Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

NISHA MAHARANA / ହାଇକୋର୍ଟରେ ନିଶା ମହାରଣା

Bikash Mohanty
Browse all articles by Bikash Mohanty
·5 months ago·2 min read
ହାଇକୋର୍ଟରେ ନିଶା ମହାରଣା
Nisha maharana

Key Points

ନିଶା ମହାରଶାଙ୍କ ଅଶ୍ଳୀଳ ନୃତ୍ୟ ମାମଲା
ଗରିଆବନ୍ଧ ଏସଡିଏମ ତୁଳସୀ ଦାଶ ମରକାମ ନିଲମ୍ବିତ
ନିଶାଙ୍କ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ 
ଛତିଶଗଡରେ ନିଶା ମହାରଶାଙ୍କ ଅଶ୍ଳୀଳ ନୃତ୍ୟ ମାମଲାରେ ବଡ କାର୍ଯ୍ୟାନୁଷ୍ଠାନ ହୋଇଛି । ନିୟମ ଉଲଂଘନ କରି ଅନୁମତି ଦେଇଥିବା ଯୋଗୁଁ ମୈନପୁର ଏସଡିଏମ ତୁଳସୀ ଦାଶ ମରକାମଙ୍କୁ ନିଲମ୍ବିତ କଲେ କମିଶନର ମହାଦେବ କାବରେ। ପୂର୍ବରୁ ତିନି ଜଣ ପୋଲିସ କର୍ମଚାରୀ ଙ୍କୁ ନିଲମ୍ବିତ କରିବା ସହ ଚଉଦ ଜଣ ଆୟୋଜକ କମିଟି କୁ ଗିରଫ କରିଥିଲା ପୋଲିସ। ସେପଟେ ନିଶାଙ୍କୁ ଘାରିଛି ଗିରଫ ଭୟ। ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କଲେ ନିଶା।

ଛତିଶଗଡ଼ରେ ଯାତ୍ରା ପଡ଼ିଥିବା ବେଳେ ଷ୍ଟେଜରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ କରିଥିଲେ ଆଇଟମ ଗାର୍ଲ ନିଶା ମହାରଣା । ଆଉ ଠିକ ଏହି ସମୟରେ ସେଠାରେ ଉପସ୍ଥିତ ଥାଇ ଭରପୁର ମଜା ନେଉଥିଲେ ଏହାସହ ନିଶାଙ୍କ ଉପରେ ପଇସା ଫୋପାଡ଼ୁଥିଲେ। ଏହି କାର୍ଯ୍ୟକ୍ରମରେ ଏସଡିଏମ ତୁଳସୀ ଦାଶ ମରକାମଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ଯାହାପରେ ସ୍ଥାନୀୟ ଜିଲ୍ଲା ପ୍ରଶାସନ ନେଇଛି କଡ଼ା ଆକ୍ସନ । ଏଡିଏମଙ୍କୁ ଅନ୍ୟତ୍ର ବଦଳି ସହ ୩ ପୋଲିସ କର୍ମୀଙ୍କୁ ନିଲମ୍ବନ କରାଯାଇଛି । ଏହାସହ ୧୪ କମିଟି ମେମ୍ବରଙ୍କୁ ଗିରଫ କରାଯାଇଛି ।

ଓଡ଼ିଆ କଳା ସଂସ୍କୃତିକୁ କଦର୍ଥ କରୁଥିବା ଏବଂ କଳା ପ୍ରତି ରୁଚି ରଖୁଥିବା ଲୋକମାନଙ୍କର ଭାବନାକୁ କୁଠାରଘାତ କରୁଛି ଏହି ଟ୍ରେଣ୍ଡ । ଦିନେ ଯାତ୍ରା, ଓଡ଼ିଆଙ୍କ ପରିଚୟ ହୋଇଥିଲା ବେଳେ ଏବେ ଶିକ୍ଷିତ ପରିବାର ଏପରି ଅଶ୍ଳୀଳତା ପାଇଁ ଯାତ୍ରାରୁ ମୁହଁ ଫେରାଉଛନ୍ତି । ସେପଟେ ଆଇନ ମନ୍ତ୍ରୀ କହିଛନ୍ତି ଏବେଠୁ ସଜାଗ ହୁଏ ।

ସେହିଭଳି ବଲାଙ୍ଗୀର ଜିଲ୍ଲା ଚନ୍ଦନ ଭାଟି ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ନିଶା ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ କରିଥିବା ନେଇ ଅଭିଯୋଗ ହୋଇଥିଲା। ଏହି ଘଟଣାକୁ ଗୁରୁତର ସହ ନେଇ ବଲାଙ୍ଗୀର ପୋଲିସ ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରି ନିଶାଙ୍କୁ ଗିରଫ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି। ଏହି କ୍ରମରେ ନିଶାଙ୍କୁ ଗିରଫ କରିବା ପାଇଁ ବଲାଙ୍ଗୀର ପୋଲିସ ଏକ ଟିମ୍ ସହ ଭୁବନେଶ୍ୱରରେ ପହଞ୍ଚିଥିବା ବେଳେ, ଗିରଫଦାରୀକୁ ଏଡ଼ାଇବାକୁ ନିଶା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ନିଶା ଶୁକ୍ରବାର ହାଇକୋର୍ଟରେ ଆଗୁଆ ଜାମିନ ପାଇଁ ଆବେଦନ କରିଛନ୍ତି।

ତେବେ ଛତିଶଗଡ଼ ଭଳି ଏବେ ଓଡ଼ିଶାରେ ବି ବନ୍ଦ ହେବ କି ଅଶ୍ଳୀଳ ଡ୍ୟାନ୍ସ ? ଆଗକୁ ଆଇଟମ୍ ଡ୍ୟାନ୍ସରଙ୍କ ଉପରେ ଲାଗିବ କି ଅଙ୍କୁଶ ? କଠୋର କାର୍ଯ୍ୟାନୁଷ୍ଠାନ ସହ ଆସିବ କି କିଛି SOP ? ଏସବୁ ଉପରେ ରହିବ ନଜର ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
NISHA MAHARANA | Chhattisgarh: Gariabandh SDM Tulsi Das Markam Suspended Over Obscene Dance Case | Argus News