Videos
|
Odisha

ବିଜନେସ ଆଣିବାକୁ ପ୍ରଥମ ବିଦେଶ ଗସ୍ତରେ ଗଲେ ମୁଖ୍ୟମନ୍ତ୍ରୀ

Smruti Parija
Browse all articles by Smruti Parija
·1 year ago·2 min read
ବିଜନେସ ଆଣିବାକୁ ପ୍ରଥମ ବିଦେଶ ଗସ୍ତରେ ଗଲେ ମୁଖ୍ୟମନ୍ତ୍ରୀ

Key Points

- ସିଙ୍ଗାପୁର ଭଳି ଓଡିଶା ହେବ ଶିଳ୍ପ ସମୃଦ୍ଧ
- ବିଜନେସ ଆଣିବାକୁ ପ୍ରଥମ ବିଦେଶ ଗସ୍ତରେ ଗଲେ ମୁଖ୍ୟମନ୍ତ୍ରୀ
- ବିକଶିତ ଓଡିଶାର ଲକ୍ଷ୍ୟକୁ ବୁଷ୍ଟର ଡୋଜ ହେବ ବିଦେଶୀ ପୁଞ୍ଜି ନିବେଶ
- ପୁଞ୍ଜିପତି ମାନଙ୍କ ସହ ୱାନ ଟୁ ୱାନ ଆଲୋଚନା କରିବେ ମୋହନ ମାଝୀ
-  ୬ ଦିନିଆ ଗସ୍ତରେ  ବଡ଼ ବଡ଼ ଶିଳ୍ପାନୁଷ୍ଠାନ  ବି ବୁଲିବେ 
- ବିଜେଡି ସରକାର ସମୟରେ ବିଦେଶ ପୁଞ୍ଜି ନିବେଶରେ ପଛରେ ପଡିଥିଲା ଓଡ଼ିଶା 
- ଖଣି କ୍ଷେତ୍ର ବ୍ୟତୀତ ଟେକ୍‌ସଟାଇଲସ୍, କେମିକାଲ୍ସ, ଗ୍ରୀନ ଏନର୍ଜି, ଲଜିଷ୍ଟିକ୍‌, ସିପ୍,ବିଲ୍‌ଡିଙ୍ଗ ଓ ଇଲେକ୍ଟ୍ରୋନିକ୍‌ କୁ ବିଜେପି ସରକାରଙ୍କ ଗୁରୁତ୍ୱ

ଅର୍ଗସ ବ୍ୟୁରୋ: ସିଙ୍ଗାପୁରରୁ ଆସିବ ଶିଳ୍ପ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତାଙ୍କ ଟିମ ସହ ଆଜି ସିଙ୍ଗାପୁର ଗସ୍ତ କରିଛନ୍ତି । ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ  ସେଠି କନକ୍ଲେଭ ସହ ରୋଡ଼ ଶୋ କରି ବଡ଼ ବଡ଼ ପୁଞ୍ଜିପତି ଓ ଶିଳ୍ପାନୁଷ୍ଠାନ କୁ ଓଡ଼ିଶା ଆଣିବା । ତେବେ ୬ ଦିନିଆ ସିଙ୍ଗାପୁର ଯିବା ସମୟରେ ମୁଖ୍ୟମନ୍ତ୍ରୀ କହିଛନ୍ତି ସମଗ୍ର ବିଶ୍ବରେ ନିବେଶକଙ୍କ ପାଇଁ ପ୍ରଥମ ପସନ୍ଦ ହେବାକୁ ଯାଉଛି ଓଡ଼ିଶା ।  ଗ୍ରାଫିକ୍ସ - ନିବେଶକଙ୍କ ପାଇଁ ସମ୍ପୂର୍ଣ ପ୍ରସ୍ତୁତ ଓଡିଶା । ଓଡ଼ିଶାରେ ପୁଞ୍ଜି ନିବେଶ ଓ ନିଯୁକ୍ତି ସୁଯୋଗ ବଢ଼ାଇବା ପାଇଁ  ଚେଷ୍ଟା କରିବେ ସରକାର।

