Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

Rashmita Mishra
Browse all articles by Rashmita Mishra
·1 year ago·1 min read
ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

Key Points

ନିଯୁକ୍ତିର ମହାପର୍ବ
୭ଟି ବିଭାଗର ୧୨୯୪ ଜଣଙ୍କୁ ଦିଆଗଲା ନିଯୁକ୍ତିପତ୍ର
ଏକକାଳୀନ ୧୨ ଶହ ୯୪ ଜଣ ଯୁବକ ଯୁବତୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ
ମୁଖ୍ୟମନ୍ତ୍ରୀଙ୍କଠାରୁ ନବନିଯୁକ୍ତ ଅବକାରୀ, ଶିକ୍ଷକ-ଶିକ୍ଷୟିତ୍ରୀ ଓ କର୍ମଚାରୀଙ୍କୁ ନିଯୁକ୍ତିପତ୍ର

ନିଯୁକ୍ତିର ମହାପର୍ବ । ୭ଟି ବିଭାଗର ୧୨୯୪ ଜଣଙ୍କୁ ଦିଆଯାଉଛି ନିଯୁକ୍ତିପତ୍ର । ମୁଖ୍ୟମନ୍ତ୍ରୀଙ୍କ କରକମଳରୁ ନିଯୁକ୍ତିପତ୍ର ଗ୍ରହଣ କରିଛନ୍ତି ନବନିଯୁକ୍ତ ଅକାରୀ, ଶିକ୍ଷକ-ଶିକ୍ଷୟିତ୍ରୀ ଓ କର୍ମଚାରୀ । ଏକକାଳୀନ ୧୨ ଶହ ୯୪ ଜଣ ଯୁବକ ଯୁବତୀଙ୍କୁ ସରକାରୀ ଚାକିରିର ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି । ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ୭ ଟି ପ୍ରମୁଖ ବିଭାଗକୁ ନେଇ ନିଯୁକ୍ତି ମେଳାର ଆୟୋଜନ କରାଯାଉଛି, ଯାହା ଆମ ରାଜ୍ୟର ପ୍ରଗତିରେ ଏକ ମାଇଲଖୁଣ୍ଟ ।

ଭୁବନେଶ୍ବରସ୍ଥିତ ରେଳ ଅଡ଼ିଟୋରିୟମଠାରେ ଆୟୋଜିତ ହୋଇଛି ନିଯୁକ୍ତି ମେଳା । ଓଡ଼ିଶା ସରକାରଙ୍କ ପ୍ରମୁଖ ୭ଟି ବିଭାଗ- ବିଦ୍ୟାଳୟ ଓ ଗଣଶିକ୍ଷା, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ବାଣିଜ୍ୟ ଓ ପରିବହନ, ପଞ୍ଜାୟତିରାଜ ଓ ପାନୀୟ ଜଳ, ଅବକାରୀ ବିଭାଗ ଏବଂ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ସର୍ବମୋଟ୍ ୧୨ ଶହ ୯୪ ଜଣଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
chief-minister-distributes-appointment-letters-to-newly-recruited-employees | Argus News