Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ପିସିସି ସଭାପତି ଚୟନ ପାଇଁ ଛତିଶଗଡ଼ ବିରୋଧି ଦଳ ନେତା ଚରଣଙ୍କୁ ଦେଲେ ଦାୟିତ୍ଵ

Odisha

ପିସିସି ସଭାପତି ଚୟନ ପାଇଁ ଛତିଶଗଡ଼ ବିରୋଧି ଦଳ ନେତା ଚରଣଙ୍କୁ ଦେଲେ ଦାୟିତ୍ଵ

Rashmita Mishra
Browse all articles by Rashmita Mishra
·1 year ago·2 min read
ପିସିସି ସଭାପତି ଚୟନ ପାଇଁ ଛତିଶଗଡ଼ ବିରୋଧି ଦଳ ନେତା ଚରଣଙ୍କୁ ଦେଲେ ଦାୟିତ୍ଵ

Key Points

.ଦୀପାବଳି ପରେ ଘୋଷଣା ହେବ ନୂଆ ପିସିସି ସଭାପତି 

.ପିସିସି ସଭାପତି ଚୟନ ପାଇଁ ଛତିଶଗଡ଼ ବିରୋଧି ଦଳ ନେତା ଚରଣଙ୍କୁ ଦେଲେ ଦାୟିତ୍ଵ

.ନୂଆ ମଙ୍ଗୁଆଳ ହେବାକୁ ଦିଲ୍ଲୀ ରେ ନେତା ଙ୍କ ଡେରା ! 

ଅର୍ଗସ ବ୍ୟୁରୋ: ରାଜ୍ୟ କଂଗ୍ରେସର ସମସ୍ତ କମିଟି ଭାଙ୍ଗିବାର 87 ଦିନ ପରେ ଏଆଇ ସିସି ର ଚେତା ପଶିଛି । ଛତିଶଗଡ କଂଗ୍ରେସ ବିଧାୟକ ଦଳ ନେତା ଚରଣ ଦାସ ମହନ୍ତ ଙ୍କୁ ରାଜ୍ୟ କଂଗ୍ରେସ ସଂଗଠନ ସଜାଡ଼ିବା ଦାୟିତ୍ଵ ଦେଇଛି ଏ ଆଇ ସିସି । ଏ ନେଇ ଏ ଆଇ ସିସି ସାଧାରଣ ସମ୍ପାଦକ କେ ସି ଭେନୁଗୋପାଲ ଚରଣ ଙ୍କୁ ଚିଠି ଲେଖି ଜଣାଇଛନ୍ତି । ଚରଣଙ୍କୁ ସାହାଯ୍ୟ କରିବେ ନିର୍ବାଚନ ସମୟରେ ଓଡିଶା ପ୍ରଭାରୀ ଦାୟିତ୍ୱ ରେ ଥିବା ମିନାକ୍ଷୀ ନଟରାଜନ । ଉଭୟ ନେତା ଓଡିଶା ଆସି ଷ୍ଟିୟରିଙ୍ଗ କମିଟି ସଦଶ୍ୟ ଙ୍କ ସହ ଆଲୋଚନା କରିବେ । ଦଳ ର ସଭାପତି କିଏ ହେବ ଓ ସଂଗଠନ କିପରି ସୁଦୃଢ ହେବ ତାହାର ଏକ ବିସ୍ତୃତ ରିପୋର୍ଟ ଏ ଆଇ ସିସି କୁ ଦେବେ

24 ସାଧାରଣ ନିର୍ବାଚନରେ 9 ରୁ 90 ନାରା ଦେଇଥିବା କଂଗ୍ରେସ 14 ରେ ଅଟକିଯାଇଥିଲା..ନୈରାଶ୍ୟ ଜନକ ଫଳାଫଳ କୁ ନେଇ ଦଳରେ ଅସନ୍ତୋଷ ବଢ଼ିବାରୁ ରାଜ୍ୟ କଂଗ୍ରେସ ସଭାପତିଙ୍କୁ ହଟାଇବା ସହ ରାଜ୍ୟର ସମସ୍ତ କମିଟିକୁ ଭାଙ୍ଗି ଦେଇଥିଲା ଏ ଆଇ ସି ସି । ଏବେ ନୂଆ ସଭାପତି ରେସ୍ ରେ ଭକ୍ତ ଦାସ, ଶ୍ରୀକାନ୍ତ ଜେନା, ସପ୍ତଗିରି ଉଲ୍ଲକା, ବିଶ୍ୱରଂଜନ ମହାନ୍ତି  ଓ ମହମ୍ମଦ ମୋକିମ ଥିବା ବେଳେ କିଛି ନେତା ଦିଲ୍ଲୀ ରେ ଡେରା ପକାଇଥିବା ଚର୍ଚ୍ଚା ହେଉଛି । 

ପିସିସି ର ସମସ୍ତ କମିଟି ଭଙ୍ଗ ପରେ ଦୁଇ ବରିଷ୍ଠ କଂଗ୍ରେସ ନେତା ଅଜୟ ମାକନ ଓ ତାରିଖ ଅନୱାର ଙ୍କୁ ଷ୍ଟିୟରିଂ କମିଟି ସଦସ୍ୟ ଙ୍କ ସହ ଆଲୋଚନା କରି ରିପୋର୍ଟ ଦେବାକୁ ଦାୟିତ୍ବ ଦେଇଥିଲା ଦଳ.. ହେଲେ କେହି ହେଲେ ମଧ୍ୟ ଓଡିଶା ଆସିଲେନି.. ବରଂ ପ୍ରଭାରୀ ଅଜୟ କୁମାରଙ୍କ ଉପସ୍ଥିତି ରେ ଯେଉଁ ଥରେ ବୈଠକ ବସିଥିଲା ଅନେକ ବାଦ ବିବାଦ ଦେଖା ଦେଇଥିଲା.. ସଭାପତିକୁ ନେଇ ଦଳରେ ପୂର୍ବରୁ ଗୋଡ ଟଣା ଟଣି ହେବାର ନଜିର ଅଛି.. ଏବେ ଦଳ କାହାକୁ ଭରସା କରି ଦାୟିତ୍ବ ଦେଉଛି ତାହା ଉପରେ ନଜର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

Sponsored
Chhattisgarh opposition party leader Charan was given the responsibility to elect the PCC president | Argus News