ସିଙ୍ଗାପୁରରେ କେମିକାଲ, ଗ୍ରିନ ଏନର୍ଜି, ବସ୍ତ୍ର ନିର୍ମାଣ , ଜାହାଜ ନିର୍ମାଣ , ଲଜିଷ୍ଟିକ, ଇଲେକ୍ଟ୍ରୋନିକ ଆର୍ଥିକ ସେବା ଆଦି ବଡ଼ ବଡ଼ କମ୍ପାନୀ କାମ କରୁଛନ୍ତି।  ସେହି କମ୍ପାନୀ ଗୁଡ଼ିକର ଶୀର୍ଷ ନେତୃତ୍ବଙ୍କ ସହ ଆଲୋଚନା ହେବ ଆଲୋଚନା। ଓଡ଼ିଶାରେ ପ୍ରକୃତି ସମ୍ବଳ, ଦକ୍ଷ ମାନବ ସମ୍ବଳ, ଉନ୍ନତ ଶିଳ୍ପ ନୀତି ସମ୍ବନ୍ଧରେ ସେମାନଙ୍କୁ ଅବଗତ କରିବେ ମୋହନଙ୍କ ଟିମ।  ଓଡିଶାରେ ବ୍ୟାପକ ପୁଞ୍ଜି ନିବେଶ ସହ ନିଯୁକ୍ତି ସୁଯୋଗ ସୃଷ୍ଟି  ଶିଳ୍ପ ଜଗତର ଶିର୍ଷ ନେତ୍ବତ୍ବଙ୍କୁ ଭେଟିବେ ଏହି ଟିମ  

ସେପଟେ ପୂର୍ବ ବିଜେଡି ସରକାରର ଟ୍ରାକ ରେକର୍ଡ କହୁଛି ଜାପାନ, ସିଙ୍ଗାପୁର, ଦୁବାଇ,ଅଷ୍ଟ୍ରେଲିଆ ଭଳି ବିଭିନ୍ନ ସ୍ଥାନ କୁ ବ୍ୟୟ ବହୁଳ ଗସ୍ତ ନବୀନ ପଟ୍ଟନାୟକ ଓ ତାଙ୍କ ଟିମ କରିଥିବା ବେଳେ ୨୦୧୬ରୁ ୨୦୨୨ ଭିତରେ ଆସିଥିଲେ କେବଳ ୫ ବିଦେଶୀ ନିବେଶକ  ।  କେବଳ ୧୩୬୮ କୋଟି ଟଙ୍କାର ପୁଞ୍ଜି ନିବେଶ ହୋଇଥିବା RTI ତଥ୍ୟରୁ ଜଣାପଡ଼ିଥିଲା।  ସରକାର ଶିଳ୍ପ ଆଣିବାରେ ଫେଲ ମାରିଥିବାରୁ ନୂଆ ସରକାର କାମରେ କରିଦେଖାଇବାକୁ କଂଗ୍ରେସ ଆଦ୍ବାନ ଦେଇଥିବା ବେଳେ ବିଜେଡି ସରକାରଙ୍କ ପ୍ରୟାସକୁ କଟାକ୍ଷ କରିଛି

ସିଙ୍ଗାପୁରରେ ଟୁଆସ୍ ପୋର୍ଟ, ଜୁରାଙ୍ଗ ପେଟ୍ରୋକେମିକାଲ୍‌ କମ୍ପ୍ଲେକ୍ସ ଏବଂ ITEES ସିଙ୍ଗାପୁର ଭଳି କେତେକ ବିଶ୍ଵ ସ୍ତରୀୟ କମ୍ପାନୀ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ । ତେବେ ସେମାନଙ୍କର ଉନ୍ନତ ବ୍ୟବସ୍ଥାକୁ ବୁଝିବା ସହିତ ଓଡ଼ିଶାରେ ମଧ୍ୟ ସେହି ଭଳି ବା ତା ଠାରୁ ଅଧିକ ଉନ୍ନତ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Chief Minister embarks on first foreign visit to bring business-to-odisha | Argus News