ପ୍ରଶାନ୍ତ ଶତପଥୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ପହଁଚିଲେ ମୁଖ୍ୟମନ୍ତ୍ରୀ
·1 year ago·1 min read

ବାଲେଶ୍ବର ନିଶାଣୀ ଗାଁରେ ଶୋକାକୁଳ ପରିବେଶ । ପହଲଗାମରେ ମୃତ ପ୍ରଶାନ୍ତ ଶତପଥୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ପହଁଚିଲେ ମୁଖ୍ୟମନ୍ତ୍ରୀ । ଶେଷ ସମ୍ମାନ ଜଣାଇବାକୁ ଲୋକଙ୍କ ଭିଡ । ବାହୁନି ବାହୁନି କାନ୍ଦୁଛନ୍ତି ପ୍ରଶାନ୍ତଙ୍କ ପରିବାର ଓ ଆତ୍ମୀୟ ସ୍ବଜନ । ଆଉ କିଛି ଘଣ୍ଟା ପରେ ହେବ ଅନ୍ତିମ ସଂସ୍କାର । ଜନ୍ମ ମାଟିରେ ପ୍ରଶାନ୍ତଙ୍କ ମରଶରୀରର। ବାଲେଶ୍ବର ନିଶାଣୀ ଗାଁରେ ପହଞ୍ଚିଲା ପହଲଗାମରେ ମୃତ ଓଡ଼ିଆ ଯୁବକ ପ୍ରଶାନ୍ତ ଶତପଥୀଙ୍କ ମରଶରୀର।
କିଛି ଘଣ୍ଟା ପରେ ହେବ ଅନ୍ତିମ ସଂସ୍କାର। ରାତିରେ ବିମାନବନ୍ଦରରେ ଶ୍ରଦ୍ଧାଞ୍ଜଳି ଦେଇଥିଲେ ଉପମୁଖ୍ୟମନ୍ତ୍ରୀ କେ. ଭି ସିଂହଦେଓ, ରାଜସ୍ବ ମନ୍ତ୍ରୀ, ବିଜେପି ରାଜ୍ୟ ସଭାପତି ଓ ପିସିସି ସଭାପତିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି। ଜମ୍ମୁ-କାଶ୍ମୀର ବୁଲିବାକୁ ପରିବାର ସହ ଯାଇଥିବା ପ୍ରଶାନ୍ତଙ୍କୁ ମଙ୍ଗଳବାର ଗୁଳି ମାରି ହତ୍ୟା କରିଥିଲେ ଆତଙ୍କବାଦୀ। ଏ ଖବର ପରେ ଗାଁରେ ଶୋକାକୁଳ ପରିବେଶ। ପ୍ରଶାନ୍ତଙ୍କ ଶେଷ ଦର୍ଶନ ପାଇଁ ଗାଁରେ ଲୋକଙ୍କ ସମାଗମ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: