Videos
|
Odisha

ନୂଆ ସରକାରୀ ବାସଭବନରେ ପ୍ରବେଶ କଲେ ମୁଖ୍ୟମନ୍ତ୍ରୀ

Rashmita Mishra
Browse all articles by Rashmita Mishra
·1 year ago·1 min read
ନୂଆ ସରକାରୀ ବାସଭବନରେ ପ୍ରବେଶ କଲେ ମୁଖ୍ୟମନ୍ତ୍ରୀ

ବିଜେପି ସରକାରର 8 ମାସ ପରେ ଆଜି ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସ ଭବନରେ ଗୃହ ପ୍ରବେଶ। ନୂଆ ସରକାରୀ ବାସଭବନରେ ପ୍ରବେଶ କଲେ ମୁଖ୍ୟମନ୍ତ୍ରୀ। ପୂଜା ଅର୍ଚ୍ଚନା ପରେ ଏଜିରୁ ରାଜଭବନ ରାସ୍ତାରେ ଥିବା ବାସଭବନକୁ ସ୍ଥାନାନ୍ତର। ପ୍ରଥମେ ଗୋମାତାଙ୍କ ପ୍ରବେଶ ପରେ ଗୃହ ପ୍ରବେଶ କଲେ ମୋହନ ମାଝୀ।


ବଦଳିଲା ମୁଖ୍ୟମନ୍ତ୍ରୀଙ୍କ ବାସ ଭବନର ଠିକଣା। ଏଣିକି ଲୋୟର ପିଏମଜି ନୁହେଁ ରାଜ ଭବନ ମାର୍ଗରେ ମୁଖ୍ୟମନ୍ତ୍ରୀଙ୍କ ବାସ ଭବନରେ ସପରିବାର ସହ ରହିବେ ମୁଖ୍ୟମନ୍ତ୍ରୀ। ବିଜେପି ସରକାରର 8 ମାସ ପରେ ଆଜି ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସ ଭବନରେ ଗୃହ ପ୍ରବେଶ କରିବେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆଜି ସକାଳ 10 ଟା 47 ସମୟରେ ଗୃହ ପ୍ରବେଶର ଶୁଭ ସମୟ ଥିବା ବେଳେ ବୈଦିକ ରୀତି ନୀତିରେ ଗୃହ ପ୍ରବେଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପ୍ରଥମ ଗୋ ମାତା ନନ୍ଦା ଓ ନନ୍ଦିନୀଙ୍କ ପ୍ରବେଶ ପରେ ନୂଆ ବାସ ଭବନରେ ପାଦ ପକେଇଛନ୍ତି ମୁଖ୍ୟମନ୍ତ୍ରୀଙ୍କ ସପରିବାର। ପୁରୀ ଜଗନ୍ନାଥ ମନ୍ଦିରର ପୂଜକ ମାନେ ବେଦ ପାଠ କରିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଗୃହ ପ୍ରବେଶ ଉତ୍ସବରେ ସାମିଲ ହୋଇଛନ୍ତି 11 ପଣ୍ଡିତ।



Chief Minister enters new official residence | Argus News