Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଦୀପାବଳି ଅବସରରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

Smruti Parija
Browse all articles by Smruti Parija
·1 year ago·1 min read
ଦୀପାବଳି ଅବସରରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଅର୍ଗସ ବ୍ୟୁରୋ: ଦୀପାବଳି ଅବସରରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସୋସିଆଲ ମିଡିଆରେ ସେ ଟୁଇଟ୍ କରି କହିଛନ୍ତି, ଆଲୋକ ଓ ଆନନ୍ଦର ପର୍ବ ଦୀପାବଳି ଅବସରରେ ଓଡ଼ିଶାର ସମସ୍ତ ଭାଇ ଓ ଭଉଣୀ ମାନଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ। ଏହି ଅବସରରେ ସମସ୍ତଙ୍କ ଜୀବନରୁ ଅନ୍ଧକାର ଦୂର ହୋଇ ଜ୍ଞାନର ଅଭ୍ୟୁଦୟ ହେଉ ଏତିକି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ମୋର ପ୍ରାର୍ଥନା।

ଦିପାବଳୀ ଓ ପାୟାଶ୍ରାଦ୍ଧ ପାଳନକୁ ନେଇ ଦ୍ବନ୍ଦରେ ପଡିଛନ୍ତି ଲୋକେ । କେତେକ ସ୍ଥାନରେ ଆଜି ପାଳନ ହେଉଛି ଆଲୋକର ପର୍ବ ଦୀପାବଳି । ଅନ୍ୟ କିଛି ଲୋକ ଆସନ୍ତକାଲି ପାଳିବେ ଦୀପାବଳି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
— Mohan Charan Majhi (@MohanMOdisha) October 31, 2024

 

ସେପଟେ କାଳୀପୂଜା ପାଇଁ  ଉତ୍ସବ ମୁଖର ସାରା ରାଜ୍ୟ । ରାଜ୍ୟର ବିଭିନ୍ନ ସ୍ଥାନରେ ପୀଠ ଓ ମଣ୍ଡପରେ ପୂଜା ପାଇବେ ମାଆ । ମା'ଙ୍କ ସ୍ବାଗତ ପାଇଁ ବିଭିନ୍ନ ପୂଜା ମଣ୍ଡପ ସମେତ କାଳୀ ମନ୍ଦିର ଉତ୍ସବମୁଖର ହୋଇଛି ।

ସାରା ଦେଶରେ ଧୂମଧାମରେ ପାଳନ କରାଯାଉଛି ଦୀପାବଳି । ଗାଁରୁ ସହର ସବୁଠି ଦେଖିବାକୁ ମିଳୁଛି ରଙ୍ଗ ବେରଙ୍ଗର ଆଲୋକମାଳା । ନୂଆଦିଲ୍ଲୀ ରାଷ୍ଟ୍ରପତି ଭବନ, ଇଣ୍ଡିଆ ଗେଟ ରଙ୍ଗୀନ ଆଲୋକ ମାଳାରେ ଝଲସୁଛି । 
 

Sponsored
Chief Minister extended greetings on the occasion of Diwali | Argus News