Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଓଡ଼ିଶା ଜମି ଉପରେ ଛତିଶଗଡ ନିର୍ମାଣ କରୁଛି ଡ୍ୟାମ୍

Odisha

ଓଡ଼ିଶା ଜମି ଉପରେ ଛତିଶଗଡ ନିର୍ମାଣ କରୁଛି ଡ୍ୟାମ୍

Smruti Parija
Browse all articles by Smruti Parija
·2 years ago·2 min read
ଓଡ଼ିଶା ଜମି ଉପରେ ଛତିଶଗଡ ନିର୍ମାଣ କରୁଛି ଡ୍ୟାମ୍

ନବରଙ୍ଗପୁର: ମହାନଦୀ ଜଳ ବିବାଦ ଏବଂ ପୋଲାଭରମ ଜଳ ବିବାଦ ଲାଗି ରହିଥିବାବେଳେ ଏବେ ସାମ୍ନାକୁ ଆସିଲା ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ୍ ରେ ତେଲ ନଦୀ ଓ ବରେହି ଡ୍ୟାମ୍ । ଏ ବିବାଦ ଆଜିର ନୁହେଁ ଦୀର୍ଘ ଦେଢ଼ ଦଶନ୍ଧି ଧରି ଲାଗିରହିଥିବା ବିବାଦରେ ଆଜି ମଧ୍ୟ ପୂର୍ଣ୍ଣଛେଦ ପଡ଼ିପାରିନି । ସର୍ବଦା ଏଠାରେ ଚାଷୀମାନେ ଜଳସେଚନ ପ୍ରକଳ୍ପ ନିର୍ମାଣ ପାଇଁ ଦାବି ରଖିଥାନ୍ତି । ସେଗୁଡିକ ମଧ୍ୟରେ ରହିଛି ତେଲ୍ ନଦୀ ଜଳସେଚନ ପ୍ରକଳ୍ପ, ବରେହି ନଦୀ ଜଳସେଚନ ପ୍ରକଳ୍ପ ଏବଂ ଅନ୍ୟସବୁ ପ୍ରସ୍ତାବିତ ଜଳସେଚନ ପ୍ରକଳ୍ପ। ପ୍ରମୁଖ ଦୁଇଟି ଜଳସେଚନ ପ୍ରକଳ୍ପକୁ ନିର୍ମାଣ ପାଇଁ ଦୀର୍ଘ 3 ଦଶନ୍ଧି ଧରି ଦାବି ହେଉଥିବାବେଳେ ଆଜି ପର୍ଯ୍ୟନ୍ତ ଏହାର କୌଣସି ନାଆଁ ଗନ୍ଧ ନାହିଁ । ନିର୍ବାଚନ ଆସିଲେ ଏସବୁ ପ୍ରକଳ୍ପ ଗୁଡ଼ିକର ନିର୍ମାଣ ନାଆଁରେ ନେତା ଭୋଟ ନେଉଥିବାବେଳେ ଚାଷୀ ମାନେ କେବଳ ଜଳକା ହୋଇ ରହିଥାନ୍ତି । 

ସେତେବେଳର ଶିଳ୍ପ ରାଷ୍ଟ୍ର ମନ୍ତ୍ରୀ ସ୍ବର୍ଗତ ଯାଦବ ମାଝି ବରେହି ନଦୀର କୋମଟିଖ ଘାଟରେ ଡ୍ୟାମ୍ ନିର୍ମାଣ କରିବା ପାଇଁ ଶୁଭ ଦେଇଥିଲେ । ବର୍ତ୍ତମାନ ତାଙ୍କ ପୁଅ ନବରଙ୍ଗପୁର ସାଂସଦ ରମେଶ ମାଝୀ ଓ ପ୍ରକାଶ ମାଝୀ ଅନେକ ଥର ସେହି ସ୍ଥାନରେ ନଡ଼ିଆ ଭାଙ୍ଗି ଶୁଭ ଦେଇଛନ୍ତି । କିନ୍ତୁ ଡ୍ୟାମ୍ ନିର୍ମାଣ ଦିଗରେ କୌଣସି କାର୍ଯ୍ୟ ଆଗୋଉ ନାହିଁ । ଗତ ଦୁଇ ମାସ ତଳେ 5t ଅଧ୍ୟକ୍ଷ ଭି କେ ପାଣ୍ଡିଆନ୍ ସେହି ସ୍ଥାନରେ ଆସି ଲୋକଙ୍କୁ ପ୍ରତିଶୃତି ଦେଇକି ଗଲେ କିନ୍ତୁ ତାହା ବି ହେଲାନି ।

ବରେହି ନଦି ଚନ୍ଦାହାଣ୍ଡି ବ୍ଲକ୍ ର କୁହୁଡି ଜଙ୍ଗଲରୁ ଉତ୍ପନ୍ନ ହୋଇ ଛତିଶଗଡକୁ କେତେକ ସ୍ଥାନରେ ସ୍ପର୍ଶ୍ୱ କରିଛି । କିନ୍ତୁ ଓଡ଼ିଶା ସୀମାରେ ଓଡ଼ିଶା ଜମି ଉପରେ ଛତିଶଗଡ ଡ୍ୟାମ୍ ନିର୍ମାଣ କରିଛି । ତଥାପି ଓଡ଼ିଶା ସରକାର କୌଣସି କାର୍ଯ୍ୟାନୁଷ୍ଠାନ ନେଲେ ନାହିଁ। ଫଳରେ ଏଠାକାର ଅନେକ ଚାଷୀ କ୍ଷତିଗ୍ରସ୍ତ ହେଉଛନ୍ତି ।

ଦୀର୍ଘ ଦିନରୁ ଅଞ୍ଚଳବାସୀଙ୍କ ତରଫରୁ ବରେହି ନଦୀ ଉପରେ ଜଳସେଚନ ପ୍ରକଳ୍ପ ନିର୍ମାଣ କରିବାକୁ ଦାବି ହୋଇ ଆସୁଥିଲେ ମଧ୍ୟ ଓଡ଼ିଶା ସରକାର୍ ଓ ସ୍ଥାନୀୟ ଜନପ୍ରତିନିଧିମାନଙ୍କର ବିମୁଖତା ଏବଂ ଚାଷୀମାନଙ୍କ ପ୍ରତି ନିଘା ନଥିବାରୁ ଏଭଳି ଓଡ଼ିଶା ପାଣିକୁ ବାରମ୍ୱାର ଛତିଶଗଡ଼ ସରକାର ପ୍ରକଳ୍ପ ନିର୍ମାଣ କରି ପାଣିକୁ ଶୋଷି ନେଉଥିବା ଦେଖିବାକୁ ମିଳୁଛି ।
 


 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Chhattisgarh- is building a dam on-Odisha land | Argus News