ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତିର ହିସାବ ଦେଲେ ମୁଖ୍ୟମନ୍ତ୍ରୀ ,ଏହି ସବୁ କ୍ଷେତ୍ରରେ ଆସିଛି ପରିବର୍ତ୍ତନ...

Key Points
ଶିକ୍ଷା, ସ୍ବାସ୍ଥ୍ୟ, କୃଷିରେ ଆସିଛି ବୈପ୍ଲବିକ ପରିବର୍ତ୍ତନ । ସୁଶାସନ ପାଇଁ ୨୪ ବର୍ଷ ନୁହେଁ, ୨୪ ମିନିଟ୍ ଦରକାର । ମୁଖ୍ୟମନ୍ତ୍ରୀ କହିଲେ, କଥା ଦେଇ କଥା ରଖିଛନ୍ତି ସରକାର, ଏବେ ଲୋକଙ୍କ ଦୁଆର ମୁହଁରେ ପହଞ୍ଚୁଛି ସିଏମଓ ।
ଦେଶର ଶ୍ରେଷ୍ଠ 5 ରାଜ୍ୟ ଭିତରେ ରହିବ ଓଡିଶା। 500 ବିଲିୟନ ଡ଼ଲାର ଅର୍ଥନୀତିରେ ପହଂଚିବ ଓଡିଶା। ସାଢେ 4 କୋଟି ଲୋକଙ୍କ ଆଶା ଆକାକ୍ଷ ପୂରଣ କରିବାରେ ସଫଳ ହେଇଛୁ । ସଂକଳ୍ପ ପତ୍ରରେ ସବୁ ପ୍ରତିଶ୍ରୁତି କୁ ସୁନିଶ୍ଚିତ କରିଛୁ । ଗୋଟିଏ ବର୍ଷରେ ଅନେକ ସଫଳତା ପାଇଛୁ । ଶିଳ୍ପର ହବ ହେବ ଓଡିଶା । 24 ବର୍ଷର ସମୟ ଆବଶ୍ୟକତା ନାହିଁ 24 ମିନିଟରେ କାମ ହେବ। ବର୍ଷ ଏକ ଉପଲବ୍ଧି ଅନେକ... ବର୍ଷ ପୂର୍ତ୍ତି ଅବସରରେ ସାମ୍ବାଦିକ ସମ୍ମିଳନୀ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି । ନୂଆ ସରକାରର ବର୍ଷକର ଉପଲବ୍ଧି କହିବା ସହ ଆଗାମୀ ବର୍ଷ ପାଇଁ ସରକାରଙ୍କ ଭିଜନ ବାବଦରେ ଅବଗତ କରିଛନ୍ତି ମୁଖ୍ୟମନ୍ତ୍ରୀ । ମୋଦି ସରକାରର 11 ବର୍ଷ ପୂର୍ତ୍ତିରୁ ଆରମ୍ଭ କରିଥିଲେ ସିଏମ୍ । 2014 ମେ 26ରେ ଶପଥ ନେଇଥିଲେ ପିଏମ୍ ମୋଦି । ପିଏମଙ୍କ ନେତୃତ୍ବରେ ଦେଶରେ ବୈପ୍ଳବିକ ପରିବର୍ତ୍ତନ ଆସିଛି । ଟ୍ରିପଲ୍ ତଲାକ, ଏକକ ଜିଏସଟି ଲାଗୁ କରାଯାଇଛି । ଆତଙ୍କବାଦକୁ ଦମନ କରିବାକୁ ମୋଦି ସରକାର ବଦ୍ଧ ପରିକର । NEP, ଜନଧନ ଯୋଜନା ଦେଶରେ ଲାଗୁ କରାଯାଇଛି । ନିର୍ବାଚନ ଇସ୍ତାହାରରେ ଦେଇଥିବା ପ୍ରତିଶ୍ରୁତି ପୂରଣ କରୁଛୁ । ରତ୍ନଭଣ୍ଡାର ଖୋଲାଗଲା, ସୁଭଦ୍ରା ଯୋଜନା ଲାଗୁ କରାଗଲା ।
ଧାନ କିଣାରେ ୮୦୦ ଟଙ୍କା ଇନପୁଟ୍ ସବସିଡି ଦିଆଗଲା । ଗତ ସରକାରରେ ୫T ନାଁରେ ସ୍କୁଲରେ ଖାଲି ରଙ୍ଗ ଦିଆଯାଉଥିଲା । ଆମ ସରକାରରେ ଶିକ୍ଷା ଭିତ୍ତିଭୂମିକୁ ପ୍ରାଥମିକତା ଦିଆଯାଇଛି । ବିଜେପି ସରକାରରେ ଶିକ୍ଷା କ୍ଷେତ୍ରରେ ବ୍ୟାପକ ପରିର୍ତ୍ତନ ଆସିଛି । ରାଜ୍ୟର ସ୍କୁଲ ମାନଙ୍କରେ ଖଡିଛୁଆଁ ଉତ୍ସବ କରାଗଲା । ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ ପାଇଁ ୧୨ ହଜାର କୋଟି ।୫ ବର୍ଷରେ କାମ ଶେଷ ହେବ । ପ୍ରତି ପଞ୍ଚାୟତରେ ହେବ ଗୋଦାବରୀଶ ଆଦର୍ଶ ବିଦ୍ୟାଳୟ । ଓଡ଼ିଶାରେ ସ୍ବାସ୍ଥ୍ୟ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆସିଛି । ରାଜ୍ୟରେ ଆୟୁଷ୍ମାନ ଯୋଜନା ଲାଗୁ କରାଗଲା । ରାଜ୍ୟର ୩୦ ଜିଲ୍ଲାକୁ ଗସ୍ତ କରି ଲୋକଙ୍କ ସହ ମିଶିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ଏବେ ଲୋକଙ୍କ ଦୁଆର ମୁହଁକୁ ଯାଉଛନ୍ତି ସିଏମଓ । ୨୪ ମିନିଟରେ ଲୋକଙ୍କ ସମସ୍ୟାର ସମାଧାନ ହେବ । ଏଥିପାଇଁ ୨୪ ବର୍ଷର ଶାସନ ଦରକାର ନାହିଁ ।
📱 Get Argus News App
✨ଗରିବଙ୍କୁ ସାମାଜିକ ସୁରକ୍ଷା ଦେବା ଲାଗି ସରକାର କାମ କରୁଛନ୍ତି । ୨୦୨୬ ସୁଦ୍ଧା ସବୁ ଘରକୁ ପାନୀୟ ଜଳ ଯୋଗାଣ ହେବ । ଅନ୍ତ୍ୟୋଦୟ ଗୃହ ଯୋଜନାରେ ୫ ଲକ୍ଷ ଘର । ୫ ବର୍ଷରେ ୧ ଲକ୍ଷ ୫୦ ହଜାର ପଦବୀ ପୂରଣ କରାଯିବ । ବର୍ଷକରେ ୨୮ ହଜାର ପଦବୀ ପୂରଣ କରାଯାଇଛି । ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମ ଦ୍ବାରା ଶିଳ୍ପର ହବ୍ ହେବ ଓଡ଼ିଶା । ନିବେଶକ ମାନେ ଓଡ଼ିଶାରେ ପୁଞ୍ଜି ନିବେଶ କରିବାକୁ ଆଗ୍ରହୀ । ୧୭ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ପାଇଁ ବାତାବରଣ ସୃଷ୍ଟି କରାଯାଇଛି ।