ଛତିଶଗଡ଼ରେ ନିହତ ୧୬ ମାଓବାଦୀରୁ ୧୧ ଜଣଙ୍କ ମିଳିଲା ପରିଚୟ, ୩ ଜଣ ଓଡ଼ିଶାର
·1 year ago·1 min read

ଅର୍ଗସ ବ୍ୟୁରୋ: ଓଡ଼ିଶା-ଛତିଶଗଡ଼ ସୀମାରେ ଦୀର୍ଘ ୭୦ ଘଣ୍ଟା ଧରି ଚାଲିଥିବା ମାଓ ଏନକାଉଣ୍ଟର ସରିଛି । ଏନକାଉଣ୍ଟରରେ ୧୬ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ବେଳେ ମିଳିଛି ୧୧ ଜଣଙ୍କ ପରିଚୟ । ସେଥି ମଧ୍ୟରୁ ୩ ଜଣ ମାଓବାଦୀ ଓଡ଼ିଶାର ବୋଲି ସୂଚନା ମିଳିଛି ।
ନିହତ ମାଓବାଦୀଙ୍କ ମଧ୍ୟରୁ ଜଣଙ୍କ ଘର କଟକର ନିଆଳି ଅଞ୍ଚଳରେ । ତାଙ୍କ ନା ଆଲୋକ ଓରଫ ମୁନା ବୋଲି ଜଣାପଡ଼ିଛି । ସେ ୨୦୦୫ ମସିହାରୁ ଘର ଛାଡ଼ି କେଉଁ ଆଡ଼େ ପଳାଇ ଯାଇଥିଲେ । ଗାଁରେ ହୋଇଥିବା ଏକ ଜନଗର୍ଜନ ସମାବେଶ ପରେ ଘର ଛାଡ଼ିଥିଲେ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସେହିଭଳି ଏନକାଉଣ୍ଟରରେ ନିହତ ଆଉ ୨ ଜଣଙ୍କ ଘର କଳାହାଣ୍ଡି ଜିଲ୍ଲାରେ ବୋଲି କୁହା ଯାଉଛି । ଦୁହିଁଙ୍କ ନାଁ ହେଉଛି ଶଙ୍କର ଓ ଜୈନି । ୭୦ ଘଣ୍ଟା ଧରି ଚାଲିଥିବା ବଡ଼ ଧରଣର ମାଓ ଅପରେସନରେ ସାମିଲ ଥିଲେ ଛତିଶଗଡ଼ ଡିଆରଜି, ଓଡ଼ିଶା ଏସଓଜି ଓ ସିଆରପିଏଫ ଯବାନଙ୍କ ମୋଟ ୧୦ଟି ଟିମ୍ ।