।  ଏଭଳି ପରିସ୍ଥିତିରେ ଜେନତେନ ପ୍ରକାରେ ଶୀଘ୍ର  ଧାନ ବିକ୍ରି କରିବାକୁ ଚାଷୀ ବ୍ୟାକୁଳ ହେଉଛି ସତ ହେଲେ ଉପାୟ କିଛି ନାହିଁ । ଏପଟେ ମଣ୍ଡି ବି  ଖୋଲୁନି । କ୍ଷତି ହେଉଥିଲେ ବି ଇଚ୍ଛାନଥାଇ ବାଧ୍ୟ ବାଧ୍ୟକତାରେ ଦଲାଲଙ୍କୁ ଧାନ ବିକ୍ରି କରିବା ଆରମ୍ଭ କରିଛି ଚଷାପୁଅ ।

ବିଶେଷ କରି ମାଲକାନଗିରି ଜିଲ୍ଲାର କ୍ଷୁଦ୍ର ଚାଷୀ ଏବେ ଚିନ୍ତାରେ । ଛତିଶଗଡର ଦଲାଲମାନେ ମାଲକାନଗିର ଚାଷୀଙ୍କଠୁ  ଶସ୍ତାରେ ଧାନ କିଣି ନେଇ  ନିଜ ରାଜ୍ୟରେ ବିକ୍ରି କରି ହେଉଛନ୍ତି ମାଲେମାଲ । ରାଜ୍ୟ ସରକାର ନିରବ ଦ୍ରଷ୍ଟା ସାଜିଥିବାବେଳେ ଅଯଥାରେ ଶୋଷଣ ହେଉଛି ଚାଷୀ।  । ଏପଟେ ଜିଲ୍ଲାରେ ମଣ୍ଡି ଖୋଲିବାକୁ  ଆହୁରି ୨୪ ଦିନ  ବାକି ରହିଥିବା ବେଳେ ଏହାର ଫାଇଦା ଉଠାଉଛନ୍ତି ପଡୋଶୀ ଛତିଶଗଡ ଓ ଆନ୍ଧ୍ରପ୍ରଦେଶର ଦଲାଲ । କାରଣ  ଦଲାଲ ଧାନ କୁଇଣ୍ଟାଲ ପିଛା ୧୬ରୁ ୧୭ ଟଙ୍କାରେ  କିଣି ନେଉଛନ୍ତି  ।  ଚାଷୀ ସୁବ ଜାଣି ଶୁଣି ବାଧ୍ୟବାଧକତାରେ ବିକ୍ରି କରୁଛି ଧାନ।   ଚାଷୀ ତାର  ପରିଶ୍ରମର ଠିକ୍‌  ମୂଲ ପାଉନଥିବାବେଳେ ଲାଲେଲାଲହେଉଛି ପଡୋଶୀ ରାଜ୍ୟ। ରାଜ୍ୟ ସରକାର ଯଦି  ଅମଳ ଧାନ ରଖିବାକୁ ପାଇଁ ପର୍ଯ୍ୟାପ୍ତ  ସ୍ଥାନର ବ୍ୟବସ୍ଥା କରିଥାନ୍ତେ  ତେବେ ଆଜି ଚାଷୀଟି ତାର କଷ୍ଟ ଅର୍ଜିତ ଫସଲକୁ ଏପରି କମ ଟଙ୍କାରେ ବିକ୍ରି କରୁନଥାନ୍ତା। ତେବେ ସମୟ କହିବ କେବେ ସୁଧୁରିବ ଚାଷୀଙ୍କ ସମସ୍ୟା। 

ଅଧିକ ଦେଖନ୍ତୁ : 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ଛତିଶଗଡ ଦଲାଲଙ୍କ ଟାର୍ଗେଟରେ ଓଡ଼ିଆ ଚାଷୀ  | Argus News