Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଟ୍ରାଫିକ ଶାଖାରେ ୨ହଜାର ନୂତନ ପଦବୀ ସୃଷ୍ଟି ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

Rashmita Mishra
Browse all articles by Rashmita Mishra
·1 year ago·1 min read
ଟ୍ରାଫିକ ଶାଖାରେ ୨ହଜାର ନୂତନ ପଦବୀ ସୃଷ୍ଟି ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ରାଜ୍ୟରେ ଟ୍ରାଫିକ ଏବଂ ସଡ଼କ ସୁରକ୍ଷା ବ୍ୟବସ୍ଥାକୁ ଶୃଙ୍ଖଳିତ ଓ ସୃଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରାଜ୍ୟର ଟ୍ରାଫିକ ଶାଖାରେ ୨ ହଜାର ନୂତନ ପଦବୀ ସୃଷ୍ଟି କରିବା ପାଇଁ ଅନୁମୋଦନ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁଯାୟୀ ରାଜ୍ୟସ୍ତରୀୟ ଟ୍ରାଫିକ ବ୍ୟବସ୍ଥାରେ ୭୦ ଟି ନୂତନ ପଦବୀ ହୋଇଥିବା ବେଳେ ଜିଲାସ୍ତରୀୟ ସେଟ-ଅପରେ ୧୯୩୦ଟି ପଦବୀ ସୃଷ୍ଟି ହୋଇଛି। ରାଜ୍ୟ ସ୍ତରୀୟ ସେଟ-ଅପରେ ନିମ୍ନଲିଖିତ ଭାବେ ପଦବୀ ସୃଷ୍ଟି କରାଯାଇଛି। ADGP/IGP ଗୋଟିଏ ପଦବୀ, DIG (ପୋଲିସ) ଗୋଟିଏ ପଦବୀ, SP ୨ ଟି ପଦବୀ, DSP ୪ ଟି, Inspector ୬ ଟି, SI ୮ ଟି, ASI ୮ ଟି, କନେଷ୍ଟବଲ ୨୨ ଟି, ଡ୍ରାଇଭର ୧୦ ଟି, ଏଷ୍ଟାବ୍ଲିସମେଣ୍ଟ ଅଫିସର ଗୋଟିଏ, ସେକ୍ସନ ଅଫିସର ଗୋଟିଏ, ଏ.ଏସ.ଓ ୩ ଟି ଓ ଜୁନିଅର ଆସିଷ୍ଟାଣ୍ଟ ପାଇଁ ୩ ଟି ପଦବୀ ସୃଷ୍ଟି ହୋଇଛି। ସମୁଦାୟ ୭୦ଟି ପଦବୀ ସୃଷ୍ଟି ହୋଇଛି।

ସେହିପରି ଡି.ଏସ.ପି. ୫ଟି ପଦବୀ, ଇନ୍ସପେକ୍ଟର ୪୧ଟି ପଦବୀ, ସବ- ଇନ୍ସପେକ୍ଟର ୮୩ ଟି ପଦବୀ, ଏ.ଏସ.ଆଇ. ୮୩ଟି ପଦବୀ, ହାବିଲଦାର ୩୧୦ ଓ କନଷ୍ଟେବଳ ପାଇଁ ୧୪୦୮ଟି ପଦବୀ ସୃଷ୍ଟି କରାଯାଇଛି। ସମୁଦାୟ ୧୯୩୦ ଟି ପଦବୀ ସୃଷ୍ଟି ହୋଇଛି। ଏହାଦ୍ୱାରା ରାଜ୍ୟର ଟ୍ରାଫିକ ବ୍ୟବସ୍ଥା ସୁଦୃଢ଼ ହେବ ଏବଂ ସଡକ ସୁରକ୍ଷା କ୍ଷେତ୍ରରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ ଭାବେ ଅନ୍ୟ ରାଜ୍ୟମାନଙ୍କ ପାଇଁ ଅନୁକରଣୀୟ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
chief-minister-approves-creation-of-2000-new-posts-in-traffic-branch | Argus News