Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରୁ ପତାକା ଦେଖାଇ ବାଇକ ରାଲିର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

Rashmita Mishra
Browse all articles by Rashmita Mishra
·1 year ago·2 min read
ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରୁ ପତାକା ଦେଖାଇ ବାଇକ ରାଲିର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

Key Points

ଆଜି ଠାରୁ ଦେଶବ୍ୟାପୀ ତ୍ରିରଙ୍ଗା ଯାତ୍ରା
୧୦ ଦିନ ଧରି ଚାଲିବ ଏହି କାର୍ଯ୍ୟକ୍ରମ
କଳିଙ୍ଗ ଷ୍ଟାଡିୟମରୁ ପତାକା ଦେଖାଇ ବାଇକ ରାଲିର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଅପରେସନ୍ ସିନ୍ଦୂର ସଫଳତା ପରେ ତିନି ସେନାଙ୍କୁ ସମ୍ମାନ ଜଣାଇବା ପାଇଁ ରାଜ୍ୟ ସରକାରଙ୍କ ପରାକ୍ରମ ଶୋଭାଯାତ୍ରା । ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରୁ ପତାକା ଦେଖାଇ ବାଇକ ରାଲିର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଭାରତୀୟ ସେନାକୁ ସଲାମ ଜଣାଇ ତ୍ରିରଙ୍ଗା ରାଲି ଆୟୋଜନ କରିଛନ୍ତି ସରକାର ।

ଏହି ବାଇକ୍ ଶୋଭାଯାତ୍ରାରେ ଓଡ଼ିଶା ପୋଲିସ, CRPF, ୧୨୦ ବାଟାଲିୟନ, NCC, ଟ୍ରାଫିକ ପୋଲିସ, ବିଭିନ୍ନ ସ୍କୁଲ କଲେଜର ଛାତ୍ରଛାତ୍ରୀ, ସାମାଜିକ ଅନୁଷ୍ଠାନ ଜାତୀୟ ପତାକା ଧରି ଶୋଭାଯାତ୍ରାରେ ବାହାରିଛନ୍ତି । କଳିଙ୍ଗ ଷ୍ଟାଡିୟମ- ୩ ନମ୍ବର ଗେଟରୁ ବାହାରି ଜୟଦେବ ବିହାର, ଆଚାର୍ଯ୍ୟ ବିହାର, ବାଣୀ ବିହାର, ରାଜପଥ ଦେଇ ରାଜମହଲ ଛକ, AG ଛକ ଦେଇ ରାଜଭବନ ଛକରେ ଶେଷ ହେବ ପରାକ୍ରମ ଶୋଭାଯାତ୍ରା ।

ଅପରେସନ ସିନ୍ଦୂରର ସଫଳତାକୁ ନେଇ ଆଜିଠୁ ବିଜେପି ପକ୍ଷରୁ ଦେଶବ୍ୟାପୀ ତ୍ରିରଙ୍ଗା ଯାତ୍ରା, ୧୦ ଦିନ ଧରି ଚାଲିବ ଏହି କାର୍ଯ୍ୟକ୍ରମ । ଏହା ମାଧ୍ୟମରେ ପହଲଗାମ ଆକ୍ରମଣର ପ୍ରତିଶୋଧ ଓ ଅପରେସନ ସିନ୍ଦୂର ଜରିଆରେ ଆତଙ୍କୀଙ୍କ ଉପରେ ଭାରତର ବିଜୟ ଓ ତିନି ସେନାର ବୀରତ୍ବ ସମ୍ପର୍କରେ ଲୋକଙ୍କୁ ଅବଗତ କରାଯିବ । ଭାରତ କିପରି ନିଜ ନାଗରିକଙ୍କୁ ସୁରକ୍ଷିତ ରଖିବା ସହ ବିଶ୍ବରେ ନିଜର ସ୍ବାଭିମାନକୁ ସୁରକ୍ଷିତ ରଖିପାରିଛି ଏହାକୁ ଉପସ୍ଥାପନା କରାଯିବ।

ଏହିକ୍ରମରେ ଓଡ଼ିଶାର ରାଜଧାନୀ ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମ ପରିସରରୁ ମଧ୍ୟ ତ୍ରିରଙ୍ଗା ଶୋଭାଯାତ୍ରା ବାହରିବ। କାର୍ଯ୍ୟକ୍ରମରେ ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସକାଳ ୮ ରେ କଳିଙ୍ଗ ଷ୍ଟାଡିୟମରେ ପାଳନ ହେବ ରାଲି। ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବାକୁ ସବୁ ବିଭାଗର ଅଧିକାରୀଙ୍କୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଚିଠି କରାଯାଇଛି ।


ସେହିପରି ଉତ୍ତରାଖଣ୍ଡରେ ଭାରତୀୟ ବୀର ଯବାନଙ୍କ ଉଦ୍ଦେଶ୍ୟରେ ତ୍ରିରଙ୍ଗା ସୌର୍ଯ୍ୟ ସମ୍ମାନ ଯାତ୍ରାର ଆୟୋଜନ କରାଯାଇଛି । ଡେରାଡୁନରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ଏ ତ୍ରିରଙ୍ଗା ଯାତ୍ରାରେ ସାମିଲ ହୋଇଛନ୍ତି । ଶହ ଶହ ବିଜେପି କର୍ମୀଙ୍କ ସହ ସାଧାରଣ ଲୋକ ଏ ତ୍ରିରଙ୍ଗା ପଦଯାତ୍ରାରେ ଯୋଗ ଦେଇଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored