Videos
|
Odisha

ଗୋଟିଏ ଦିନ କଟକ ବାଲିଯାତ୍ରା ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଗୋଟିଏ ଦିନ କଟକ ବାଲିଯାତ୍ରା ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ

ଅର୍ଗସ ବ୍ୟୁରୋ:  ଗୋଟିଏ ଦିନ ବଢ଼ିଲା କଟକ ବାଲିଯାତ୍ରା ଅବଧି । ଲୋକଙ୍କ ଆଗ୍ରହ ଏବଂ ଉତ୍ସାହକୁ ଦେଖି ଆଉ ଗୋଟେ ଦିନ ବଢ଼ିଲା ବାଲିଯାତ୍ରା । ଆଉ ଗୋଟେ ଦିନ ବାଲିଯାତ୍ରା ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ । ନଭେମ୍ୱର ୧୫ରୁ ଆୟୋଜିତ ମହୋତ୍ସବ ନବମ ଦିବସରେ ଉଦଯାପିତ ହେବ । ଜମୁଛି କଟକ ବାଲିଯାତ୍ରା । ବାଲିଯାତ୍ରା ଦେଖିବାକୁ ଲୋକଙ୍କ ନାହିଁ ନଥିବା ଭିଡ଼ । ବହୁ ଦୂରଦୂରାନ୍ତରୁ ଲୋକ କଟକ ମହାନଦୀ ପଠାରେ ଏକାଠି ହେଉଛନ୍ତି ଆଉ ବାଲିଯାତ୍ରାର ମଜା ନେଉଛନ୍ତି । ତେବେ ଏହାରି ଭିତରେ ବାଲିଯାତ୍ରାକୁ ନେଇ ଏକ ବଡ଼ ଖବର ଆସି ପହଞ୍ଚୁଛି । ଆଉ ଗୋଟେ ଦିନ ବୃଦ୍ଧି ହୋଇଛି କଟକ ବାଲିଯାତ୍ରା।

ଚଳିତ ବର୍ଷ ୮ ଦିନ ହେବ ବାଲିଯାତ୍ରା ବୋଲି ପୂର୍ବରୁ ଧାର୍ଯ୍ୟ ହୋଇଥିଲା । ଏନେଇ ସବୁ ପ୍ରକାର କାର୍ଯ୍ୟସୂଚୀ ପ୍ରସ୍ତୁତ ହୋଇଛି। ମାତ୍ର ସୋମବାର ଅର୍ଥାତ୍ ୧୮ ତାରିଖରେ ପୂର୍ବତନ ମନ୍ତ୍ରୀ ସମୀର ଦେ’ ଙ୍କର ଦେହାନ୍ତ ପରେ ତାଙ୍କୁ ସମ୍ମାନ ଜଣାଇ ବାଲିଯାତ୍ରାରେ ସବୁ ସରକାରୀ କାର୍ଯ୍ୟକ୍ରମକୁ ବାତିଲ୍ କରିବାକୁ ପଡିଲା। ମେଳାରେ ସରକାରୀ ସାସ୍କୃତିକ କାର୍ଯ୍ୟକ୍ରମ ସ୍ଥଗିତ ରହିବା ସହିତ କୌଣସି ବେସରକାରୀ ଷ୍ଟଲ୍ ରେ ମଧ୍ୟ ସାଉଣ୍ତ ବାଜିଲାନି। କଟକ-ଇନ୍-କଟକ-ଇନ୍ ମଧ୍ୟରେ ହେବାକୁ ଥିବା ମନୋରଂଜନ କାର୍ଯ୍ୟକ୍ରମ ମଧ୍ୟ ଅଟକିଲା। ତେଣୁ ସୋମବାର ହେବାକୁ ଥିବା କାର୍ଯ୍ୟକ୍ରମକୁ ଆଡଜଷ୍ଟ କରିବା ପାଇଁ ଯାତ୍ରାକୁ ଆଉ ଗୋଟିଏ ଦିନ ବଢାଇବା ପାଇଁ ଚର୍ଚ୍ଚା ହେଉଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Chief Minister extends Cuttack Bali Yatra by one day | Argus News