ଛତିଶଗଡ଼ ସୁକମା ପେଣ୍ଟାପାଦରୁ ୩ ମାଓବାଦୀ ଗିରଫ
·10 months ago·1 min read

Key Points
ଛତିଶଗଡ଼ ସୁକମା ପେଣ୍ଟାପାଦରୁ ୩ ମାଓବାଦୀ ଗିରଫ ଜିଲ୍ଲା ପୋଲିସ ଓ CRPF ପକ୍ଷରୁ ସର୍ଚ୍ଚ ଅପରେସନ୍ ବେଳେ ଧରାପଡ଼ିଲେ
ଟିଫିନ୍ ବୋମା, ଇଲେକ୍ଟ୍ରିକ୍ ଡେଟୋନେଟର ସହ ବିପୁଳ ପରିମାଣର ବିସ୍ଫୋରକ ଜବତ
୩ ମାଓବାଦୀ ଗିରଫ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକମାରେ ମାଓ ବିରୋଧୀ ଅଭିଯାନ ବେଳେ ଚିନ୍ତାଗୁଫା ଥାନା ପେଣ୍ଟାପାଦ ଗ୍ରାମରୁ ୩ ଜଣ ମାଓବାଦୀଙ୍କୁ ଗିରଫ କରାଯାଇଛି । ଜିଲ୍ଲା ପୋଲିସ ଓ CRPF ପକ୍ଷରୁ ସର୍ଚ୍ଚ ଅପରେସନ୍ ବେଳେ ୩ ଜଣ ନକ୍ସଲଙ୍କୁ ବିସ୍ଫୋରକ ସହିତ ଗିରଫ କରାଯାଇଛି । ଗିରଫ ମାଓବାଦୀମାନେ ହେଲେ ପୋଡିୟମ ଜୋଗା, ମାଡଭି ମାସା, ପୋଜ୍ଜା ମାଡଭି । ସେମାନଙ୍କ ନିକଟରୁ ପ୍ରାୟ ୩ କିଲୋଗ୍ରାମ ଓଜନର ଗୋଟିଏ ଟିଫିନ୍ ବୋମା, ୫ଟି ଇଲେକ୍ଟ୍ରିକ୍ ଡେଟୋନେଟର, ୫ ମିଟର କର୍ଡେକ୍ସ ତାର, ୫ଟି ଜିଲେଟିନ୍ ରଡ୍, ୧୦ ମିଟର ଇଲେକ୍ଟ୍ରିକ୍ ତାର ଜବତ କରାଯାଇଛି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: