Videos
|
Odisha

ଅଜଣା ରୋଗରେ ମରୁଛନ୍ତି ହଜାର ହଜାର କୁକୁଡ଼ା

Smruti Parija
Browse all articles by Smruti Parija
·1 year ago·1 min read
ଅଜଣା ରୋଗରେ ମରୁଛନ୍ତି ହଜାର ହଜାର କୁକୁଡ଼ା

Key Points

ଡେଲାଙ୍ଗରେ କୁକୁଡ଼ା ମଡ଼କ

ଅଜଣା ରୋଗରେ ମରୁଛନ୍ତି ହଜାର ହଜାର କୁକୁଡ଼ା

ଫାର୍ମରେ ୩ ହଜାର ୯୭୦ କୁକୁଡ଼ା ଚିଆଁ ମଧ୍ୟରୁ ଆଉ ମାତ୍ର ବଞ୍ଚିଛନ୍ତି ୭୦ କୁକୁଡ଼ା

ପୁରୀ ଜିଲ୍ଲା ଡେଲାଙ୍ଗରେ କୁକୁଡ଼ା ମଡ଼କ । ଅଜଣା ରୋଗରେ ମରୁଛନ୍ତି ହଜାର ହଜାର କୁକୁଡ଼ା । ବଡ଼ ଆଙ୍କୁଲା ଗାଁର ପ୍ରଶାନ୍ତ କୁମାର ପ୍ରଧାନଙ୍କ ଫାର୍ମରେ ୪ ହଜାରରୁ ଉର୍ଦ୍ଧ କୁକୁଡ଼ା ମଲେଣି । ଗଡ଼ ବେଗୁନିଆପଡା ଗାଁର ଲିଙ୍ଗରାଜ ରାଉତରାୟଙ୍କ ଫାର୍ମରେ ୩ ହଜାର ୯୭୦ କୁକୁଡ଼ା ଚିଆଁ ମଧ୍ୟରୁ ଆଉ ମାତ୍ର ୭୦ କୁକୁଡ଼ା ବଞ୍ଚିଛନ୍ତି । କୁକୁଡ଼ାଙ୍କ ମଳ, ଲାଳର ନମୁନା ପରୀକ୍ଷା ପାଇଁ ପଠାଇ ଛନ୍ତି ସ୍ୱତନ୍ତ୍ର ଡାକ୍ତର ଟିମ୍ । ଟିମରେ ସାମିଲ ହୋଇଛନ୍ତି ପ୍ରାଣୀ ମଙ୍ଗଳ ଚିକିତ୍ସା ଅଧିକାରୀ, ଜିଲ୍ଲା ଅତିରିକ୍ତ ପ୍ରାଣୀ ଚିକିତ୍ସା ଅଧିକାରୀ l ଜିଲ୍ଲା ଅତିରିକ୍ତ ପ୍ରାଣୀ ଚିକିତ୍ସା ଅଧିକାରୀ କହିଛନ୍ତି- ପ୍ରଶାସନ ପକ୍ଷରୁ ୩ ଜଣିଆ ରାପିଡ଼ ରେସ୍ପନସ ଟିମ୍ ଗଠନ ହୋଇଛି । ଯେଉଁ ଫାର୍ମରୁ ଏଭଳି ଅଭିଯୋଗ ଆସିବ ଟିମ ଯାଇ ସ୍ଥିତି ପରଖିବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
chicken-disease-in-delanga-puri-district-thousands-of-chickens-are-dying-due-to-unknown-disease | Argus News